Odisha news

ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାଲି ଥିବା ୧୨ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ କୁଳପତିଙ୍କୁ ନିଯୁକ୍ତ କଲେ

ନୂଆଦିଲ୍ଲୀ: ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଦିନ ୧୨ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ନୂତନ କୁଳପତିଙ୍କୁ ନିଯୁକ୍ତ କରିଛନ୍ତି। ଏହା ସହ କୁଳପତିଙ୍କର ଖାଲି ଥିବା ୨୨ଟି ପଦବୀ ମଧ୍ୟରୁ ୧୨ଟି ପୂରଣ ହୋଇଛି। ଦୀର୍ଘ ଦିନ ଧରି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକରେ ଭିସି ପଦବୀ ଖାଲି ଥିଲା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ୱାରା ଉଲ୍ଲେଖ କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା। ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ୧୨ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପାଇଁ କୁଳପତିଙ୍କ ନିଯୁକ୍ତିକୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ନଜର ପକାନ୍ତୁ ଏହି ସବୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହୋଇଥିବା ନୂତନ କୁଳପତିଙ୍କ ବାବଦରେ |

ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ – ଟଙ୍କେଶ୍ୱର କୁମାର |
ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ – ସତ ପ୍ରକାଶ ବନସାଲୀ |
ଜମ୍ମୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ- ସଞ୍ଜୀବ ଜୈନ |
ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ- ଖିତିଜ ଭୂଷଣ ଦାସ |
କର୍ଣ୍ଣାଟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ- ବଟୁ ସତ୍ୟନାରାୟଣ |
ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ- ମୁଥୁକାଲିଙ୍ଗନ କୃଷ୍ଣନୀ |
ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ-ବସୁଥକର ଜେ ରାଓ |
ସାଉଥ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ – କାମେଶ୍ୱର ନାଥ ସିଂ |
ଉତ୍ତର-ପୂର୍ବାଞ୍ଚଳ ହିଲ୍ ବିଶ୍ୱବିଦ୍ୟାଳୟ- ପ୍ରଭା ଶଙ୍କର ଶୁକ୍ଲା |
ଗୁରୁ ଘାସିଦାସ – ଆଲୋକ କୁମାର ଚକ୍ରବର୍ତ୍ତୀ |
ମୋୖଲାନା ଆଜାଦ ଜାତୀୟ ଉର୍ଦ୍ଦୁ ବିଶ୍ୱବିଦ୍ୟାଳୟ (ମାନୁୟୁ) – ସୟଦ ଆଇନୁଲ ହାସନ |
ମଣିପୁର ବିଶ୍ୱବିଦ୍ୟାଳୟ-ଏନ ଲୋକେନ୍ଦ୍ର ସିଂ

ସୂଚନାଯୋଗ୍ୟ ଯେ ଜେଏନୟୁ ଏବଂ ଡିୟୁ ସମେତ ମୋଟ ୧୦ ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ପଦବୀ ଖାଲି ରହିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ରାଜ୍ୟସଭାକୁ ସୂଚନା ଦେଇଥିଲେ ଯେ ଜେଏନୟୁ ଏବଂ ଡିୟୁ ସମେତ ମୋଟ ୨୨ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୁଳପତିଙ୍କ ପଦବୀ ଖାଲି ରହିଛି | ତେବେ ୧୨ଟିରେ ଚୟନ କରାଯାଇଛି ଓ ୧୦ଟିରେ କରାଯାଇନାହିଁ |

Comments are closed.