Odisha news

ଜଗନ୍ନାଥ ରୂପୀ ପ୍ରଜାପତି ଠାବ : ଦେଖିବାକୁ ଲୋକଙ୍କ ଭିଡ,ତାପରେ …

0

ଔପଦା: ଔପଦା ଅଞଳରେ ବିଦ୍ୟୁତ ବିତରଣ ଦାଇତ୍ୱରେ ଥିବା ସଂସ୍ଥା ଆକାଂକ୍ଷା କାର୍ଯ୍ୟାଳୟରେ ଜଗନ୍ନାଥ ରୁପୀ ଏକ ବିରଳ ପ୍ରଜାପତି ବସିଥିବାର ଦେଖିବାକୁ ମିଳିଛି । ଆଜି କାର୍ଯ୍ୟାଳୟର ସହକାରୀ ଇନଚାର୍ଜ ମହେଶ୍ୱର ପଣ୍ଡା ଦିନ ୯.୩୦ ସମୟରେ ଅଫିସ ଖୋଲିବା ପରେ ଦେଖିବାକୁ ପାଇଲେ ଏକ ଝରକା ପାଖରେ ଏହି ଜଗନ୍ନାଥ ଆକୃତି ପଜାପତି ଟି ବସିଥିବାର ଦେଖିଥିଲେ ।

କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଏହି ଗଟଣାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଧୁପ ଦେଇ ପୁଜାର୍ଚନା କରିଥିଲେ । ଏହାକୁ ଦେଖିବାକୁ ସାଧାରଣ ଲୋକେ ଭିଡ ଜମିଥିଲା । ଲୋକଙ୍କ କହିବା ଅନୁସାରେ ହଟାତ ପ୍ରଜାପତିଟି ଲୋକଙ୍କୁ ଦେଖାଦେଲା ଓ ପୂଜାର୍ଚନା ବେଳେ ପ୍ରଜାପତିଟି ସେଠି ବସି ରହିଥିଲା l ଅବିକଳ ଜଗନ୍ନାଥ ଭଳି ଦେଖାଯାଉଥିବା ପ୍ରଜାପତିଟି ଦେଖିଲେ ଜାଣିବେ ପ୍ରଭୁ ଜଗନ୍ନାଥଙ୍କ ଅବିକଳ ରୂପ l

Leave A Reply