ରଣପୁର ରେ ମରୁଡି ଆଶଙ୍କା : ବର୍ଷା ଅଭାବ ରୁ ଧାନ ଫସଲ ନଷ୍ଟ : ଧାନ ଫସଲ ଉଜୁଡି ଯିବାରୁ ଋଣ ଚିନ୍ତାରେ ଆତ୍ମହତ୍ୟା କଲେ ଚାଷୀ
ରଣପୁର…..ବର୍ଷା ଓ ଜଳସେଚନ ଅଭାବ କାରଣ ଯୋଗୁ ଧାନ ଫସଲ ଉଜୁଡି ଯିବାର ଦେଖି ଋଣ ଚିନ୍ତା ରେ ବେକ ର ଫାଶୀ ଲଗାଇ ଅତ୍ମହତ୍ୟା କଲେ ଚାଷୀ ଏଭଳି ଅଭିଯୋଗ ଆସିଛି ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳ ରୁ ଚଳିତ ବର୍ଷ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଞ୍ଚଳ ରେ ବର୍ଷା ଅଭାବ ରୁ ଧାନ ଫସଲ ଚାଷ ଜମି ଶୁଖି ଫାଟି ଆଁ କରି ରହିଛି ଏବଂ ଧାନ ଫସଲ ଚାଷ ନଷ୍ଟ ହୋଇ ମରୁଡି ଆଶଙ୍କା ଦେଖା ଦେଇଛି ଯାହାକୁ ନେଇ ଚିନ୍ତା ରେ ଚାଷୀ ତେବେ ବର୍ଷ ଯାକର ଶ୍ରମ କରି ଋଣ କରି ଆଣିଥିବା ଅର୍ଥ ରାଶି କୁ ଧାନ ଫସଲ ରେ ଲଗେଇ ଥିବା ଚାଷୀ ତାର ଫସଲ ଉଜୁଡି ଯିବାର ଦେଖି ଆତ୍ମହତ୍ୟା କରିଥିବା ଜଣାପଡିଛି. ଆତ୍ମହତ୍ୟା କରିଥିବା ଚାଷୀ ଜଣକ ହେଲେ ରଣପୁର ବ୍ଲକ ଅନ୍ତ୍ରଗତ ଜଙ୍କିଆ ଗ୍ରାମପଞ୍ଚାୟତ ଅଧିନସ୍ଥ ଓସ୍ତପଡା ଗ୍ରାମ ର ଗୋବିନ୍ଦ ସାହୁ (ବୟସ 65) ଗୋବିନ୍ଦ ଧାର କରଜ କରି ନିଜର ପାଞ୍ଚ ଏକର ଜମି ରେ ଧାନ ଫସଲ କରିଥିଲେ ତେବେ ଚଳିତ ବର୍ଷ ଅଭାବୀ ବର୍ଷା ଓ ଜଳ ସେଚନ ଅଭାବ ରୁ ନିଜ ଚାଷ ଜମି ଉଜୁଡି ଯିବା ର ଦେଖି ଗତ ଏକ ମାସ ଧରି ଚିନ୍ତିତ ଥିଲେ ବୋଲି ତାଙ୍କର ପୁଅ ବିକ୍ରମ ସାହୁ କହିଛନ୍ତି. ଏବଂ ଗତ କିଛି ଦିନ ଧରି ଖିଆ ପିଆ ଠିକ ରେ କରୁନଥିଲେ ଫସଲ ନଷ୍ଟ ହେଇଯାଉଥିବାରୁ ଋଣ କେମିତି ପରିଶୋଧ କରିବେ ସେ ଚିନ୍ତା ରେ ରହୁଥିଲେ ! ତେବେ ତାଙ୍କର ଝୁଲନ୍ତା ମୂର୍ତ ଦେହ ଗୋଟିଏ ଗଛ ରେ ଝୁଲୁ ଥିବା ର ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ. ପରେ ତାଙ୍କୁ ସେଠାରୁ ତାଙ୍କର ମୂର୍ତ ଦେହ ଉଦ୍ଧାର କରି ଶବ ସତ୍କାର କରିଥିବା ଜଣାପଡିଛି. ତେବେ ଫସଲ ଉଜୁଡି ଯିବାର ଦେଖି ଋଣ ଭୟ ରେ ଆତ୍ମହତ୍ୟା କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି. ରଣପୁର ବ୍ଲକ ରେ ଜଳସେଚନ ସୁବିଧା ନଥିବାରୁ ମରୁଡି ଆଶଙ୍କା ଦେଖା ଦେଇଛି. ତୁରନ୍ତ ରାଜ୍ୟ ସରକାର ତରଫରୁ ମରୁଡି ଘୋଷଣ କରି ସହାୟତ ପ୍ରଦାନ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି