Odisha news

ରଣପୁର ବିଜେପି ବିଧାୟକ ପ୍ରାଥୀ ଚୟନକୁ ନେଇ ବିରୋଧ : ସୁରୁମା ସମର୍ଥିତ  ବିଜେପି କର୍ମୀ ଙ୍କ ପ୍ରତିବାଦ ସଭା 

0
ରଣପୁର….  ରଣପୁର ବିଜେପି ର ପ୍ରାଥୀ ଚୟନ ଙ୍କୁ ନେଇ ବିବାଦ ଦିନକୁ ଦିନ ବଢିବାର ଲାଗିଛି ଯାହାକୁ ନେଇ ପୂର୍ବର ବିଧାୟକ ପ୍ରାଥୀନି ତଥା ପୂର୍ବତନ ସମବାୟ ମନ୍ତ୍ରୀ ସୁରୁମା ପାଢ଼ୀ ଙ୍କ ସମର୍ଥକ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି.. ଶ୍ରୀମତୀ ପାଢ଼ୀ ଗତ କୋଡ଼ିଏ ବର୍ଷ ଧରି ରଣପୁର ବିଜେପି ର ସଙ୍ଗଠନ କରି ଗୋଟିଏ ଥର ମନ୍ତ୍ରୀ ହୋଇଥିବା ବେଳେ  ବିଜୁ ଜନତା ଦଳ କୁ କଡା ଟକ୍କର ଦେଇ ଆସୁଥିଲେ କିନ୍ତୁ ଚଳିତ ବର୍ଷ ନିର୍ବାଚନ ରେ ବିଗତ ଦିନର ବିଧାୟିକା ପ୍ରାଥୀନି ସୁରୁମା ପାଢ଼ୀ ଙ୍କୁ ବିଜେପି ତରଫରୁ ଟିକେଟ ନମିଳିବାରୁ ଶ୍ରୀ ମତୀ ପାଢ଼ୀ ଙ୍କ ବିଜେପି ସମର୍ଥିତ କର୍ମୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି.. ଯାହାକୁ ନେଇ ଶୁକ୍ରବାର  ରଣପୁର ବ୍ଲକ ଅଧିନସ୍ଥ କେରଣ୍ଡାଟାଙ୍ଗି ସ୍ଥିତ ବରକନ୍ୟା ମନ୍ଦିର ସ୍ଥିତ ସୁରୁମା ପାଢ଼ୀ ସମର୍ଥିତ ଶତାଧିକ ବିଜେପି କର୍ମୀ ଙ୍କୁ ନେଇ  ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି..ଚମ୍ପାଗଡ଼ ଶକ୍ତିକେନ୍ଦ୍ର ପ୍ରମୁଖ ରବୀନ୍ଦ୍ର ନାଥ ସାମନ୍ତ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିବା ପ୍ରତିବାଦ ସଭାରେ   କନ୍ଧନୟାଗଡ ଗ୍ରାମ ର ନଅ ଗୋଟି ୱାର୍ଡ ମେମ୍ବର ନାଏବ ସରପଞ୍ଚ ପ୍ରମୋଦ କୁମାର ସାହୁ ଙ୍କ ସମେତ ପୂବତନ ରଣପୁର ବ୍ଲକ ଉପଧାକ୍ଷ ପ୍ରଶାନ୍ତ କୁମାର ନାୟକ ଗୋପାଳପୁର ଜୋନ ବିଜେପି ସଭାପତି ନିର୍ମଳ ମାତଗଜସିଂହୀ ଚାନ୍ଦପୁର ମଣ୍ଡଳ ସଭାପତି ସୁବର୍ଣ୍ଣ ସିଂହ. ଗୋଡିପଡା ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁ ରବୀନ୍ଦ୍ର ସାମନ୍ତ. ଗଣେଶ୍ୱର ମାନ୍ଧାତା. ରଣପୁର ଏନ. ଏସି ମଣ୍ଡଳ ସଭାପତି ଶ୍ୟାମ ସୁନ୍ଦର ସାହୁ. ଯୁବ ନେତା ଅଭିଷେକ  ସାମନ୍ତରାୟ ଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗ ଦେଇ  ଟିକେଟ ପ୍ରଦାନ ରେ ହୋଇଥିବା ତ୍ରୁଟି କୁ ପୁନ୍ନବିଚାର କରୀ  ରଣପୁର ବିଧାନ ସଭା ଆସନ ପାଇଁ ପ୍ରିୟ ନେତ୍ରୀ ସୁରୁମା ପାଢ଼ୀ ଙ୍କୁ ବିଜେପି ତରଫରୁ ଟିକେଟ ପ୍ରଦାନ  କରିବା ପାଇଁ ଦାବୀ କରିଥିଲେ ନହେଲେ ଆଗାମୀ ଦିନରେ ବିଜେପି ଏଠାରେ ଶୋଚନୀୟ ପରାଜୟ ବରଣ କରିବ ବୋଲି କହିଥିଲେ ଏହି ପ୍ରତିବାଦ ସଭା ରେ ରଣପୁର ନିର୍ବାଚନ ମଣ୍ଡଳୀ ର ପ୍ରାୟ ଏକ ହଜାର ରୁ ଉର୍ଦ୍ଧ କର୍ମୀ ଓ ନେତା ଯୋଗ ଦେଇଥିବା ଜଣାପଡିଛି.. ତେବେ ଚଳିତ ବର୍ଷ ବିଜେପି ତରଫରୁ ନୂତନ କରୀ ତାପସ ମାର୍ଥା ଙ୍କୁ ପାର୍ଥି କରିଥିବା ବେଳେ ବିଜୁ ଜନତା ଦଳ ତରଫରୁ ଦୁଇ ଥର ର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଙ୍କୁ ରିପିଟି କରିଛି
Leave A Reply