Odisha news

ରାଜ୍ୟସ୍ତରୀୟ ଗଡବାଣୀକିଲୋ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ରେ ନୟାଗଡ କୁ ୨/୦ ଗୋଲରେ ହରାଇ ପୁରୀ ବିଜୟୀ

ରଣପୁର- ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଡବାଣୀକିଲୋ ହାଇସ୍କୁଲ ପଡିଆ ଠାରେ ଦେବୀ ରାମଚଣ୍ଡୀ କ୍ଲବ ତରଫରୁ ଚାଲିଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ୍ ଗୁରୁବାର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ନୟାଗଡ କୁ ୨/୦ ଗୋଲ ରେ ହରାଇ ପୁରୀ ବିଜୟୀ ହୋଇଥିବା ବେଳେ ନୟାଗଡ ରନର୍ସପ ହୋଇଥିଲା । ଏହି ଫାଇନାଲ ମ୍ୟାଚ୍ ରେ ଉଭୟ ଦଳ ପକ୍ଷରୁ ସଂଘର୍ଷ ପୁର୍ଣ୍ଣ ଖେଳ ପ୍ରଦର୍ଶନ କରାଯାଇଥିଲା । ଏହାକୁ ଦେଖିବା ପାଇଁ ହଜାର ହଜାର ଫୁଟବଲ ପ୍ରେମୀ ଏକତ୍ରୀତ ହୋଇଥିଲେ । ତେବେ ଚଳିତ ବର୍ଷ ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଭାଗ ନେଇଥିଲେ । ଏବଂ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୯୫୭ ମସିହା ଠାରୁ ଗଡବାଣୀକିଲୋ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇ ଆସୁଥିବା ଜଣାପଡିଛି ।

ତେବେ ଏହି ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତୀଥି ଭାବେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଓ ସତ୍ୟବାଦି ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗଦେଇ ବିଜେତା ଓ ରନର୍ସପ ଟିମ୍ କୁ ଟ୍ରଫି ଓ ମାନପତ୍ର ପ୍ର୍ଦାନ କରିଥିଲେ । ସେହିଭଳି ଭାବେ ସମ୍ମାନିତ ଅତୀଥି ଭାବରେ ଆଇନଜୀବି ତଥା ରଣପୁର ବ୍ଲକ ବିଜୁ ଯୁବ ଜନତା ଦଳ ର ସଭାପତି ବନମାଳୀ ମହାପାତ୍ର , ବିଜୁ ଜନତା ଦଳ ର ନୟାଗଡ ଜିଲ୍ଲା ସମ୍ପାଦକ ଷଚ୍ଚିକାନ୍ତ ଷଡଙ୍ଗି , ଅବସର ପ୍ରାପ୍ତ ଆଇ ଏସ୍ ଦୁର୍ଗା ଚରଣ ସାହୁ , ଐତିହାସିକ ସତ୍ୟବାଦୀ ବଳିଆରସିଂ ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ ।

ଆଜିର ଏହି ମ୍ୟାଚ୍ ର ମୁଖ୍ୟ ପରିଚାଳକ ସକୱାତ୍ ଅଲ୍ଲୀ ଖାଁ ଙ୍କ ସହିତ ଲାଇନ୍ ରେ ବିଦେଶୀ କୁମାର ନାୟକ , ପ୍ରଫୁଲ କୁମାର ବେହେରା ସହ ଯୋଗ କରିଥିଲେ । ଜାତୀୟ ସ୍ତର ର ରେଫରି ଅଶୋକ କୁମାର କଅଁର ମ୍ୟାଚ୍ କୁ ତଦାରଖ କରୁଥିଲେ । ଏବଂ ମା ରାମଚଣ୍ଡୀ କ୍ଲବ ର ସଭାପତି ଶୁସାନ୍ତ କୁମାର ପାଇକରାୟ ,ସମ୍ପାଦକ ନିଜାମ୍ ଅଲ୍ଲୀ ଖାଁ , ଆଲୋକ କୁମାର ପରିଡା , ଦୀଲ୍ଲିପ କୁମାର ପରିଡା ଓ ସମସ୍ତ ସଦସ୍ୟ ଖେଳ କୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ସହଯୋଗ କରିଥିଲେ ।

Comments are closed.