Odisha news

ଚଳିତ ବର୍ଷ ରଣପୁର ମହୋତ୍ସବ ଅର୍ଜ୍ଜୁନର କାର୍ଯ୍ୟକାରିଣୀ ବୈଠକ। ଅନୁଷ୍ଠିତ 

0
ରଣପୁର,୨୩/୧୨..–  ପ୍ରତେକ ବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠିତ  ହେବାକୁ ଥିବା  ରଣପୁର ମହୋତ୍ସବ ଅର୍ଜୁନ 2025 ପାଇଁ  କାର୍ଯ୍ୟକାରିଣୀ ବୈଠକ  ରଣପୁର ଏନ. ଏସି ସ୍ଥିତି ମା ମଣିନାଗ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ରଣପୁର ର  କଳା, ସଂସ୍କୃତି, ସାହିତ୍ୟ ଓ ସ୍ଵାଧିନତା ଆନ୍ଦୋଳନରେ ରଣପୁର ବଳିଦାନ କୁ ଉଜ୍ଜୀବିତ କରିବା ପାଇଁ ୨୦୦୬ ମସିହାରୁ ରଣପୁର ମହୋତ୍ସବ ପାଳନ ହୋଇଆସୁଛି। ଆଗାମୀ ୨୦୨୫ ମହୋତ୍ସବ ଅର୍ଜ୍ଜୁନ ପାଇଁ ମହୋତ୍ସବ କମିଟି ର ସଭାପତି ତଥା ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ଙ୍କ ଅଧ୍ୟକ୍ଷତାରେ ମଣିନାଗ ପୀଠ କଲ୍ୟାଣ ମଣ୍ଡପ ରେ ଡିସେମ୍ବର ୨୩ ତାରିଖ ମଧ୍ୟାହ୍ନରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ସୁପରିଚାଳନା ପାଇଁ ପାଟ୍ରନ ଭାବେ ପୁରୀ ସାଂସଦ ଡ଼ଃ ସମ୍ବିତ ପାତ୍ର,ଉପ ସଭାପତି ସୁରେଶ ମିଶ୍ର, ବିଜୟ କୁମାର ଜେନା, ପ୍ରିୟବ୍ରତ ପ୍ରହରାଜ,ପରେଶ ମିଶ୍ର, ସମ୍ପାଦକ ଭାବେ ସ୍ୱରାଜ ମହାନ୍ତି , କୋଷାଧ୍ୟକ୍ଷ ପ୍ରଶାନ୍ତ ମିଶ୍ର, ସାଂସ୍କୃତିକ ସମ୍ପାଦକ ସତ୍ୟନାରାୟଣ ମହାପାତ୍ର, ଉପଦେଷ୍ଟା ରଣପୁର ବି ଡି ଓ , ତହସିଲଦାର, ଥାନା ନିରୀକ୍ଷକ, ବିଜ୍ଞାପିତ ପରିଷଦ ଅଞ୍ଚଳ କାର୍ଯ୍ୟ ନିର୍ବାହୀ ଅଧିକାରୀ,ଅଗ୍ନୀଶମ ଅଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ ସାମ୍ବାଦିକ ବିଶ୍ୱରଂଜନ ଆଚାର୍ଯ୍ୟ,ବ୍ରଜ ରଣସିଂହ, କୃଷ୍ଣଚନ୍ଦ୍ର ଦାଶ,ଶିବ ପ୍ରସାଦ ମିଶ୍ର,ଦିନେଶ ପରିଡ଼ା ଓ ଅନ୍ୟମାନେ ଯୋଗଦାନ କରି ନିଜ ନିଜର ସୁଚିନ୍ତିତ ମତ ପ୍ରଦାନ କରିଥିଲେ। ପ୍ରଚାର ପ୍ରସାର ପାଇଁ ଡିସେମ୍ବର ୨୪ ତାରିଖ ରେ ସାମ୍ବାଦିକ ସମ୍ମିଳନୀ ସହ ଡିସେମ୍ବର ୨୭ ତାରିଖ ରେ ସାଧାରଣ ବୈଠକ ଡାକିବା ପାଇଁ ସମ୍ପାଦକ ସ୍ବରାଜ ମହାନ୍ତି ଙ୍କୁ ଦାୟିତ୍ଵ ଦିଆଯାଇଥିଲା। ଅନ୍ୟାନ୍ୟ ସବ୍ କମିଟି ସ୍ଥିର ପାଇଁ ଆଲୋଚନା ହୋଇଥିଲା। ଆଗାମୀ ମହୋତ୍ସବ ଏକ ଢଙ୍ଗରେ କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାର ଲୋକ କଳା ଓ ନୃତ୍ୟ ର ଆୟୋଜନ କରାଯାଇଥିବା ବାଚସ୍ପତି ସୁରମା ପାଢୀ ସୁଚନା ପ୍ରଦାନ କରିଥିଲେ।
Leave A Reply