Odisha news

୨ ଜଣିଆ ଟିମ୍ ଘରକୁ ଘର ବୁଲି ସର୍ଭେ କାମ ସାରିବାକୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ତାଗିଦ୍

0

କେନ୍ଦ୍ରାପଡା : କରୋନା ସଂକ୍ରମଣକୁ ପ୍ରତିରୋଧ କରିବା ସହ ସାମାନ୍ୟ ଲକ୍ଷଣ ଥିବା ବ୍ୟକ୍ତି ମାନଙ୍କୁ ଚିହ୍ନଟ କରିବା ପାଇଁ ଘର କୁ ଘର ବୁଲି ସର୍ଭେ କାମ ଶିଘ୍ର ଶେଷ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଗିଦା କରାଯାଇଛି । ଅଙ୍ଗନବାଡି, ଆଶାକର୍ମୀ, ଏ ଏଲ ଏଫ ର ସଭାପତି ଓ ସଂପାଦକ, ଏଏନ ଏମ ପ୍ରମୁଖ ୭ ଜଣିଆ ଟିମ୍ ଘରକୁ ଘର ବୁଲି ସର୍ଭେ କାମ ଅରମ୍ଭ କରିବାକୁ ନିଷ୍ପତି ନିଆ ଯାଇଥିଲା । ତେବେ ଏଥିରେ ବିଳମ୍ବ ହେଉ ଥିବାରୁ ଏହାକୁ ୨ ଜଣିଆ ଟିମ୍ ରେ ପରିଣତ କରି ଶିଘ୍ର ସର୍ଭେ କାମ ଶେଷ କରିବାକୁ ନିଷ୍ପତି ନିଆ ଯାଇଛି ।

ଥଣ୍ଡା, କାଶ, ଜ୍ୱର, ଛିଙ୍କ ପ୍ରଭୃତି ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିଙ୍କୁ ଠାବ କରାଯାଇ ଚିକିସôା ବ୍ୟବସ୍ଥା କରାଯାଉ ଥିବା ବେଳେ ଲକ୍ଷଣ ଲୁଚାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତି ନିଆ ଯାଇଛି । ସୋମବାର ମୁନିସିପାଲିଟି ଟାଉନ ହଲରେ ଏକ ସମୀକ୍ଷା ବୈଠକ ବସିଥିଲା । ଏଥିରେ ପୋର ନିାର୍ବହୀ ଅଧିକାରୀ ଦେବ ପ୍ରସାଦ ବଳ ଅଧ୍ୟକ୍ଷତା କରିଥିବା ବେଳେ ଏମଇ ଦିଲିପ କୁମାର ସେଠୀ, ରବି ନାରାୟଣ ନାୟକ, ସିଓ ସୁଚିସ୍ମିତା ଜେନା, ତପସ୍ୱନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Nalco

Leave A Reply