Odisha news

କେଉଁମାନେ କରିପାରିବେ ରାସନ କାର୍ଡ ? ଜାଣି ନିଅନ୍ତୁ କଣ ରହିଛି ନୂଆ ନିୟମ

0

ଭାରତ ସରକାର ଦେଶରେ ଗରୀବ ଲୋକ ମାନଙ୍କର ଦେଖାରଖା କରିଥାଏ l ଏବଂ ସେମାନଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଇଥାଏ, ସେଥିପାଇଁ ଭାରତରେ ଅଲଗା ଅଲଗା ବିଭାଗ ତିଆରି ହୋଇଛି l ଯେଉଁ ମାନେ କି ଏହି କାମକୁ ସଞ୍ଚାଳିତ କରି ଥାଆନ୍ତି ଓ ଲୋକ ମାନଙ୍କୁ ସୁବିଧା ଯୋଗାଇ ଦେଇଥାଆନ୍ତି l ଭାରତରେ ଗରୀବ ଲୋକଙ୍କୁ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁସାରେ ମାଗଣାରେ ରାସନ ଯୋଗାଇ ଦେଇଥାଏ l ତେଣୁ ରାସନ କାର୍ଡ ଯୋଗାଇ ଦିଆଯାଇ ଯାଇଥାଏ l ବିନା ରାସନ କାର୍ଡ ରେ ମାଗଣାରେ ରାସନ ଯୋଗାଇ ଦିଆଯାଏ l

ରାସନ କାର୍ଡ ସୁବିଧା ପାଇବା ପାଇଁ ଆପଣଙ୍କୁ ଆପଣଙ୍କର ପରିଚୟ ଦେବାକୁ ପଡିଥାଏ, ଏହାପରେ ଆପଣ ରାସନ କାର୍ଡ ର ସୁବିଧା ପାଇପାରିବେ l କିଛି ରାଜ୍ୟରେ ରାସନ କାର୍ଡ ପାଇଁ ଅନଲାଇନ ସୁବିଧା ଉପଲବ୍ଧ ଥିଲେ ଆଉ କିଛି ରାଜ୍ୟରେ ଅଫଲାଇନ ବ୍ୟବସ୍ଥା ରହିଛି l ଆଜି ଆସନ୍ତୁ ଜାଣିବା କେଉଁମାନେ ରାସନ କାର୍ଡ ପାଇଁ ଆବେଦନ କରିପାରିବେ l

ଏହି ବ୍ୟକ୍ତିମାନେ ପାଇବେ ନାହିଁ ରାସନ କାର୍ଡ ସୁବିଧା –
– ଯଦି କୌଣସି ବ୍ୟକ୍ତିଙ୍କ ନାମରେ ୧୦୦ ବର୍ଗ ମିଟର ରୁ ଅଧିକ ପ୍ରପର୍ଟି ରହିଛି ସେ ରାସନ କାର୍ଡ ପାଇପାରିବେ ନାହିଁ l
–  କିମ୍ବା ଯଦି କୌଣସି ବ୍ୟକ୍ତିଙ୍କ ନାମରେ ଘର, ଫ୍ଲାଟ ଇତ୍ୟାଦି ରହିଛି ସେ ମଧ୍ୟ ପାଇ ପାରିବେ ନାହିଁ l
– ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଚାରି ଚକିଆ ବାହନ ଯେପରିକି କାର ଓ ଟ୍ରାକ୍ଟର ରହିଛି ସେ ମଧ୍ୟ ଆବେଦନ କରିପାରିବେ ନାହିଁ l
– ଯଦି କୌଣସି ପରିବାରର କେହି ସଦସ୍ୟ ସରକାରୀ ଚାକିରୀ କରୁଛନ୍ତି ସେ ମଧ୍ୟ ରାସନ କାର୍ଡ ପାଇବାକୁ ଯୋଗ୍ୟ ନୁହନ୍ତି l
– ଗାଁ ଗହଳି ରେ ଯେଉଁ ବ୍ୟକ୍ତି ରହୁଛନ୍ତି, ଯଦି ତାଙ୍କର ବାର୍ଷିକ ଆୟ ୨ଲକ୍ଷ ଟଙ୍କାରୁ କମ ହୋଇଥିବ ତେବେ ରାସନ କାର୍ଡ ପାଇପାରିବେ l
– ଏବଂ ସହିଦ ପରିବାରଙ୍କର ବାର୍ଷିକ ଆୟ ୩ଲକ୍ଷ ରୁ କମ ଥିଲେ ରାସନ କାର୍ଡ ପାଇବେ l
– ଯେଉଁମାନେ ଇନକମ ଟ୍ୟାକ୍ସ ଦେଉଥିବେ କିମ୍ବା ଲାଇସେନ୍ସ ଥିବା ବନ୍ଧୁକ ରଖୁଥିବେ ସେମାନେ ମଧ୍ୟ ରାସନ କାର୍ଡ ର ସୁବିଧା ପାଇବେ ନାହିଁ l

ଯଦି ଆପଣ ଉପରୋକ୍ତ ସମସ୍ତ ନିୟମ ବିଷୟରେ ଅବଗତ ତେବେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଆବେଦନ କରନ୍ତୁ l

Leave A Reply