ରଣପୁର ,୨୩/୧୨– ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଓ ବିଜ୍ଞାପିତ ପରିଷଦ ଅଞ୍ଚଳ ର ବହୁ ଚାଷ ଜମି ରେ ଧାନ କଳେଇ କୃଷକ ମାନଙ୍କ ପାଣିରେ ଭାସୁଛି। ଯାହାକୁ ନେଇ ଚିନ୍ତା ରେ ଚାଷୀ. ।ଯାହାଫଳ ରେ ନିଜ ନିର୍ବାଚନ ମଣ୍ଡଳୀ ଚାଷୀ ଙ୍କ ଏହି ଦ୍ରୁଦିନ ସମୟରେ ରଣପୁର ବିଧାୟିକା ତଥା ବାଚସ୍ପତି ସୁରମା ପାଢୀ ରଣପୁର ବ୍ଲକ୍ ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଧାନ ଚାଷ ର କ୍ଷୟକ୍ଷତି ବୁଲିଦେଖିବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି.. ରଣପୁର ବ୍ଲକ କାଣ୍ଡପଡା ଗ୍ରାମ ପଞ୍ଚାୟତ ସହ ଅନେକ ଗ୍ରାମ ପଞ୍ଚାୟତ ପାଣିରେ ଭାସୁଥିବା ପାଚିଲା ଧାନ ଦେଖି କୃଷକ ମାନଙ୍କ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି। କୃଷକ ମାନଙ୍କ ସହ ଆଲୋଚନା ପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ। ତୁରନ୍ତ ଆକଳନ କରି କୃଷକ ମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ନିର୍ଦେଶ ଦେଇଥିବା ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି ବାଚସ୍ପତି। କୃଷକ ମାନଙ୍କ ଦୁଃଖ ଦେଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଯୋଗୁଁ କୃଷକ ମାନେ ସୁରମା ଙ୍କ ପ୍ରତି ଆସ୍ଥା ପ୍ରକଟ କରିଥିବା ଜଣାପଡିଛି।