Odisha news

ଭାରତର ଗୋଟିଏ ଏଭଳି ଗ୍ରାମ : ଯେଉଁଠି ଆଜି ମଧ୍ୟ ରହିଛି ମହାଭାରତ ଯୁଗର ପାଞ୍ଚାଳୀ ପ୍ରଥା, ୫ଟି ଭାଇଙ୍କର ଗୋଟିଏ ସ୍ତ୍ରୀ

0

ନୂଆଦିଲ୍ଲୀ : ଏକବିଂଶ ଶତାବ୍ଦୀ ରେ ଗୋଟିଏ ଏଭଳି ଗ୍ରାମ ଭାରତରେ ରହିଛି ଯେଉଁଠିକାର ମହିଳା ମାନଙ୍କୁ ଆଜି ମଧ୍ୟ ମହାଭାରତ ଯୁଗରେ ରହିବାକୁ ପଡୁଛି l ଏହି ଗ୍ରାମରେ ମହିଳା ମାନେ ଆଜି ମଧ୍ୟ ଦ୍ରୌପଦୀ ଭଳି ଜୀବନ ଅତିବାହିତ କରୁଛନ୍ତି l ହଁ ଆଜ୍ଞା ଏହା ଆପଣଙ୍କୁ ଠିକ ଲାଗୁ ନଥିଲେ ମଧ୍ୟ ଏହା ସତ୍ୟ ଅଟେ l ଏହିଭଳି ଗୋଟିଏ ଗ୍ରାମ ଉତ୍ତରାଖଣ୍ଡ ରେ ରହିଛି, ଯେଉଁଠି ଆଜି ମଧ୍ୟ ୫ ଭାଇ ଙ୍କୁ ବିବାହ କରିବାର ପ୍ରାଚୀନ ପ୍ରଥା ଓ ପରମ୍ପରା ରେ ବିଶ୍ୱାସ ରଖିଛନ୍ତି l ଆଜି ମଧ୍ୟ ଏହି ଗ୍ରାମର ମହିଳା ମାନେ ନିଜ ସ୍ୱାମୀର ଭାଇ କୁ ବିବାହ କରିବାର ପରମ୍ପରା କୁ ପାଳନ କରୁଛନ୍ତି l

ଉତ୍ତରାଖଣ୍ଡ ର ରାଜଧାନୀ ଡେରାଡୁନ ସ୍ଥିତ ଏହି ଗାଁ ରେ ୨୦୦୩ ରେ ମାତୃଭୂମୀ ନାମକ ବଲିଉଡ ଚଳଚିତ୍ର ନିର୍ମିତ ହୋଇଥିଲା l ଏହି ଚଳଚିତ୍ର ରେ ବିହାର ର ଗୋଟିଏ ଗାଁ ର କାହାଣୀ ଦେଖାଯାଇ ଥିଲା l ଚାଲନ୍ତୁ ଏହି ଚଳଚିତ୍ର ରୁ ବାହାରି ଆମେ ସତ୍ୟତା ଆଡକୁ ଯିବା l

ଡେଲି ମେଲ୍ ର ଗୋଟିଏ ରିପୋର୍ଟ ଅନୁସାରେ ଜୌନସର ବାବର ଗାଁ ରେ ରାଜୋ ବର୍ମା ନାମକ ଜଣେ ମହିଳା ହିନ୍ଦୁ ରୀତି ଅନୁସାରେ ଗୁଡ଼ୁ ବର୍ମା ଙ୍କ ସହିତ ହୋଇଥିଲା l ଏହାପରେ ରଜୋ ନିଜ ସ୍ୱାମୀ ଙ୍କ ଆଉ ୪ ଭାଇ ବୈଜୁ, ସନ୍ତରମ, ଗୋପାଳ ଓ ଦୀନେଶ ଙ୍କ ସହିତ ମଧ୍ୟ ବିବାହ କରିଥିଲେ l କିନ୍ତୁ ମାନ୍ୟତା ଦୃଷ୍ଟିରୁ ରଜୋ ଙ୍କ ପ୍ରଥମ ଓ ଆଇନଗତ ସ୍ୱାମୀ ଗୁଡ଼ୁ ଅଟନ୍ତି l ଆଜି ସମସ୍ତେ ଏକାଠି ମିଶି ଗୋଟିଏ ଘରେ ରହୁଛନ୍ତି, ଏକାଠି ଖାଉଛନ୍ତି, ଏକାଠି ଶୋଉଚନ୍ତି l ସେମାନଙ୍କ ମଧ୍ୟରେ କୌଣସି ଇର୍ଷା କିମ୍ବା ରାଗ ରୋଷ ନାହିଁ l ରଜୋ ଙ୍କର ଗୋଟିଏ ୪ ବର୍ଷର ପୁଅ ରହିଛି, କିନ୍ତୁ ତାର ପିତା କିଏ ସେ ଜାଣି ନାହାନ୍ତି l କାହିଁକି ନା ତାଙ୍କୁ ପ୍ରତ୍ୟେକ ରାତିରେ ଅଲଗା ଅଲଗା ସ୍ୱାମୀ ଙ୍କ ସହିତ ଶୋଇବାକୁ ପଡିଥାଏ l

ଡେଲି ମେଲ ର ରିପୋର୍ଟ ଅନୁସାରେ ଆରମ୍ଭରୁ ରଜୋ ଙ୍କ ଏହି ପରମ୍ପରା ସାମାନ୍ୟ ଖରାପ ଲାଗିଥିଲା ସତ, କିନ୍ତୁ ତାଙ୍କ ମା ମଧ୍ୟ ୩ ଭାଇ ଙ୍କୁ ବିବାହ କରିଥିଲେ l ଏବଂ ସେ ନିଜ ସ୍ୱାମୀ ମାନଙ୍କୁ କିପରି ସ୍ୱୀକାର କରିବେ ତାହା ମଧ୍ୟ ବୁଝି ଯାଇଥିଲେ l ଏଭଳି ଅନେକ ପରିବାର ଏହିଭଳି ବହୁ ସ୍ୱାମୀ ପ୍ରଥାକୁ ଗ୍ରହଣ କରି ରହିଛନ୍ତି l

ଆଜି ମଧ୍ୟ ଏହି ଗ୍ରାମ ରେ ବହୁ ପତି ଗ୍ରହଣ କରିବା ପରମ୍ପରା ରହିଛି l ବର୍ତମାନ ମଧ୍ୟ ଏଠାରେ ପାଞ୍ଚାଳୀ ପ୍ରଥା ଚାଲିଛି l ଏହି ପ୍ରଥାଟି ପ୍ରଚଳିତ ହେବା ପଛରେ ବିଶେଷ କାରଣ ହେଲା ଝିଅ ମାନଙ୍କ ସଂଖ୍ୟା ଖୁବ କମ, ସେମାନଙ୍କ ପରମ୍ପରା, ଏବଂ ଭାବନା l

ଭାଇ ମାନଙ୍କ ମଧ୍ୟରେ ସମ୍ପର୍କ କୁ ସୁଦୃଢ଼ କରିବା ପାଇଁ ଗୋଟିଏ ଟୋପି ର ମୁଖ୍ୟ ଭୂମିକା ରହିଛି l ଏଠାରେ ଆପଣ ଭାବୁଥିବେ ଟୋପୀ ର ବା କି ଭୂମିକା l କିନ୍ତୁ ପ୍ରକୃତ କଥାଟି ହେଲା ଯଦି ଭାଇ ମାନଙ୍କ ମଧ୍ୟରୁ କେହି ଜଣେ ସ୍ତ୍ରୀ ସହିତ କୋଠରୀ ଭିତରେ ରହିଥାଏ ତେବେ ସେ ନିଜ ମୁଣ୍ଡରୁ ଟୋପୀ ଟିକୁ କାଢି କବାଟ ବାହାରେ ଟାଙ୍ଗି ଦେଇଥାଏ l ଏପରି କରିବା ଦ୍ୱାରା ଅନ୍ୟ ଭାଇମାନେ ବୁଝି ଯାଆନ୍ତି ଯେ କେହି ଜଣେ ଭାଇ କୋଠରୀ ମଧ୍ୟରେ ଅଛି l ତେଣୁ ଅନ୍ୟମାନେ ସେହି କୋଠରୀ କୁ ଯାଇ ନଥାଆନ୍ତି l

Leave A Reply