Odisha news

ରାଶି ଅନୁସାରେ ଜାଣନ୍ତୁ ନିଜର ଇଷ୍ଟ ଦେବ ଓ ସ୍ୱାମୀ ଗ୍ରହ ଙ୍କୁ , ଏଭଳି କରିବେ ସନ୍ତୁଷ୍ଟ

0

ରାଶି ଅନୁସାରେ ସ୍ୱାମୀ ଗ୍ରହ ରହି ଥାଆନ୍ତି ଓ ସ୍ୱାମୀ ଗ୍ରହ ଙ୍କୁ ନେଇ ଇଷ୍ଟଦେବ ସ୍ଥିର ହୁଅନ୍ତି l ପ୍ରତ୍ୟେକ ରାଶିର ସ୍ୱାମିଗ୍ରହ ଓ ଇଷ୍ଟ ଦେବ ପୃଥକ ପୃଥକ ରହି ଥାଆନ୍ତି l ଏବଂ ଏହାକୁ ଜାଣିବା ନିହାତି ଜରୁରୀ ଅଟେ l କାହିଁକି ନା ଯଦି ଜାତକ ରେ ଆପଣଙ୍କ ସ୍ୱାମୀ ଗ୍ରହ ବା ଗ୍ରହାଦିପତି ଅସନ୍ତୁଷ୍ଟ ରହି ଥାଆନ୍ତି ତେବେ ଜୀବନ ପ୍ରତି ଅନେକ ବିପଦ ମାଡି ଆସିଥାଏ l

* ମେଷ ଓ ବିଛା ରାଶି –
ଯେଉଁ ବ୍ୟକ୍ତିଙ୍କ ରାଶି ମେଷ କିମ୍ବା ବିଛା ହୋଇଥାଏ ସେମାନଙ୍କ ସ୍ୱାମୀ ଗ୍ରହ ମଙ୍ଗଳ ଅଟନ୍ତି l ମଙ୍ଗଳ ଗ୍ରହ ର ସ୍ୱାମୀ ମହାବୀର ହନୁମାନ ଓ ପ୍ରଭୁ ଶ୍ରୀରାମ ଅଟନ୍ତି l ଯଦି ଆପଣଙ୍କ ଜାତକ ରେ ମଙ୍ଗଳ ଦୁର୍ବଳ ଅଛନ୍ତି ତେବେ ପ୍ରତିଦିନ ହନୁମାନ ଚାଳିଶା ପାଠ ସହିତ ଶ୍ରୀରାମ ଚରିତ ମାନସ ପାଠ କରନ୍ତୁ l

* ବୃଷ ଓ ତୁଳା ରାଶି –
ଯେଉଁ ଲୋକଙ୍କର ତୁଳା ଓ ବୃଷ ରାଶି ଅଟେ ସେମାନଙ୍କ ସ୍ୱାମୀ ଗ୍ରହ ଶୁକ୍ର ଅଟନ୍ତି l ଶୁକ୍ର ଗ୍ରହର ଇଷ୍ଟ ଦେବ ମା ଦୁର୍ଗା ଅଟନ୍ତି l ତେଣୁ ଏହି ଦୁଇ ରାଶିର ବ୍ୟକ୍ତି ପ୍ରତିଦିନ ଦୁର୍ଗା ଚାଳିଶା ପାଠ କରିବା ଆବଶ୍ୟକ l ଏହାଦ୍ୱାରା ଜାତକ ର ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l

* ମିଥୁନ ରାଶି ଓ କନ୍ୟା ରାଶି –
ମିଥୁନ ଓ କନ୍ୟା ରାଶିଙ୍କ ର ସ୍ୱାମୀ ଗ୍ରହ ବୁଧ ଅଟନ୍ତି l ଏବଂ ଏହି ଦୁଇ ରାଶିର ଇଷ୍ଟ ଦେବ ଭଗବାନ ବିଷ୍ଣୁ ଓ ଶ୍ରୀଗଣେଶ ଅଟନ୍ତି l ତେଣୁ ଏହି ୨ ରାଶିର ବ୍ୟକ୍ତି ନିଜ ଜାତକ ରେ ଭଲ ସମୟ ଆଣିବା ପାଇଁ ଶ୍ରୀବିଷ୍ଣୁ ଓ ଶ୍ରୀ ଗଣେଶ ଙ୍କୁ ଗୁରୁବାରଦିନ ଆରାଧନା କରିବା ଆବଶ୍ୟକ l କନ୍ୟା ରାଶିର ବ୍ୟକ୍ତିଙ୍କ ଉପରେ ଶୁକ୍ର ଗ୍ରହ ଙ୍କର ମଧ୍ୟ କୃପା ଦୃଷ୍ଟି ରହିଥାଏ l

* କର୍କଟ ରାଶି –
କର୍କଟ ରାଶିର ବ୍ୟକ୍ତିଙ୍କ ସ୍ୱାମୀ ଗ୍ରହ ଚନ୍ଦ୍ର ଅଟନ୍ତି l ଏବଂ ଇଷ୍ଟ ଦେବତା ମହାଦେବ ଅଟନ୍ତି l ଏହି ରାଶିର ବ୍ୟକ୍ତି ମହାଦେବ ଙ୍କ ନିକଟରେ ନୀତିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ଜାତକ ରେ ଭଲ ଫଳ ମିଳିଥାଏ l

* ସିଂହ ରାଶି –
ସିଂହ ରାଶିର ସ୍ୱାମୀ ଗ୍ରହ ସୂର୍ଯ୍ୟ ଦେବ ଅଟନ୍ତି l ସିଂହ ରାଶିର ଇଷ୍ଟ ଦେବ ହନୁମାନ ଓ ଗାୟତ୍ରୀ ଅଟନ୍ତି l ଏହି ରାଶିର ଲୋକେ ପ୍ରତିଦିନ ହନୁମାନ ଚାଳିଶା ପାଠ କରିବା ସହ ଗାୟତ୍ରୀ ମନ୍ତ୍ର ରବିବାର ଓ ମଙ୍ଗଳବାର ପାଠ କରନ୍ତୁ l

* କନ୍ୟା ରାଶି –

* ଧନୁ ଓ ମୀନ ରାଶି –
ଯେଉଁ ଲୋକ ଙ୍କର ଧନୁ ଓ ମୀନ ରାଶି ର ସ୍ୱାମୀ ଗ୍ରହ ଗୁରୁ ଦେବ ବୃହସ୍ପତି l ଏହି ୨ ରାଶିର ଇଷ୍ଟ ଦେବ ବିଷ୍ଣୁ ଦେବ ଓ ମାଲକ୍ଷ୍ମୀ ଅଟନ୍ତି l ଏହି ରାଶିର ବ୍ୟକ୍ତି ଗୁରୁବାର ଦିନ ବିଷ୍ଣୁ ସହସ୍ର ନାମ ପାଠ କରିବା ଆବଶ୍ୟକ l

* ମକର ଓ କୁମ୍ଭ ରାଶି –
ଯେଉଁ ବ୍ୟକ୍ତି ଙ୍କ ରାଶି ମକର ଓ କୁମ୍ଭ ଅଟେ ସେମାନଙ୍କ ସ୍ୱାମୀ ଗ୍ରହ ଶନି ଦେବ ଅଟନ୍ତି l ଏହି ଦୁଇ ରାଶିର ସ୍ୱାମୀ ଗ୍ରହ ହନୁମାନ ଓ ମହାଦେବ ଅଟନ୍ତି l ଏହି ଦୁଇ ରାଶି ର ବ୍ୟକ୍ତି ଶିବଶମ୍ଭୁ ଓ ହନୁମାନ ଙ୍କୁ ଆରାଧନା କରିବା ଜରୁରୀ l

Leave A Reply