Odisha news

ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷଙ୍କ କଦଳିଆ ଗସ୍

0

ବେତନଟୀ : ନବୀନ ସରକାରଙ୍କର ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଅନୁମୋଦନ ଲାଭ କରିଥିବା ବିଭିନ୍ନ ପ୍ରକଳ୍ପ ର ଭୂମି ପୂଜା କରାଯାଇଛି ।  ବୈଶିଙ୍ଗା ପଞ୍ଚାୟତର କଦଳିଆ ସ୍ଥିତ ଜାହିରା ନିର୍ମାଣ ନିମନ୍ତେ ଭୂମି ପୂଜନ ଉତ୍ସବ ହେଇଯାଇଛି। ବିରାମ ମାଝୀଙ୍କ  ସଭାପତିତ୍ବରେ ଅନୁଷ୍ଠିତ ଏହି ଭୂମି ପୂଜନ ଉତ୍ସବ ରେ ମୟୂରଭଞ୍ଜ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାର୍ଣ୍ଡି, ସମ୍ମାନିତ ଅତିଥି ଭାବରେ  ଉପାଧ୍ୟକ୍ଷ କମଳା ତିରୀୟା ଏବଂ  ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧ୍ୟକ୍ଷ ସୁବ୍ରମଣ୍ୟମ ମହାନ୍ତିଙ୍କ କରକମଳରେ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଉତ୍ସାହ ର ସହିତ ଶହ ଶହ ସଂଖ୍ୟା ରେ ଆଦିବାସୀ ମାନେ ଯୋଗ ଦେଇ ସରକାରଙ୍କର ଏହି ଯୋଜନାକୁ ପ୍ରଶଂସା କରିବା ସହିତ ନବୀନ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ରାମଚନ୍ଦ୍ର ସୋରେନ, ପ୍ରାକ୍ତନ ବିଧାୟକ ଗଣେଶ୍ୱର ପତ୍ର, ବୃନ୍ଦାବନ ଦାସ , ଅଭିନ୍ନ ସୁନ୍ଦର ପାତ୍ର, ଅର୍ଜୁନ ଦଳେଇ , ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ, ବିଜେଡି ସଭାପତି ସନ୍ତକ ଲେଙ୍କା, ବୈଶିଙ୍ଗା ସରପଞ୍ଚ ସାବିତ୍ରୀ  ମୁର୍ମୁ, ସମିତି ସଭ୍ୟା ସରସ୍ଵତୀ ଦାସ , ଜିଲ୍ଲା ପରିଷଦ ସଦସ୍ୟା ସବିତା ଦାସ, ଧାନୀ କିସ୍କୁ, ବିଶ୍ଵନାଥ ହେମ୍ବ୍ରମ,  ବୈଶିଙ୍ଗା ବିଜେଡି ସଭାପତି ରାମଚନ୍ଦ୍ର ପ୍ରଧାନ, କେନ୍ଦୁଆ ସଭାପତି ସୀତାନାଥ ବେହେରା, ମହିଳା ସଂଘଠନ ର ମୂଖ୍ୟ ଶାନ୍ତିଲତା ରାଉତ , ସ୍ନେହଲତା ପାଣି ଓ ଅନ୍ୟ ବିଜେଡି କର୍ମୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ମୂଖ୍ୟତଃ ଭାବରେ ରବିନାରାୟଣ ପଣ୍ଡା ପରିଚାଳନା କରିଥିଲେ।

Leave A Reply