ରଣପୁର ଏନ୍.ଏ.ସି ରେ ପିଲାଙ୍କ ପାର୍କ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଯାଗାକୁ ନେଇ ବିବାଦ : ପୋଲିସ୍ ର ଏକତରଫିଆ କାର୍ଯ୍ୟକୁ ସାଧାରଣରେ ନାପସନ୍ଦ
ରଣପୁର : ରଣପୁର ଏନ୍.ଏ.ସି ଅନ୍ତର୍ଗତ ୧ନଂୱାର୍ଡର ସାନଗଡଠାରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ଯାଗା ପିଲାଙ୍କ ପାର୍କ ନିର୍ମାଣ କରିବା ପାଇଁ ରଣପୁର ଏନ୍.ଏ.ସି ତରଫରୁ ଯାଗା ଚିହ୍ନଟ ହୋଇ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଏହି ଯାଗାକୁ ନେଇ ବିବାଦ ହୋଇଥିବା ଦେଖା ଦେଇଛି ।
ଖବର ଅନୁସାରେ ରଣପୁର ଏନ.ଏ.ସି କୁ ୩ଟି ପିଲାଙ୍କ ପାର୍କ ନିର୍ମାଣ କରିବା ପାଇଁ ଅନୁଦାନ ଆସିଥିଲା ବେଳେ ପ୍ରଥମ ପାର୍କଟି ରଣପୁର ଏନ୍.ଏ.ସି ୧ନଂ ୱାର୍ଡର ସାନଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଥିବା ସରକାରୀ ଗୋଚର ଯାଗାକୁ ରଣପୁର ଏନ.ଏ.ସି ତରଫରୁ ଚିହ୍ନଟ କରି କାମ କରିବା ପାଇଁ ଯାଗା ଖୋଳାଯାଇ ଶୁଭ ପଡିଥିବା ବେଳେ ସେହି ଯାଗାକୁ ଲାଗି ରଣପୁର ର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଯାଗା ଥିବାରୁ ସେଠାରେ ପାର୍କ କରିବାକୁ ବିରୋଧ କରି ଖୋଳାଯାଇଥିବା ଯାଗାକୁ ଜେସିବି ସାହାର୍ଯ୍ୟରେ ପୋତି ଦେଇଥିଲେ ।
ଏହାଦେଖି ସାନଗଡ ଗ୍ରାମବାସୀ ବିରୋଧ କରିବାରୁ ସେହି ପ୍ରଭାବଶାଳୀ ବ୍ୟକ୍ତି ଜଣକ ପୋଲିସ୍ ଲଗାଇ ଗ୍ରାମବାସୀଙ୍କୁ ମାଡ ମାରିବା ସହ ସେଠାରୁ ଘଉଡେଇ ଦେଇଥିଲେ ଏବଂ ମିଥ୍ୟା ମକଦ୍ଦମା କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ରଣପୁର ଏନ୍.ଏ.ସି ୧ନଂ ୱାର୍ଡରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ପୋଲିସ୍ ର ଏହି ଏକ ତରଫିଆ କାର୍ଯ୍ୟକୁ ସାଧାରଣ ରେ ନିନ୍ଦା କରାଯାଇଛି । ତେବେ ଏ ନେଇ ରଣପୁର ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିସିଙ୍କୁ ପଚାରିବାରୁ ପାର୍କ ପାଇଁ ଚିହ୍ନଟ ହୋଇଥିବା ଯାଗାକୁ ସ୍ୱୀକାର କରିବା ସହ ସେଠାରେ ପାର୍କ ନିର୍ମାଣ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ସେହି ପାର୍କକୁ ବିରୋଧ କରୁଥିବା ପ୍ରଭାବଶାଳୀ ବ୍ୟକ୍ତି ଜଣକ କିଛି ସରକାରୀ ଯାଗାକୁ ଅକ୍ତିଆର କରିଥିବା ଅଭିଯୋଗ କରିଥିଲେ ।