ବାସୁଦେବପୁର,୧୮/୨: ବାଲେଶ୍ୱର ଜିଲ୍ଲାର କଷାଫଳ ଚୋକସାର୍ତ୍ତା ଗ୍ରାମରୁ ବୁଢା ବାପାଙ୍କ ମୃତ୍ୟୁ ଖବର ମାମୁଁ ଘରକୁ କହିବାକୁ ଯାଇ ଫେରିବା ବାଟରେ ଚାରିପୋଖରୀ ଛକର ବାଇକ୍ ଦୁର୍ଘଟଣାରେ ନାତି ଶୁଶାନ୍ତ କୁମାର ବର୍ମନ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ସହଯୋଗୀ ଲକ୍ଷ୍ମଣ ବର୍ମନ ଗୁରୁତର ଆହତ ଅବସ୍ଥାରେ ଡାକ୍ତଖାନାରେ ଚିକିସିାଧିନ ଅଛନ୍ତି । ବାଲେଶ୍ୱର ଜିଲ୍ଲାର କଷାଫଳ ଚୋକସାର୍ତ୍ତା ଗ୍ରାମର ରବିନ୍ଦ୍ର କୁମାର ବର୍ମନଙ୍କ ବାପାଙ୍କ ବିୟୋଗରେ ଶଶୁର ଘରକୁ ବନ୍ଧୁ ଖବର କହିବା ପାଇଁ ପୁଅ ଶୁଶାନ୍ତ (୨୧ବର୍ଷ )ଓ ପାଖ ପଡୋଶୀ ନିମାଇ ବର୍ମନଙ୍କ ପୁଅ ଲକ୍ଷ୍ମଣ ବର୍ମନ(୨୩ ବର୍ଷ)ଙ୍କୁ ପଠାଇଥିଲେ ।
ଦୁଇଜଣ ଏକ ବାଇକ ଯୋଗେ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବିନୋବାଭାବେନଗର ଗ୍ରାମର ବିମଲ ଚନ୍ଦ୍ର ମଣ୍ଡଳଙ୍କ ଘରରେ ଗତକାଲି(ବୁଧବାର) ଅପରାହ୍ନରେ ପହଞ୍ଚିଥିଲେ । ଆଜି ମଧ୍ୟାନ୍ନରେ ଶୁଶାନ୍ତ ଓ ଲକ୍ଷ୍ମଣ ବାଇକ ଯୋଗେ ମାମୁଁ ଘରୁ ନିଜ ଘର ଅଭିମୁଖେ ଫେରୁଥିଲେ । ସତେକି ମୃତକୁ ଅପେକ୍ଷା କରି ବାଟରେ ଜଗି ବସିଥିଲେ ଯମ ଦୂତ । ଧାମରା-ବାସୁଦେବପୁର ରାସ୍ତାର ନଳବାଙ୍କ ନିକଟସ୍ଥ ଚାରିପୋଖରୀଆ ଛକ ଠାରେ ବାଇକ୍ ଭାରସାମ୍ୟ ହରାଇବାରୁ ଦୁଇ ଜଣ ଛିଟିକି ପଡିଯାଇଥିଲେ । ବାଟରେ ଯାଉଥିବା ଲୋକ ଉଠାଇ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ପ୍ରାଥମିକ ଚିକିସିା କରିବା ପରେ ଶୁଶାନ୍ତ କୁମାର ବର୍ମନକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ଲକ୍ଷ୍ମଣ କୁମାରକୁ ଗୁରୁତର ଅବସ୍ଥାରେ ଚିକିସିାଧିନ ଅଛନ୍ତି ।
Comments are closed.