ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ରଥଯାତ୍ରା ରେ ଲକ୍ଷଧିକ ଭକ୍ତଙ୍କ ସମାଗମ : ତାଳଧ୍ଵଜ ଓ ଦର୍ପଦଳନ ରଥ ଲାଗିଲା ଗୁଣ୍ଡିଚାବାଡ଼ିରେ
ସିଂହଦ୍ୱାର ସମ୍ମୁଖ ରେ ନନ୍ଦିଘୋଷ ଆସନ୍ତାକାଲି ହେବ ରଥଟଣା
ରଣପୁର,୨୦|୬… ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର ଶ୍ରୀଗୁଣ୍ଡିଚା ରଥଯାତ୍ରା ମହାସମାରୋହ ପାଳିତ ହୋଇଯାଇଛି.. ଦିନତମାମ ପ୍ରବଳ ଖରାଅନିଭୁତ ହୋଇଥିବା ସତ୍ୱେ ଭକ୍ତ ଓ ଭଗବାନ ଙ୍କ ଅପୂର୍ବ ମିଳନ ରେ ଭକ୍ତ ମାନେ ପ୍ରବଳ ଖରା କୁ ଖାତିରି ନକରି ଲକ୍ଷଧିକ ଭକ୍ତ ଏହି ଶ୍ରୀଗୁଣ୍ଡିଚା ଯାତ୍ରା ରେ ସମାଗମ ହୋଇଥିଲେ.. ନିତି ନିର୍ଘଣ୍ଟ ଅନୁସାରେ ଚତୁର୍ଦ୍ଧାମୂର୍ତୀ ଙ୍କ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ତେବେ ତାଳଧ୍ୱଜ ଓ ଦର୍ପଦଳନ ରଥ ଗୁଣ୍ଡିଚା ବାଡ଼ିରେ ଲାଗିଥିବା ବେଳେ ନନ୍ଦିଘୋଷ ରଥ ସିଂହଦ୍ୱାର ସମ୍ମୁଖ ରେ ଅଟକି ରହିଛି … ତେବେ ଆଜି ଅପରାହ୍ନ ଏକ ଘଂଟିକା ସମୟରେ ପହଣ୍ଡି ଆରମ୍ଭ କରାଯାଇ ରତ୍ନ ସିିଂହାସନରୁ ଓହ୍ଲାଇ ଆସିଥିଲେ ମହାବାହୁ। ଗୁମୁଟି ଦ୍ୱାର ଦେଇ ବଡଦାଣ୍ଡ କୁ ଧାଡି ପହଣ୍ଡି ହୋଇ ଆସିଥିଲେ ଚତୁର୍ଦ୍ଧାମୂରତି।
ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଶ୍ରୀ ଜଗନ୍ନାଥ ପହଣ୍ଡି ହୋଇଆସିବାର ଦୃଶ୍ୟ ଥିଲା ବେଶ ଅନନ୍ୟ। ଜଣଙ୍କ ପରେ ଜଣେ ଠାକୁର ପହଣ୍ଡି ହୋଇ ଆସୁଥିବାର ଦୃଶ୍ୟ ଦେଖି ଭକ୍ତ ହୋଇଥିଲେ ବିଭୋର । ଟାହିଆ ହଲୁଥାଏ, ଘଂଟଘଂଟାରେ ପ୍ରକମ୍ପିତ ହେଉଥାଏ ପୁରା ପରିବେଶ। ଚାରିଆଡେ ଶୁଭୁ ଥାଏ ଜୟ ଜଗନ୍ନାଥ ଧ୍ୱନି। ହରିବୋଲ,ହୁଳହୁଳି ଧ୍ୱନିରେ ରଥ, ପଥ, ଜଗନ୍ନାଥ ସବୁ ଏକାକାର ସାରା ରଣପୁର ବଡଦାଣ୍ଡ ହୋଇଥିଲା ଜୟ ଜଗନ୍ନାଥ ମୟ । ପରମ୍ପରା ଅନୁସାରେ ବଡଦାଣ୍ଡରେ ଚାଲିଥାଏ ଓଡିଶୀ ନୃତ୍ୟ। ଏହି ନୃତ୍ୟ ବିଶ୍ୱବିଧାତାଙ୍କୁ ସ୍ୱାଗତ କରିବା ପାଇଁ। ଦେବତାଙ୍କ ରୂପରେ ନିଜକୁ ସଜାଇ ଭକ୍ତମାନେ ବୁଲୁଥାନ୍ତି। କହିବାକୁ ଗଲେ ପୁରା ବଡଦାଣ୍ଡ ଜଗନ୍ନାଥମୟ। ଦେଖିଲେ ଲାଗୁଥାଏ ସତେ ଯେମିତି ସ୍ୱର୍ଗପୁରରେ ମହାପ୍ରଭୁଙ୍କ ଚାଲିଛି ଲୀଳାଖେଳା। ପ୍ରଥମେ ରଥ ଉପରେ ପହଂଚିବାପରେ ମଙ୍ଗଳଆଳତି କରାଯାଇ ରଥରୁଢ଼ ହୋଇଥିଲେ ଚତୁର୍ଦ୍ଧା ମୂର୍ତ୍ତି ପରେ ସୁସଜ୍ଜିତ ତାମଯାନ ପାଲିଙ୍କିରେ ଅପରାହ୍ନ ୩ଟାରେ ଆସିଥିଲେ ରଣପୁର ରାଜା ସାହେବ ଦିଲ୍ଲୀପ ଚନ୍ଦ୍ର ସିଂହଦେଓ । ତିନି ରଥରେ ପରମ୍ପରା ଅନୁସାରେ ଆରମ୍ଭ ହୋଇଥିଲା ଛେରା ପହଁରା ।
ତା ପରେ ତିନି ରଥରେ ଘୋଡା ଜୋଚା ଯାଇଥିଲା। ଏବଂ ଅପରାହ୍ନ ୪.୩୦ରେ ହୋଇଥିଲା ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ପ୍ରଥମେ ତାଳଧ୍ୱଜ ରଥ ଗୁଣ୍ଡିଚା ଖଳା ରେ ପହଞ୍ଚିବା ପରେ ପରମ୍ପରା ଅନୁସାରେ ମହିଳା ମାନଙ୍କ ଦ୍ୱାରା ଦର୍ପଦଳନ ରଥଟଣା ହୋଇ ସଂନ୍ଧ୍ୟା ସୁଦ୍ଧା ଗୁଣ୍ଡିଚାବାଡ଼ି ରେ ପହଞ୍ଚିଥିଲା । ପ୍ରଭୁ ଜଗନ୍ନାଥ ଙ୍କ ସିଂହଦ୍ୱାର ସମ୍ମୁଖ ରେ ଅଟକି ରହିଥିବା ବେଳେ ଆସନ୍ତା କାଲି ରଥଟଣା ହୋଇ ମାଉସି ମା ମନ୍ଦିର କୁ ପହଣ୍ଡି ବିଜେ କରିବେ ବୋଲି ଶ୍ରୀ ମନ୍ଦିର ଦେବୋତ୍ତର ଅଧିକାରୀ ଇପ୍ସିତ ସାହୁ ସୂଚନା ପ୍ରଦାନ କରିଛନ୍ତି ତେବେ ରଣପୁର ରାଜା ଦିଲ୍ଲୀପ ଚନ୍ଦ୍ର ସିଂହଦେଓ ଛେରାପହଁରା ନକରିବା ନିଜ ଜିଦି ରେ ଅଡ଼ିବସିଥିବା ବେଳେ ସ ଶହଶହ ବର୍ଷର ପରମ୍ପରା ଭାଙ୍ଗିବା ନେଇ ଜଗନ୍ନାଥ ପ୍ରେମୀ ଭକ୍ତ ମନରେ ଘୋର ଆଘାତ ଲାଗିଥିଲା. ଶ୍ରୀମନ୍ଦିର ପ୍ରଶାସନ ତଥା ସ୍ଥାନୀୟ ତହସିଲଦାର ଇପ୍ସିତସାହୁ ବହୁ ଉଦ୍ୟମ ସହିତ ରଣପୁର ର ସ୍ଥାନୀୟ ଜନସାଧାରଣ ନିବେଦନ ରାଜା ଦିଲ୍ଲୀପ ଚନ୍ଦ୍ର ସିଂହଦେଓ ରଥ ରେ ଛେରାପହଁରା କରିବା ପାଇଁ ରାଜି ହୋଇ ଛେରାପାହାର କରିଥିଲେ ଯାହାକୁ ନେଇ ହଜାର ହଜାର ଜଗନ୍ନାଥ ପ୍ରେମୀ ଭକ୍ତ ରାଜାସାହେବଙ୍କୁ କୃତଜ୍ଞତା ଜଣେଇବା ସହ ଖୁସି ହୋଇଥିବା ଜଣାପଡିଛି।ଟ୍ରାଫିକ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ୍ ମୁତୟନ କରା ଯାଇଥିଲା। ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଥିଲା। ଏହି ରଥଯାତ୍ରା ରେ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ପୂର୍ବତନ ବହୁ ବିଧାୟକ.ନୟାଗଡ ଜିଲ୍ଲାପାଳ । ଜିଲ୍ଲା ପରିଷଦ ସଭାପତି,ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷାଙ୍କ ସମେତ ବହୁ ରାଜନେତା,ମାନ୍ୟଗଣ ଅତିଥି ମଧ୍ୟ ରଥଯାତ୍ରାରେ ଯୋଗଦେଇ ଶ୍ରୀଜୀଉଙ୍କ କୃପା ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏହି ପ୍ରସିଦ୍ଧ ରଥଯାତ୍ରାର ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଥିଲା। ରଥଯାତ୍ରାର ଧାରା ବିବରଣୀ ସହ ରଣପୁରର ସଙ୍ଗୀତକଳା ବିଦ୍ୟା ନିକେତନର କଳାକାରଙ୍କ ଦ୍ଵାରା ଭଜନ ପରିବେଷଣ କରାଯାଉଥିଲା