ଧନରେ ସମ୍ପନ୍ନ ହେବାକୁ ଚାହିଁ ଥାଆନ୍ତି ସମସ୍ତ ବ୍ୟକ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜରୁରୀ ଅଟେ କି କେଉଁ ସ୍ଥାନରେ ପଇସା ରଖିବା ଦ୍ଵାରା ବଢ଼ିଥାଏ ଧନ । ତେଣୁକରି ସମସ୍ତେ ଜାଣିବା ଆବଶ୍ୟକ ଯେ ରାଶି ଅନୁସାରେ କେଉଁ ସ୍ଥାନରେ ପଇସା ରଖିବା ଆବଶ୍ୟକ ।
* ମେଷ – ଏହି ରାଶି ଅନୁସାରେ ପଶ୍ଚିମ ଦିଗରେ ପଇସା ରଖିବା ଉଚିତ୍ । ଏହି ରାଶିର ବ୍ୟକ୍ତି ପଇସା ରଖିବା ସ୍ଥାନରେ ଗୋଟିଏ ଲୁହା ଘୁଙ୍ଗୁର ରଖିବା ଆବଶ୍ୟକ ।ହେବ ଧନର ବୃଦ୍ଧି ।
* ବୃଷ – ଏହି ରାଶିର ବ୍ୟକ୍ତି ଘରର ପୂର୍ବ ଦିଗରେ ପଇସା ରଖିବା ଉଚିତ୍ । ଧନ ରଖିବା ସ୍ଥାନରେ ଗୋଟିଏ ପିତଳ ମୁଦ୍ରା ରଖିବା ଦ୍ଵାରା ଧନ ବୃଦ୍ଧି ହେବ ।
* ମିଥୁନ – ଏହି ରାଶିର ବ୍ୟକ୍ତି ଉତ୍ତର ଦିଗରେ ଧନ ରଖି ପାରିବେ। ଧନ ରଖିବା ସ୍ଥାନରେ ତମ୍ବାର କୌଣସି ବସ୍ତୁ ରଖନ୍ତୁ ।
* କର୍କଟ – ଏହି ରାଶିରେ ଆଗ୍ନେୟ କୋଣ ଅର୍ଥାତ୍ ଦକ୍ଷିଣ ପୂର୍ବ କୋଣରେ ଧନ ରଖିବା ଖୁବ୍ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଧନ ରଖିବା ସ୍ଥାନରେ ଚାନ୍ଦି ର କୌଣସି ମୁଦ୍ରା ରଖନ୍ତୁ ।
* ସିଂହ – ସିଂହ ରାଶିର ବ୍ୟକ୍ତି ମାନେ ଘରର ପୂର୍ବ ଦିଗରେ ଧନ ରଖିବା ଉଚିତ୍ । ଏହି ସ୍ଥାନରେ ଧନ ସହ କଂସା ବସ୍ତୁ ରଖନ୍ତୁ ହେବ ଧନର ବୃଦ୍ଧି ।
* କନ୍ୟା – ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ନୈରୁତ୍ୟ କୋଣ ଉତ୍ତମ ସ୍ଥାନ ଅଟେ , ଏହା ଦକ୍ଷିଣ ପଶ୍ଚିମ କୋଣ ଅଟେ । ଧନ ରଖିବା ସ୍ଥାନରେ ରୂପା ମୁଦ୍ରା ରଖନ୍ତୁ ।
* ତୁଳା – ଏହି ରାଶିର ବ୍ୟକ୍ତି ଦକ୍ଷିଣ ଦିଗରେ ପଇସା ରଖିବା ଶୁଭ ହୋଇଥାଏ । ଧନ ରଖିବା ସ୍ଥାନରେ ନାଲି କପଡ଼ା ଓ ତମ୍ବା ବସ୍ତୁ ରଖନ୍ତୁ ।
* ବିଛା – ଏହି ରାଶିର ବ୍ୟକ୍ତି ବାୟବ କୋଣ ଅର୍ଥାତ୍ ଉତ୍ତର ପଶ୍ଚିମ ଦିଗ ଅଟେ । ଏହି ସ୍ଥାନରେ ସବୁଜ କପଡ଼ା ରେ ପାନ ମାଧୁରୀ ବାନ୍ଧି ରଖନ୍ତୁ।
* ଧନୁ – ଏହି ରାଶିର ବ୍ୟକ୍ତି ଆଗ୍ନେୟ କୋଣ ଅର୍ଥାତ୍ ଦକ୍ଷିଣ ପୂର୍ବ ପଇସା ରଖିବା ଉଚିତ୍ । ଏହି ସ୍ଥାନରେ ଧଳା କପଡ଼ା ରେ ରୂପା ମୁଦ୍ରା ରଖିବା ଉଚିତ୍ ।
* ମକର – ଏହି ରାଶିର ବ୍ୟକ୍ତି ଉତ୍ତର ଦିଗରେ ପଇସା ରଖିବା ଉଚିତ୍ । ଏଠାରେ କୁବେର ଭଗବାନ୍ ଙ୍କ ଫଟୋ ରଖିବା ଉଚିତ୍ ।
* କୁମ୍ଭ – ଏହି ରାଶିର ବ୍ୟକ୍ତି ପୂର୍ବ ଦିଗରେ ପଇସା ରଖିବା ଉଚିତ୍ । ଧନ ରଖିବା ସ୍ଥାନରେ ହଳଦିଆ କପଡା ରେ ପିତଳ ବସ୍ତୁ ରଖନ୍ତୁ ଧନ ବୃଦ୍ଧି ହେବ।
* ମୀନ – ମୀନ ରାଶିର ବ୍ୟକ୍ତି ପଶ୍ଚିମ ଦିଗରେ ପଇସା ରଖିବା ଉଚିତ୍ । ଏହି ସ୍ଥାନରେ କୌଣସି ଗଣେଶ ଙ୍କ ଫଟୋ ରଖିବା ଉଚିତ୍ ।
Comments are closed.