Odisha news

ବିପଦ ସଂକୁଳ ଅବସ୍ଥା ରେ ବିଦୁତଟ୍ରାନ୍ସଫର୍ମର : ସୁରକ୍ଷା ବାଡ଼ ନିର୍ମାଣ ଦାବି

0

ରଣପୁର….. ନୟାଗଡ ଜିଲ୍ଲା  ରଣପୁର ବ୍ଲକ୍ ଅନ୍ତର୍ଗତ କନ୍ଧନୟାଗଡ ଗ୍ରାମ ପଞ୍ଚାୟତର ୫ ନମ୍ୱର ୱାର୍ଡ ବରପାଟଣା ସାହି ସ୍ଥିତ କ୍ଲବ ଘର ପାଖରେ ଏକ  ବିଦ୍ୟୁତ ଷ୍ଟାନ୍ସଫର୍ମର ବିପଦ ଶଙ୍କୁଳ ଅବସ୍ଥା ରେ ଅଛି.. ଯାହାର ତାର ମଧ୍ୟ ବିପଦ ସଙ୍କୁଳ ଭାବରେ ଝୁଲି ରହିଥିବା ବେଳେ …. ଏହାର ଅନତି ଦୂରରେ ରଘୁ ଦିବାକର ଉଛ ବିଦ୍ୟାଳୟ, କଳିଙ୍ଗ ଭାରତୀ ଈଂଲିସ୍ ମିଡିୟମ୍ ସ୍କୁଲ ଓ ବିବେକାନନ୍ଦ ସ୍କୁଲ ଅବସ୍ଥିତ ଏବଂ ଏହାପାଖ ଦେଇ   ପ୍ରତେହ ୫୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯାତାୟାତ କରୁ ଥିବା ବେଳେ  ଏହାର ଅଳ୍ପ ଦୂରରେ ଆରୋଗ୍ୟମ ନାମକ ଏକ ଆୟୁର୍ବେଦିକ କ୍ଲିନିକ ଅବସ୍ଥିତ . ଖୋଲା ଜାଗା ଥିବାରୁ ଛୋଟ ଛୋଟ ଶିଶୁ ଖେଳା ଖେଳି କରୁଛନ୍ତି ଏବଂ ଗୋରୁ ଗାଈ ଚରା ଚରି କରୁ ଥିବାର ଦେଖିବାକୁ ମିଳେ … ଏହି ବିପଦ ସଙ୍କୁଳ ଟ୍ରାନସଫର୍ମର ସଂସ୍ପର୍ଶରେ ଆସି ଛୋଟ ଶିଶୁ,  ଗାଈ ଗୋରୁ ଓ ଗୃହ ପାଳିତ ପଶୁ ମୂର୍ତୁ ମୁଖରେ ପଡ଼ିବାର ସମ୍ଭାବନା ଅଛି…. ଏଠାରୁ ବିଦ୍ୟୁତ୍ ବିଭାଗ ଅଫିସ ର ଦୂରତା ୨୦୦ ମିଟର ହୋଇଥିଲେ ମଧ୍ୟ ବିଦ୍ୟୁତ୍ ବିଭାଗର ଅଫିସର ଏହାକୁ ଦେଖି ନଦେଖି ବାର ଅଭିନୟ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ. ଯଦି ଏହା ସଂସ୍ପର୍ଶରେ ଆସି କିଛି ଛୋଟ ବଡ଼ ଦ୍ରୁଘଟଣା ଘଟେ ସେଥିପାଇଁ ବିଦ୍ୟୁତ୍ ବିଭାଗ ଦାୟୀ ରହିବେ…. ଏହା ଚାରିପଟେ ତୁରନ୍ତ ସୁରକ୍ଷା ବାଡ଼ କରିବା ପାଇଁ ବିଜେପି ଜିଲ୍ଲା ସମ୍ପାଦକ ତାପସ ରଂଜନ ମାର୍ଥା ଦାବି କରିଛନ୍ତି ନଚେତ୍ ବିଜେପି ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଚେତାବନି ଦେଇଛନ୍ତି …

IEC 2 years
Leave A Reply