Odisha news

କେନ୍ଦ୍ରାପଡା ରସାବଳୀକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଉ : ରସାବଳୀ ମିଷ୍ଠାନ ନିର୍ମାତା ସଂଘର ଦାବି

0

କେନ୍ଦ୍ରାପଡା : କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଜିଆଇ (ଭୈ÷ାଗଳିକ ସଂକେତ) ଟ୍ୟାଗ କରିବା ପାଇଁ ରସାବଳି ମିଷ୍ଠାନ ସଂଘ ପକ୍ଷରୁ ଦାବି କରାଯାଇଛି । କେନ୍ଦ୍ରାପଡା ଗୋପ ଛକ ଠାରେ ରସାବଳୀ ନିର୍ମାଣ କରୁଥିବା ମିଷ୍ଠାନ ବ୍ୟବସାୟୀ ମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସାମାଜିକ ଦୂରତା ଓ ମାସ୍କ ପରିଧାନ କରି କରାଯାଇଥିବା ଏହି ବୈଠକରେ ଆରାଧ୍ୟ ଦେବ ବଳଦେବଜୀୟୁଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ କେନ୍ଦ୍ରାପଡାର ସଂସ୍କୃତି ଓ ପରମ୍ପରା ସହ ଜିଆଇ ମାନ୍ୟତା ପ୍ରଦାନ କରିବା ପାଇଁ ନିର୍ମାତା ମାନେ ଦାବି କରିଛନ୍ତି ।

ସରୋଜ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସୁଆର, ଅଧ୍ୟାପକ ଭୁବନ ମୋହନ ଜେନା, ସୁକାନ୍ତ କୁାମର ଦୈବେଦୀ, ନିରଞ୍ଜନ ମେକାପ, ହେମନ୍ତ ପରିଡା, ଅମିତାବ ସୁଆର ପ୍ରମୁଖ ବୁଦ୍ଧିଜୀବି ମାନେ ଉପସ୍ଥିତ ଥିଲେ । ଆାମ ପୂର୍ବ ପୁରୁଷ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇ ଅସୁଥିବା ଏହି ମିଷ୍ଟାନକୁ ଭୈାଗୋଳିକ ମାନ୍ୟତା ପାଇଁ ଏକ ସଂଘ ଗଠନ କରାଯାଇଛି । ସଭାପତି ଭାବେ ସୈାର ଚନ୍ଦ୍ର ସାହୁ, ଉପ ସଭାପତି ବୈଷ୍ଣବ ଚରଣ ପଣ୍ଡା, ସଂପାଦକ ଆଇନ ଜୀବି ବଳରାମ ସାହୁ, ସହ ସଂପାଦକ କରୁଣା କର ସାହୁ ଓ କୋଷାଧ୍ୟକ୍ଷ ଭାବେ ମନୋଜ କୁମାର ପୃଷ୍ଠି ମନୋନିତ୍ୟ ହୋଇଛନ୍ତି । ଏହି ବୈଠକରେ ସୁରେଶ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି ।

 

 

 

Leave A Reply