ରମ୍ଭା :-16/03/2024 ଓଡିଶାରେ ମେଣ୍ଟ ରାଜନୀତି ହେବ କି ନାହିଁ କିମ୍ବା ସାଧାରଣ ନିର୍ବାଚନ ପାଇଁ ଏଯାବତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ କି ତାରିଖ ଘୋଷଣା କରାଯାଇନାହିଁ।ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଛତ୍ରପୁର ନିର୍ବାଚନ ମଣ୍ଡଳୀର ରାଜନୈତିକ ଉଷ୍ମତା ସେତିକି ବୃଦ୍ଧି ପାଇବାରେ ଲାଗିଛି। ଏହି ନିର୍ବାଚନୀ ମଣ୍ଡଳୀରେ ଭାଜପା, ବିଜେଡି, କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ଆଶାୟୀକ ପାର୍ଥୀ ନିଜର ସଂଗଠନ ସଜାଡିବାରେ ଲାଗିଛନ୍ତି। ଏହି କ୍ରମରେ ଭାଜପାର ମଧ୍ୟ ଅନେକ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ଅନେକ ନୂଆ ଚେହେରା ଦେଖିବାକୁ ମିଳୁଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ବ୍ଲକର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ତଥା ଭାରତୀୟ ଜନତା ପାର୍ଟିର ଗଞ୍ଜାମ ଜିଲ୍ଲା SC ମୋର୍ଚ୍ଚା ସଭାପତି କିର୍ତ୍ତନ ଦାସ ଆଗଧାଡିରେ ଥିବା ବେଳେ, ଦ୍ଵିତୀୟରେ କୃଷ୍ଣଚନ୍ଦ୍ର ନାୟକ, ତୃତୀୟରେ ପ୍ରଶାନ୍ତ କୁମାର କର,ଗତ ସପ୍ତାହରେ B.J.P କୁ ନୂଆ ଆସିଥିବା ବନମାଳୀ ସେଠୀ ଓ ଭୀମସେନ ବେହେରା ମଧ୍ୟ ଦୌଡ଼ରେ ଅଛନ୍ତି। ତେବେ କିର୍ତ୍ତନ ଦାସ, ଭାଜପା ଜିଲ୍ଲା ସଭାପତି ଡାକ୍ତର ସୁବାସ ଚନ୍ଦ୍ର ସାହୁ, ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂଗଠନ ମହାମନ୍ତ୍ରୀ ମାନସ ରଞ୍ଜନ ମହାନ୍ତି, ସାଧାରଣ ସମ୍ପାଦକ ସାରଦା ପ୍ରସାଦ ସତପଥିଙ୍କୁ ବିଧାୟକ ଟିକେଟ ପାଇଁ ନିଜର ବାୟୋଡାଟା ପ୍ରଦାନ କରିଥିବା ଜଣାପଡିଛି। କିର୍ତ୍ତନ ଦାସ ପ୍ରଧାନମନ୍ତ୍ରୀଙ୍କର ବିଭିନ୍ନ ଜନ ହିତକର ଯୋଜନା ନେଇ ଲୋକଙ୍କ ପାଖକୁ ଯାଇଥିବା ନିର୍ବାଚନୀ ମଣ୍ଡଳୀରେ ଦେଖିବାକୁ ମିଳୁଛି।ଏଥିସହ ଭାଜପାର ଗାଁ କୁ ଚାଲ ଅଭିଯାନ, ବସ୍ତି ସମ୍ପର୍କ ଅଭିଯାନ, ବୁଥ୍ ଚାଲ ଅଭିଯାନ,ଲାଭାର୍ଥୀ ସମ୍ମିଳନୀରେ ମଧ୍ୟ ଦେଖିବାକୁ ମିଳଛି। କିର୍ତ୍ତନ ଦାସ ପୂର୍ବରୁ ଦୀର୍ଘ ୩୦ ବର୍ଷ କାଳ ଭାରତୀୟ ଜନତା ପାର୍ଟିରେ ଥିବା ବେଳେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ, ଗଞ୍ଜାମ ଜିଲ୍ଲା ବାଉରୀ ଖଦାଳ ଓ ବାଲ୍ମିକୀ ଦାସ କୁଳର ଜିଲ୍ଲା ସାଧାରଣ ସମ୍ପାଦକ,ପାଲୁରୁ ତାଲୁକାର ସାଧାରଣ ସମ୍ପାଦକ, ସୁବଳୟା ସମବାୟ ସମିତିର ସଭାପତି, ଭାଜପାର ରାଜ୍ୟ ଅନୁସୂଚିତ ଜାତିର କାର୍ଯ୍ୟକାରିଣୀ ସଦସ୍ୟ ଓ ବିଭିନ୍ନ ପଦ ପଦବୀରେ ରହି ଜନ ହିତକର କାର୍ଯ୍ୟ ସାଙ୍ଗକୁ ଦଳୀୟ ସଂଗଠନ ମଜବୁତ କରିଛନ୍ତି। ଆଗାମୀ ଦିନରେ ଟିକେଟ ପାଇବା ପାଇଁ ଆଶା ରଖିଛନ୍ତି।