Odisha news

ଶ୍ୱଶୁର କାନ ହାଣିଲେ ଜ୍ୱାଇଁ : ନିର୍ଦ୍ଧୁମ ଛେଚିଲେ ପରିବାର ଲୋକେ

0

ନୀଳଗିରି-୦୨/୦୫ : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ ଧୋବଶିଳା ଅଂଚଳରେ ଶ୍ୱଶୁର କାନକୁ ହାଣିଲା ଜ୍ୱାଇଁ । ପରେ ପରିବାର ଲୋକେ ଏକତ୍ରିତ ହୋଇ ନିର୍ଦ୍ଧୁମ ଛେଚି ତାଙ୍କୁ ଏକ ଗାଡ଼ିରେ ପକାଇ ଥାନାରେ ଦ୍ୱାରସ୍ଥ ପରେ ହସ୍ପିଟାଲରେ ଭର୍ତି ହେବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ନୀଳଗିରି ଥାନା ଅଧୀନ ଧୋବଶିଳା ଅଂଚଳର ଗଣେଶ୍ୱର ମହାନ୍ତିଙ୍କ ଝିଅ ସବିତା କୁ ସେହି ଗ୍ରାମର ଦୈତାରି ମହାଳିକଙ୍କ ପୁଅ ଅରୁଣ ବିବାହ କରିଥିଲେ ।

ସବିତାକୁ ତାଙ୍କ ସ୍ୱାମୀ ଅରୁଣ ବାରମ୍ବାର ନିର୍ଯ୍ୟାତନା ଦେଉଥିବା ବେଳେ ଏ ନେଇ ଅଭିଯୋଗ ହୋଇ ଆସୁଥିଲା । ଏପରିକି ଘଟଣାର ସମାଧାନ ମଧ୍ୟ ଥାନାୋର ହୋଇଥିଲା । ହେଲେ ଗତ ୨୩ ତାରିଖରେ ପୁଣି ଧମକ ଚମକ ଦେଇ ମାଡ଼ ମାରିବା ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଥିଲା । ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଘଟଣା ଆଜି ଉଗ୍ର ରୂପ ନେଇଛି । ଅରୁଣ ଆସି ତାଙ୍କ ଶ୍ୱଶୁର ଘରେ ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରିବା ସହ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଶ୍ୱଶୁର କାନକୁ ହାଣି ଦେଇଥିଲା । ଫଳରେ ତାଙ୍କ ଶ୍ୱଶୁର ଗଣେଶ ପ୍ରସାଦ ବିକଳରେ ଗଡ଼ୁଥିବା ବେଳେ ତାଙ୍କ ପରିବାର ଲୋକେ ଜ୍ୱାଇଁକୁ ବାନ୍ଧି ବେଶ୍ ଉତମ ମଧ୍ୟମ ଦେଇଥିଲେ । ତାଙ୍କୁ ଏକ ଗାଡ଼ିରେ ପକାଇ ଥାନାରେ ପହଂଚାଇଥିଲେ । ପୋଲିସ ଆଗେ ଯାଇ ଚିକିତ୍ସା ହୁଅ ପରେ ଆସ ବୋଲି କହିବା ପରେ ୨ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସପିଟାଲରେ ଭର୍ତି କରାଯାଇଛି

Nalco
Leave A Reply