ରଣପୁର –16/8.. ଭଡା ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ରାଜସୁନାଖଳା ନାୟର ପେଟ୍ରୋଲ ପମ୍ପ ନିକଟ ଏକ ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ଜୈନିକ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ଗୋପାଳପୁର ଗ୍ରାମର ମୂଳିଆଧର ବେହେରାଙ୍କ ପୁଅ ବେଣୁଧର ବେହେରା। ପରିବାରିକ କଳହରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। ବେଣୁଧର ରାଜ ସୁନାଖଳାର ଏକ ଗ୍ରିଲ୍ ଦୋକାନର କର୍ଯ୍ୟା କରୁଥିଲେ। ଘର ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଗୋପାଳପୁର ଗ୍ରାମରେ ବୋଲି ଜଣା ପଡିଛି । ବେଣୁଧର ୧୩ ବର୍ଷ ତଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଗ୍ରାମର ସୁବାସ ରାଉତଙ୍କ ଝିଅ ରଶ୍ମିତା ବେହେରାଙ୍କୁ ବିବାହ କରିଥିବା ବେଳେ ତାଙ୍କର ୨ଟି ଝିଅ । ତେବେ ଗତକାଲି ରାତିରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ଥିବା ବେଳେ ସ୍ୱାମୀ ଘରର ସିଡି ଉପରେ ବେକରେ ଚଦର ଲଗାଇ ଆତ୍ମହତ୍ୟା କରିଥିବା ସ୍ତ୍ରୀ କହିଛନ୍ତି । ପରିବାର ଓ ସ୍ଥାନୀୟ ଲୋକ ଖବର ଦେବା ପରେ ବିଳମ୍ବରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ତେବେ ଏନେଇ ମୂର୍ତ ବେଣୁଧର ର ଭାଇ ସୁନାଖଳା ଫାଣ୍ଡି ରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ମୂର୍ତ ରେ ସନ୍ଦେହ ଥିବା ଅଭିଯୋଗ ହୋଇଛି. ସୁନାଖଳା ଫାଣ୍ଡି ଅଧିକାରୀ ଶବ ଜବତ କରି ରଣପୁର ଥାନା କେଶ ନମ୍ବର 22/23 ରେ ଏକ ଅପମୂର୍ତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି