ପଦ୍ମଜା ପଟ୍ଟନାୟକ : ପରିବାରର ବୋଝ କୁ କାନ୍ଧରେ ଲଦି ସକାଳୁ ଘରୁ ପାଦ କାଢ଼ି ଯାଇ ଥାଆନ୍ତି, ଯାହାଙ୍କୁ ପରିବାରରେ ସବୁଠୁ କଠୋର ସଦସ୍ୟ ଭାବରେ ଗଣନା କରାଯାଏ । ଗୋଟିଏ ପିତା ର ଛବି ଆମ ନଜରରେ କିଛି ଏଭଳି ରହିଥାଏ । ପିତା ମାତା ଙ୍କ ପାଇଁ ସେମିତି କୌଣସି ଦିନ ନିର୍ଦ୍ଧାରିତ କରାଯାଇ ନଥାଏ । କିନ୍ତୁ ବାସ୍ତବିକ୍ ଭାବରେ ଦେଖିବାକୁ ଗଲେ ଆମେ ଏହାକୁ ସ୍ମରଣୀୟ କରିବା ପାଇଁ ଏଭଳି କିଛି ପାଳନ କରିଥାଉ ।
କଥାରେ ଅଛି ବାପ ଥିବା ପୁଅ କେବେ ସଭାରେ ହାରେନି । ଏହି ଉକ୍ତିର ଅନେକ ଯଥାର୍ଥତା ରହିଛି । ପିତାଙ୍କ ଆଶ୍ରା ଥିଲେ ଭାତ କଂସା ର ଚିନ୍ତା ନଥାଏ କିମ୍ବା ମୁଣ୍ଡ ଗୁଞ୍ଜିବାର ଚିନ୍ତା ନଥାଏ । ଘରର ସେହି କଠୋର ବ୍ୟକ୍ତିର ଛାତି ତଳେ ରହିଥାଏ ଗୋଟିଏ ସୁନ୍ଦର୍ ଭାବନା । ଯଦି ବାପାଙ୍କ ହାତ ପିଲାର ମୁଣ୍ଡରେ ଅଛି ତେବେ ଜୀବନର ଦୁଃଖ ସରିଯାଏ ।
ଯେ କୌଣସି ପର୍ବ ହେଉ ଅଭାବ ଯେତେ ଥାଉ , ସେହି ଲୋକଟି ସମସ୍ତଙ୍କ ମୁହଁ ରେ ହସ ଫୁଟାଇବା ପାଇଁ ଯେଉଁଠୁ ହେଲେ ବି ସବୁ ଜିନିଷକୁ ସାଉଁଟି ଧରି ଆସିଥାନ୍ତି ବାପା ।ନିଜେ ପଛେ ଛିଡ଼ା ଚପଲ ଜୋତା ଓ ଖଣ୍ଡିଏ ପୋଷାକ ରେ ଦିନ କାଟି ଥାଆନ୍ତି କିନ୍ତୁ ଆମ ମାନଙ୍କ ପାଇଁ ଅଭାବ ରୁହେ ନାହିଁ । ସମସ୍ତ ଇଚ୍ଛାକୁ ଆମର ପୁରାଣ କରିଥିବା ଲୋକଟି କଥା କେବେବି ଆମେ ଚିନ୍ତା କରୁନାହିଁ କୋଉଠୁ ଆସିଲା କେମିତି ଆସିଲା । ସେ ନିଜର ଦୁଃଖ ଓ କଷ୍ଟକୁ କାହାକୁ କହି ନଥାନ୍ତି, କିନ୍ତୁ ସମସ୍ତଙ୍କ କଥାକୁ ଶୁଣି ସବୁ ଇଚ୍ଛା ପୂରଣ କରି ଚାଲିଥାନ୍ତି । ବୋଝ ଓ କଷ୍ଟର ଯାତନା ରେ ଉଫ ଟିକେ ବି ଆମେ ଶୁଣି ନଥାଉ ।
କିନ୍ତୁ ସେହି ବରଗଛ ଛାଇରେ ସମସ୍ତେ ଆଶ୍ରୟ ନେଇଥାଉ , ହେଲେ ତାର ଗୁରୁତ୍ଵ କେହି ବୁଝି ପାରି ନଥାଉ । ଜୀବନରେ ଗୋଟିଏ ଏପରି ସମୟ ଆସିଯାଏ ଯେତେବେଳେ ଆମେ ଆଉ ଥରେ ଥକି ଜାଇ ସେହି ବରଗଛ ଚ୍ଛାଇରେ ବସିବା ପାଇଁ ଇଚ୍ଛା କରିଥାଉ ।
ସେତେେଳେ ସେହି ବରଗଛ ଟି ମଧ୍ୟ କୋଳେଇ ନେଇଥାଏ । ଯେଉଁ ସମୟରେ ଆଖିରେ ଲୁହ ଆସିଥାଏ ତାର ମେଲି ଥିବା ଶାଖାରେ ଲୁହ ପୋଛି ଦିଏ । ସତରେ ସେହି ମହାନ୍ ବ୍ୟକ୍ତିର ସ୍ଥାନ ଦୁନିଆରେ ସ୍ଵତନ୍ତ୍ର , ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ “ବାପା” ।
ଆମ ସମାଜରେ ଆମେ ଅନେକ ଦିବସ ପାଳନ କରିଥାଉ । ଯେପରି ମାତୃ ଦିବସ , ବନ୍ଧୁତା ଦିବସ ଏଭଳି ଅନେକ ଦିବସ । ସେଥି ମଧ୍ୟରୁ ଗୋଟିଏ ହେଲା ବିଶ୍ଵ ପିତୃ ଦିବସ ।କିଛି ଇତିହାସ କାରଙ୍କ ମତରେ ଏହା ପ୍ରଥମ ଥର ଆରମ୍ଭ ହୋଇଥିଲା ୧୯୦୭ ମସିହା ରେ ବର୍ଜିନୀୟା ରେ ପାଳିତ ହୋଇଥିଲା ।
କିନ୍ତୁ ଏହାକୁ ୧୯୧୦ ରୁ ଫାଦର୍ସ ଡେ ଭାବରେ ପାଳନ କଲେ । ୧୯୨୪ ରେ ଆମେରିକାର ପ୍ରେସିଡେଣ୍ଟ କେଲ୍ ଉଇନ୍ କୋଲି ଏହାକୁ ଅଧିକାରିକ ମଞ୍ଜୁରୀ ଦେଇଥିଲେ ଓ ସ୍ଥିର କରାଯାଇଥିଲା ଜୁନ୍ ମାସର ତୃତୀୟ ରବିବାର ଦିନ ଫାଦର୍ଶ ଡେ ପାଳିତ ହେବ ।

Comments are closed.