Odisha news

କନ୍ଧମାଳ ଜିଲ୍ଲାରୁ ୭୩ ପୁଣି କରୋନା ପଜିଟିଭ ଚିହ୍ନଟ : ମୋଟ ପଜିଟିଭଙ୍କ ସଂଖ୍ୟା ୪୩୮ ଛୁଇଁଲା

0

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୭୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଜିର ୭୩ ଜଣ ନୂଆ ପଜିଟିଭ ରୋଗୀଙ୍କ ସମେତ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୩୮ରେ ପହଂଚିଛି ।  ଆଜିର ୧୭ ଜଣଙ୍କୁ ମିଶାଇ  ମୋଟ ୨୪୪ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୧୯୪ ଜଣ ରୋଗୀ ଏବେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଆଜିର ଚିହ୍ନଟ ୭୩ ଜଣ ପଜିଟିଭଙ୍କ ମଧ୍ୟରୁ ୪୭ ଜଣ ପୁରୁଷ ଓ ୨୬ ଜଣ ମହିଳା ଅଛନ୍ତି ।

ସେଥିମଧ୍ୟରୁ ଫୁଲବାଣୀର ବିଭିନ୍ନ ଅଂଚଳରୁ -୧୪ଜଣ ରହିଥିବାବେଳେ, ଜି.ଉଦୟଗିରିର- ୬ ଜଣ, ଦାରିଙ୍ଗବାଡିର- ୧୦ ଜଣ, ଟିକାବାଲରି-୫, କୋଟଗଡର-୫, ରାଇକିଆର-୪ ଏବଂ  ବାଲିଗୁଡାର-୨୪ ଜଣ ବୋଲି ଜଣାପଡିଛି । ଦିନକୁ ଦିନ କନ୍ଧମାଳ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବଢିଚାଲିଥିବା ଫଳରେ ସ୍ଥାନୀୟ ବାସିନ୍ଦା ସଂପୂର୍ଣ୍ଣ ଭୟଭୀତ ହୋଇପଡିଛନ୍ତି । ଏବେ ଆଉ ଘରୁ ପଦାକୁ ବାହାରୁନାହାଁନ୍ତି କେହି । ଏବେ କନ୍ଧମାଳ ଜିଲ୍ଲା ସଂପୂର୍ଣ୍ଣ ସଟଡାଉନ୍ରେ ଅଛି । ବିଭିନ୍ନ ଅଂଚଳରେ ସ୍ୱାସ୍ଥ୍ୟକର୍ମୀ ମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଂଚ କରୁଛନ୍ତି । ଫୁଲବାଣୀ ସହର ସମେତ ବାଲିଗୁଡା, ଜି.ଉଦୟଗିରି, ଟିକାବାଲି, କୋଟଗଡ, ତୁମୁଡିବନ୍ଧ, ଖଜୁରୀପଡା ଆଦି ଅନେକ ବ୍ଲକରେ ଏବେ ପ୍ରଶାସନ କରୋନା କଟକଣା ପାଇଁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି ।

 

 

 

Leave A Reply