Odisha news

ଶିଶୁ ସାହିତ୍ୟିକ ପ୍ରସନ୍ନ ହୋତାଙ୍କ ପରଲୋକ

0

ଦଶପଲ୍ଲା୨୦/୬ : ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଶିଶୁ ସାହିତ୍ୟିକ ପ୍ରସନ୍ନ କୁମାର ହୋତା ଙ୍କ ୮୮ବର୍ଷ ବୟସ ରେ ପରଲୋକ ହୋଇ ଯାଇଛି । କେବଳ ଯେ ଜଣେ ଶିଶୁ ସାହିତ୍ୟିକ ନୁହନ୍ତି ମଞ୍ଚ ନାଟକର ସେ ଥିଲେ ଜଣେ ବିନ୍ଧାଣି । ଆକାଶବାଣୀ ର ଚହଟ ଚମ୍ପା ଓ ଦୂରଦର୍ଶନ ର ତୁମବିନା କାର୍ଯ୍ୟ କ୍ରମ ରେ ସ୍ବର୍ଗତ ହୋତା ଙ୍କ କଳା ବେଶ ପ୍ରସଂସନିୟ। ସାହିତ୍ୟ କ୍ଷେତ୍ର ରେ ପାର ଦର୍ଶିତା ଲାଭ କରିଥିବା ସ୍ବର୍ଗତ ହୋତା ବିଭିନ୍ନ  ସାହିତ୍ୟ ସଂଗଠନ ରୁ ପୁରସ୍କୃତ ହେବା ପରେ ୨୦୧୬ ମସିହା ରେ ରାଜ୍ୟ ସାହିତ୍ୟ ଏକାଡେମୀ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ବାଧୀନତାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ସେ ରାଜ୍ୟ ସାହିତ୍ୟ ଏକାଡେମୀ ରୁ ମନୋନୀତ ହୋଇ ଦିଲ୍ଲୀ ଯାଇଥିଲେ । ଦଶପଲ୍ଲା ର ଜଣେ ସୁ ସାହିତ୍ୟିକ,ମିଷ୍ଟଭାସି, ମେଳାପୀ ଭାବେ ଜଣାଶୁଣା ସ୍ବର୍ଗତ ହୋତା ଙ୍କ ମୃତ୍ୟୁ ରେ ମ୍ରିୟମାଣ ହୋଇ ପଡ଼ିଛନ୍ତି ଦଶପଲ୍ଲା ର ବହୁ ସାହିତ୍ୟ ପ୍ରେମୀ, ବୁଦ୍ଧିଜୀବୀ, ଓ ଶିକ୍ଷାବିଦ,ସମସ୍ତେ ତାଙ୍କ ବାସଗୃହ ଦଶପଲ୍ଲା ଏନ ଏ ସି ସ୍ଥିତ ମହାନ୍ତି ସାହି ଠାରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply