Odisha news

ଓଡ଼ିଶା ଭିତିକ ଷ୍ଟାର୍ଟଅପ୍ ଭିକେୟାରୟୁ ପକ୍ଷରୁ ହାତ ପାଆନ୍ତାରେ ସ୍ୱାସ୍ଥୃୃ୍ୟସେବାର ଶୁଭାରମ୍ଭ

0

 କଟକର ଏଏଚ୍ଆର୍ସିସିର ନିର୍ଦେଶକ ଡକ୍ଟର ଲଲାଟେନ୍ଦୁଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଭିକେୟାରୟୁ ଆପ୍ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଦ୍ୱାରା ଉନ୍ମୋଚିତ
 ଭାରତର ଅନ୍ୟ ସହରକୁ ସେବା ସମ୍ପ୍ରସାରିତ କରିବ

ଭୁବନେଶ୍ୱର:ଭୁବନେଶ୍ୱରର ସ୍ୱାସ୍ଥ୍ୟଭିତିକ ଷ୍ଟାର୍ଟଅପ୍ ସଂସ୍ଥା ଭିକେୟାରୟୁ ନାଗରିକମାନଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଂଚାଇବାଲାଗି ସହରରେ ଆନୁଷ୍ଠାନିକ ଭାବେଏହାର ପରିଚାଳନାର ଶୁଭାରମ୍ଭ କରାଯାଇଛି ।ଏହାର ମୋବାଇଲ୍ ଆପ୍ ଜରିଆରେ ଡାକ୍ତର, ନର୍ସ, ପାରାମେଡିକ୍ଷ୍ଟାଫ୍, ଫିଜିଓଥେରାପି, ଔଷଧ ଇତ୍ୟାଦି ପ୍ରଦାନ କରି ଘର ପାଖ ପର୍ଯ୍ୟନ୍ତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଂଚାଇବା ଲାଗି କଂପାନି ଲକ୍ଷ୍ୟରଖିଛି ।

ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେଯୋଗ ଦେଇ ଭିକେୟାରୟୁ ଆପ୍କୁ ଉନ୍ମୋଚନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଏଏଚ୍ଆର୍ସିସିର ନିର୍ଦେଶକ ଡକ୍ଟର ଲଲାଟେନ୍ଦୁ ଷଡ଼ଙ୍ଗୀ, ବିଶିଷ୍ଟ ଅଭିନେତ୍ରୀ ଅନୁ ଚୌଧୁରୀ ଓ ଭିକେୟାରୟୁର ସହ ପ୍ରତିଷ୍ଠାତା ଓ ନିର୍ଦେଶକ ବିନୋଦ ଅଗ୍ରୱାଲ୍, ନିର୍ଦେଶିକା ରାଧା ଅଗ୍ରୱାଲ୍ ସମ୍ମାନିତ ଅତିଥି ଭାବେ ଓ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭିକେୟାରୟୁ ଆପ୍କୁ ଉନ୍ମୋଚନ କରି ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଛନ୍ତି ଯେ, “ଏହା ଏକ ସ୍ୱତନ୍ତ୍ର ସେବା ।ଏହି ସେବା ଲୋକମାନଙ୍କ ପାଇଁ ବିଶେଷକରି ବରିଷ୍ଠ ନାଗରିକ ମାନଙ୍କ ଲାଗି ବିଶେଷ ଲାଭଦାୟକ ହେବ କାରଣ ସେମାନେ ଘରେ ସେବା ପାଇପାରିବେ । ମୁଁ ଏହି ଅଭିଯାନର ସଫଳତା କାମନାକରୁଛି ଏବଂ ଆଶା କରୁଛି ଯେ ଏହା ଅନ୍ୟାନ୍ୟ ସହର ଗୁଡ଼ିକରେ ପହଂଚିବ ।’’

ଏହି ଅବସରରେ ଭିକେୟାରୟୁର ସହ ପ୍ରତିଷ୍ଠାତା ଓ ନିର୍ଦେଶକ ଶ୍ରୀଯୁକ୍ତ ବିନୋଦ ଅଗ୍ରୱାଲ କହିଛନ୍ତି ଯେ, “ଭିକେୟାରୟୁରେ ଆମେ ଓଡ଼ିଶା ରଲୋକମାନଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆଣିବାକୁ ପ୍ରତିବଦ୍ଧ ରହିଛୁ । ଏହି ପ୍ଲାଟଫର୍ମ ଜରିଆରେ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟ ସୁଲଭ ପ୍ରାଥମିକ ସ୍ୱାସ୍ଥ୍ୟସେବା ସେମାନଙ୍କ ଘର ପାଖରେ ପାଇପାରିବେ । ସ୍ୱାସ୍ଥ୍ୟକ୍ଷେତ୍ରର ପେସାଦାରମାନେ ନୂଆ ନିଯୁକ୍ତି ପାଇବେ ଓ ସେମାନଙ୍କସମୟ ଓ ଦକ୍ଷତାକୁ ଉପଯୋଗ କରିପାରିବେ ଏବଂ ସହଯୋଗୀମାନେ ଉତମ ସୁଯୋଗ ପାଇବେ ଓ ନିଜ ବ୍ୟବସାୟକୁ ଦୃଢ଼ କରିପାରିବେ ।’’

ଭିକେୟାରୟୁ ମୋବାଇଲ୍ ଆପ୍ ଜରିଆ ରେ ରୋଗୀ ମାନେ ବାସ୍ତବ ସମୟ ଭିତିରେ ବିଭିନ୍ନ ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇବେ । ଓଡ଼ିଶା ଭିତିକ ଭିକେୟାରୟୁ ରୋଗୀମାନଙ୍କୁ ବିଭିନ୍ନ ପ୍ରକାର ସେବା ପହଂଚାଇବ ଯେଉଁଥିରେ ସାମିଲ ରହିଛି ଘରେ ଡାକ୍ତର, ନର୍ସ, ଫିଜିଓଥେରାପିଷ୍ଟ ଓ ଲାବ୍ଟେକ୍ନିସିଆନ୍ଙ୍କ ସହ ଲ୍ୟାବ୍ ପରୀକ୍ଷା, ନମୁନାସଂଗ୍ରହ, ଘରେ ଔଷଧର ଡେଲିଭରି ଇତ୍ୟାଦି । ଲୋକମାନଙ୍କ ହାତ ପାଆନ୍ତାରେ ସବୁ ପ୍ରକାର ସେବା ପ୍ରଦାନ କରିବା ଲାଗି କଂପାନି ପ୍ରଯୁକ୍ତିର ଶକ୍ତିକୁ ବ୍ୟବହାର କରୁଛି ।ଭିକେୟାରୟୁରେ ପ୍ରାୟ ୧୦୦ ଡାକ୍ତର, ୨୦୦ ନର୍ସ, ୧୫୦ ଫିଜିଓଥେରାପି, ୧୫୦ ଫାର୍ମାସିଷ୍ଟଙ୍କଟିମ୍ ଓ ଏନଏବିଏଲ୍ ସ୍ୱୀକୃତି ପ୍ରାପ୍ତ ଲ୍ୟାବ୍୍ ଭୁବନେଶ୍ୱରରେ ସେବା ପ୍ରଦାନ କରୁଛନ୍ତି । କଂପାନି ଏହାର ସେବାକୁ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଅନ୍ୟାନ୍ୟ ସହର ଯଥା କଟକ, ସମ୍ବଲପୁର, ରାଉରକେଲା, ବରଗଡ଼ ଓ ବାଲେଶ୍ୱର ପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ଯୋଜନା ରଖିଛି । ପର୍ଯ୍ୟାୟ କ୍ରମେ ୨୦୨୫ ସୁଦ୍ଧା ସର୍ବଭାରତୀୟ ସ୍ତରରେ କଂପାନି ପହଂଚିବାର ଯୋଜନା ପ୍ରସ୍ତୁତ କରିଛି ।

କ୍ୟାନସର, ନୁ୍ୟରୋଲୋଜିକାଲ୍, ପୋଷ୍ଟ ଆଇସିୟୁ, ପାଲିଆଟିଭକେୟାର, ଅର୍ଥୋପେଡିକ, ନିଶ୍ୱାସ ପ୍ରଶ୍ୱାସଜନିତରୋଗ, ଡାଇବେଟିସ୍ ଓ ସର୍ଜରି ପରବର୍ତୀସେବା ପାଇଁରୋଗୀମାନଙ୍କ ଅନାବଶ୍ୟକ ଡାକ୍ତରଖାନା ପରିଦର୍ଶନକୁକଂପାନି ନିଶ୍ଚିତ କରୁଛି ।ଏହାରୋଗୀଙ୍କ ଦେଖାଶୁଣାକରୁଥିବାଲୋକମାନଙ୍କୁଚିନ୍ତାମୁକ୍ତଭାବେକାମକୁ ଯିବାରଭାବନ ପ୍ରଦାନ କରୁଛି ଓ ସମାନ ଭାବେସେମାନେ ନିଜ ପ୍ରିୟଜନଙ୍କ ଦେଖାଣୁଣାକରିପାରୁଛନ୍ତି ।

ରୋଗୀମାନେ ଏହା ନିଶ୍ଚିତ ହୋଇଯାଆନ୍ତୁ ଯେ କେବଳ ପୂର୍ବ ନିର୍ଘଂଟତାରିଖ ଓ ସମୟରେଯୋଗ୍ୟମେଡିକାଲ୍ପେସାଦାର ଆପଣଙ୍କ ଘର ପରିଦର୍ଶନ କରିବେ ।ଏହାରୋଗୀ ଓ ତାଙ୍କ ଯତ୍ନ ନେଉଥିବାଲୋକଙ୍କସମୟସଂଚୟକରିବଏବଂ ପରିବହନ ଓ ପରାମର୍ଶହେଉଥିବାଖର୍ଚ ମଧ୍ୟ ବଂଚାଇବ ।

 

Nalco
Leave A Reply