ଇତିହାସ ରଚିଲା ଚନ୍ଦ୍ରଭାଗା ବୁଡ଼ ,ତ୍ରିଶମ୍ଭୁ ଙ୍କ ଅପେକ୍ଷାରେ ତୀର୍ଥ ପୁଷ୍କରଣୀ ,ପୁରୀ ଏସ୍ପି ଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା
କୋଣାର୍କ : ଚଳିତ ବର୍ଷ ଇତିହାସ ରଚିବାକୁ ଯାଉଛି ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବୁଡ଼ ବା ମାଘ ସପ୍ତମୀ , କରୋନା କଟକଣା ଯୋଗୁଁ ଏବଂ ଅଧିକ ଜନସମାଗମ ରେ କରୋନା ବ୍ୟାପିବାର ଆଶଙ୍କା ଥିବାରୁ ଚଳିତ ବର୍ଷ ବିନା ଶ୍ରଦ୍ଧାଳୁରେ ଅନୁଷ୍ଠିତ ହେଉଛି ଏହି ବୁଡ଼ ସେଥିପାଇଁ ଜିଲ୍ଳା ପ୍ରଶାସନ ତରଫରୁ ୧୮ ତାରିଖ ଗୁରୁବାର ଦିନ ଘ ୧୧ ଟା ଠାରୁ ଆଜି ଦିନ ଗୋଟାଏ ପର୍ଯ୍ୟନ୍ତ ୧୪୪ ଧାରା ଜାରିକରାଯାଇଛି ,କେବଳ ତିନି ଠାକୁରଙ୍କ ସେବାୟତ , କିଛି ପ୍ରଶାନିକ ଅଧିକାରୀ ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ କେବଳ ୫୦୦ ଵ୍ୟକ୍ତି ଙ୍କୁ ଏହି ମେଳାରେ ସାମିଲି କରିବାକୁ ଦିଆଯାଇଛି । ତ୍ରିଶମ୍ଭୁଙ୍କ ପାଇଁ ତୀର୍ଥ ପୁଷ୍କରଣୀ କୁ ପୁରା ପ୍ରସ୍ତୁତି କରି ରଖାଯାଇଛି ।ତୀର୍ଥ ପୁଷ୍କରଣୀ ଚତୁପାର୍ଶ୍ୱ ଓ ହାଣ୍ଡି ବାଡିଆ ମେଳାପଡିଆ କୁ ବ୍ୟାରିକେଡ ରେ ଆବଦ୍ଧ କରାଯାଇଛି । ଚନ୍ଦ୍ରଭାଗାରେ ୧୪୪ ଧାରା ହେତୁ ମେଳାପଡ଼ିଆ ପୁରା ଜନ ଶୂନ୍ୟ ଓ ଖାଁ ଖାଁ ଦେଖାଯାଉଛି। କେବଳ ଉଚ୍ଚ ପଦସ୍ଥପୋଲିସ ଓ ପୋଲିସ ଫୋର୍ସ ମାନେ ମେଳା ପଡ଼ିଆରେ ପଇଁନ୍ତରା ମାରୁଛନ୍ତି ।ପ୍ରତି ବର୍ଷ ଷଷ୍ଠୀ ଦିନ ଠାରୁ ସପ୍ତମୀ ର ପହିଲି ସୂର୍ଯ୍ୟ ଦର୍ଶନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ଜମୁ ଥିବା ବେଳେ ଚଳିତ ବର୍ଷ କରୋନା ମାହାମାରି ଭୟରେ ସେବୁ ବନ୍ଦ ହୋଇଛି ।ପୁରୀ ଏସ୍ପି କେ.ଭି . ସିଂ ଗୁରୁବାର ଅପରାହ୍ନ ରେ ଚନ୍ଦ୍ରଭାଗାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କୁ ଯାଞ୍ଚ କରିଛନ୍ତି ।ଚନ୍ଦ୍ରଭାଗା ର ମେଳା ର ସୁରକ୍ଷା ପାଇଁ ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।ଯେଉଁଥିରେ ୫ଜଣ ଡିଏସପି ,୧୪ଜଣ ଇନିସିପେକ୍ଟର,୬୦ଜଣ ଏଏସଆଇ ,୩୪କନେଷ୍ଟବଳ ଓ ୬ଜଣ ଟ୍ରାଫିକ ପୋଲିସ ସୁରକ୍ଷା ରେ ରହିଛନ୍ତି । ନିମାପଡା ଏସଡିପିଓ ପ୍ରଦୀପ ଦଳାଇ ଙ୍କ ନେତୁତ୍ୱରେ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ଓ ଚନ୍ଦ୍ରଭାଗା ଥାନାଅଧିକାରିଣୀ ନିଳିମା ପଟ୍ଟନାୟକ ମେଳା ଗ୍ରାଉଣ୍ଡରେ ରହି ସମସ୍ତ କାର୍ଯ୍ୟ ତଦାରଖ କରୁଛନ୍ତି ।ଲାବଣ୍ୟ ଲଜ ଛକ ବେଶ ଟନିକ ରୁ ପୋଲିସ ଦ୍ବାରା ଆବଦ୍ଧ କରାଯାଇଛି, ଭାରି ଜାନ, ବସ ଓ ଅନ୍ୟାନ୍ୟ ଗାଡିକୁ ଚନ୍ଦ୍ର ଭାଗା ଭିତରକୁ ନ ଯିବା ପାଇଁ ବାରଣ କରାଯାଇ ଅଟକାଯାଉଛି ।ଗୁରୁବାର ରାତ୍ର ୯ଟାରୁ କେବଳ ପାସ ଧାରୀଙ୍କ ବ୍ୟତିତ କାହାରିକୁ ବି ଚନ୍ଦ୍ରଭାଗା କୁ ଯିବାକୁ ଅନୁମତି ଦିଆଯାଉନି ଫଳରେ ଯେଉଁ ଶ୍ରଦ୍ଧାଳୁ ମାନେ ଭୁଲ ବଶତଃ ଆସିଛନ୍ତି ସେମାନେ ନିରାଶ ହୋଇ ଫେରୁଥିବାର ଦେଖାଯାଉଛି ।ଗୁରୁବାର ରାତ୍ରି ୪.୩୦ମି ରେ ମାଧିପୁର ଗ୍ରାମର ଶ୍ରୀ ଶ୍ରୀ ତ୍ରିବେଣୀଶ୍ବର ମାହାଦେଵ ,ସନ୍ଥପୁର ଗ୍ରାମର ଶ୍ରୀ ଶ୍ରୀ ଈଶାନେଶ୍ବର ମାହାଦେଵ ଓ କୁରୁଜଙ୍ଗ ଗ୍ରାମର ଶ୍ରୀ ଶ୍ରୀ ଦକ୍ଷିଣେଶ୍ବର ମାହାଦେଵ ପବିତ୍ର ତୀର୍ଥ ରେ ମହାସ୍ନାନ କରିବେ ସେଥିପାଇଁ କୋଣାର୍କ ଏନ ଏସିର ନିର୍ବାହୀ ଅଧିକାରୀ ଏମ୍ ଶ୍ରୀ ନିବାସ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାଘମେଳା ର ସମସ୍ତ କାର୍ଯ୍ୟର ପ୍ରସ୍ତୁତି ଶେଷ ହୋଇଛି ।ଚଳିତ ବର୍ଷ ଚନ୍ଦ୍ରଭାଗା ମାଘମେଳା ପୁରୀ ରଥଯାତ୍ରା ଭଳି ଇତିହାସ ସୃଷ୍ଟି କରିବାକୁ ଯାଉଛି ।
Comments are closed.