ରଣପୁର, ୦୩/୨୩ : ଶୁକ୍ରବାର ଅପରାହ୍ନରେ ଚାରି ଘଂଟିକା ସମୟରେ ରଣପୁର ରେ ନୂତନ ଦେୱାନୀ ଓ ଫୌଜଦାରୀ ଅଦାଲତ ଉଦଘାଟିତ ହୋଇ ଯାଇଛି | ଏହାକୁ ଓଡିଶା ହାଇକୋର୍ଟ ର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ , ଅନ୍ୟତମ ସମ୍ମାନିତ ଅତିଥି ଭାବେ ହାଇକୋର୍ଟ ବିଚାରପତି ରାଧା କ୍ରିଷ୍ଣ ପଟ୍ଟନାୟକ ଯୋଗ ଦେଇ ଥିଲେ , ଏହି ଅବସରରେ ଅନୁଷ୍ଠିତ ହୋଇଥିବା ସାଧାରଣ ସଭା ରେ ମୁଖ୍ୟ ଅତିଥି ଓ ସଂମ୍ମାନିତ ଅତିଥି ଙ୍କ ସମେତ ରଣପୁର ବାର ଆସୋସିଏସନର ସଭାପତି ଗିରିଜାକାନ୍ତ ମହାପାତ୍ର, ରଣପୁର ବାର ଆସୋସିଏସନର ସମ୍ପାଦକ ସତ୍ୟ ରଞ୍ଜନ ମତ୍ତା ପ୍ରମୁଖ ମଞ୍ଚାସିନ ଥିଲେ | ନୟାଗଡ ଜିଲ୍ଲା କୋର୍ଟର ବିଚାରପତି ଆନଦ ନାରାୟଣ ମହାରଣା ସ୍ୱାଗତ ଭାଷଣ ଦେଇଥିଲେ | କାର୍ଯ୍ୟକ୍ରମ ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରାଯାଇଥିଲା | କୋର୍ଟ ପରିସର ମଧ୍ୟରେ ବାର ଆସୋସିଏସନ ଘର, ଟ୍ରଞ୍ଜିଟ ଗୃହ ଏବଂ କୋର୍ଟ କର୍ମଚାରୀଙ୍କ ନିମନ୍ତେ ନିର୍ମାଣ କରାଯାଇଥିବା କ୍ଵାର୍ଟର ମଧ୍ୟ ଶିଳାନ୍ୟାସ କରାଯାଇଥିଲା | ଛାତ୍ରଛାତ୍ରୀମାନେ ଆଇନ ବିଭାଗରେ କିପରି ଅଧିକ ଆଗ୍ରହ ପ୍ରକାଶ କରିବେ ସେଦିଗରେ ବିଭିନ୍ନ ପରାମର୍ଶ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁ, ହାଇକୋର୍ଟର ରେଜିଷ୍ଟର ଆନଦ ଦାଶ, ନୟାଗଡ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ.ରଣପୁର କୋର୍ଟ ର ପ୍ରଥମ ଶେଣୀ ବିଚାର ବିଭାଗୀୟ ଅଧିକାରୀ ଗୌରୀ ଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ | ରଣପୁର ବାର ଆସୋସେସନ ର ସମସ୍ତ ଆଇନିଜୀବି ଏହି ଉଦଘାଟିନ ଉତ୍ସବ ରେ ଉପସ୍ଥିତ ଥିଲେ