ବିଶେଷ ଭାବରେ ଭାରତର ପୂର୍ବ-ଉତ୍ତର ରାଜ୍ୟରେ ଏହି ନୀଳ ଗାଈ କୁ ଦେଖିବାକୁ ମିଳିଥାଏ, ଏବଂ ଏହା ଗ୍ରାମାଂଚଳ କିମ୍ବା ସବୁଜ ବିସ୍ତିର୍ଣ ପ୍ରାନ୍ତର ନିକଟର ଦେଖାଯିବା ଗୋଟିଏ ସାଧାରଣ କଥା ଅଟେ l ବିଶେଷ ଭାବରେ ପୂର୍ବ-ଉତର ରାଜ୍ୟରେ ଗରମ ଦିନରେ ଖୁବ ସହଜ ରେ ନୀଳ ଗାଈ ମିଳି ଯାଇଥାଏ ଦେଖିବା ପାଇଁ l ହାଲୁକା ପାଉଁଶିଆ ରଙ୍ଗର ଦେଖା ଯାଉଥିବା ଏହି ଜୀବ ଟି ଅଚାନକ ଭାବରେ ଘୋଡା ବା ଖଚର ଭଳି ଦେଖାଯାଏ ସମୁଖ ଭାଗରୁ l କିନ୍ତୁ ସେ ଘୋଡା ଭଳି ଦୌଡ଼ି ପାରି ନଥାଏ, କାହିଁକି ନା ଘୋଡା ଖୁବ ଦ୍ରୁତ ବେଗରେ ଦଉଡି ଥାଏ l ଏହାର ମୁଖ୍ୟ କାରଣ ହେଲା ନୀଳ ଗାଈ ର ପଛଭାଗ ସମୁଖ ଭାଗ ଠାରୁ କମ ଉଚତା ବିଶିଷ୍ଟ ଅଟେ l
କେବେ ଆପଣ ଭାବିଛନ୍ତି ନୀଳ ରଙ୍ଗର ନହୋଇ ମଧ୍ୟ ଏବଂ ଗାଈ ମଧ୍ୟ ନୁହେଁ, ତଥାପି ଏହି ଜୀବ କୁ କାହିଁକି ନୀଳ ଗାଲ ବୋଲି କୁହାଯାଏ ? ବିଶେଷ ଭାବରେ ହାଲୁକା ପାଉଁଶିଆ ଓ ହାଲୁକା ଧୂସର ରଙ୍ଗର ମିଶ୍ରଣ କାରଣରୁ ଦୂରରୁ ନୀଳ ରଙ୍ଗର ଦେଖାଯାଇ ଥାଆନ୍ତି l ଯେବେକି ମାଈ ନୀଳ ଗାଈ ନିଜର କଣ ଓ ରଙ୍ଗ କାରଣରୁ ଗାଈ ଭଳି ଦେଖା ଯାଇଥାଏ , କିନ୍ତୁ ପୁରୁଷ ବା ଅଣ୍ଡିରା ନୀଳ ଗାଈ ସେଭଳି ଦେଖାଯାଏ ନାହିଁ l ମାଈ ନୀଳ ଗାଈ କାରଣରୁ ଏହି ପ୍ରଜାତିର ଜୀବ ଙ୍କୁ ନୀଳ ଗାଈ ବୋଲି କୁହାଯାଇ ଥାଏ l