Odisha news

ଭଦ୍ରକ : ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ନୀହତ

0

ଭଦ୍ରକ, ତା୨ା୫ : ଆଜି ରାଣୀତାଲ ଛକରେ ଦୁର୍ଘଟଣା ଘଟି ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ସ୍ୱାମୀକୁ ଡାକ୍ତର ନେବା ରାସ୍ତାରେ ମୃତ୍ୟୁ ହୋଇଛି । ମୃତ ସ୍ୱାମୀଙ୍କର ନାମ ବୈକୁଣ୍ଠ ରାଉତ ଏବଂ ତାଙ୍କ ସ୍ତ୍ରୀଙ୍କ ନାମ କୁଞ୍ଜଲତା ରାଉତ । ସୂଚନା ଅନୁସାରେ ଆଜି ଅପରାହ୍ନ ୫ଟା ବେଳେ ଭଦ୍ରକ ଆଡୁ ଏକ ସ୍କୁଟି ଓଡି-୦୧ସି- ୩୬୦୬ ରେ ଆଖଣ୍ଡଳମଣି ଦର୍ଶନ ସାରି ବାଲେଶ୍ୱର ଜିଲ୍ଳା ଅନ୍ତର୍ଗତ ବାହାନଗା ନିଜ ଘରକୁ ଫେରୁଥିବା ବେଳେ ରାଣୀତାଲ ଛକରେ ଏକ ଟ୍ରଲର ପଛପଟୁ ଧକ୍କା ମାରିଥିଲା । ଘଟଣା ସ୍ଥଳ ସ୍ତ୍ରୀ କୁଞ୍ଜଲତାଙ୍କର ମୃତ୍ୟୁ ହୋଇ ଥିବାବେଳେ ଗୁରୁତର ସ୍ୱାମୀ ବୈକୁଣ୍ଠକୁ ଡାକ୍ତରଖାନା ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ଗ୍ରାମଚଳ ପୋଲିସ ଆସି ମରଶରୀର ନେବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ୧୬ନମ୍ୱର ଜାତୀୟ ରାଜପଥ କାମ କରୁଥିବା ଡିବିଏଲ କମ୍ପାନୀ ବିରୋଧରେ ନାରାବାଜି କରି ରାସ୍ତା ରୋକ କରିଥିଲେ । କିଛି ସମୟ ଲାଗି ସ୍ଥାନୀୟ ଲୋକେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଦୁର୍ଘଟଣା ଭିଆଇଥିବା ଟ୍ରଲରକୁ ପୁଲିସ ଜବତ କରିଥିବାବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଏଠାରେ ସ୍ମରଣଯୋଗ୍ୟ ରାଣୀତାଲରେ ରାସ୍ତା କାମ କରୁଥିବା ଏହି କମ୍ପାନୀ ଲୋକଙ୍କ ସୁରକ୍ଷା ପ୍ରତି ଆଖି ବୁଜି ଦେଇଛି । ଯାହାଦ୍ୱାରା ଆଜି ସକାଳେ ଅନ୍ୟଏକ ଗାଡ଼ି ରାସ୍ତା ତଳକୁ ଖସି ପଡିଥିବାବେଳେ ଗତ ପାଂଚ ଦିନ ପୂର୍ବରୁ ଆଉ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ରାଜମିସ୍ତ୍ରୀଙ୍କର ଜୀବନ ଯାଇଥିଲା ।(ଫଟୋ ଭଦ୍ରକ ଦୁର୍ଘଟଣା)

Nalco
Leave A Reply