Odisha news

ରାମାୟଣ ର ରୋଚକ କଥା : ମା ସୀତା କେଉଁ ଜୀବ କୁ ଦେଇଥିଲେ ଅଭିଶାପ ଓ କାହିଁକି

0

ରାମାୟଣ ର ବର୍ଣନା ଅନୁସାରେ ମାତା କୈକେଇ ଙ୍କ ଇଚ୍ଛା ଅନୁସାରେ ଓ ଅଯୋଧ୍ୟାର ରାଜା ଦଶରଥ ଙ୍କ ଅନିଚ୍ଛା ସତ୍ୱେ ପ୍ରଭୁ ଶ୍ରୀରାମ ମାତା ସୀତା ଓ ଲକ୍ଷ୍ମଣ ଙ୍କ ସହିତ ୧୪ ବର୍ଷ ବନବାସ ଯାଇଥିଲେ l ରାଜା ଦଶରଥ ଙ୍କର ଚାରିପୁତ୍ର ଙ୍କ ମଧ୍ୟରେ ସବୁଠୁ ପ୍ରିୟ ଥିଲେ ପ୍ରଭୁ ରାମଚନ୍ଦ୍ର l ପ୍ରଭୁ ଶ୍ରୀରାମଙ୍କ ବନ ଗମନ ପରେ ଦଶରଥ ଶ୍ରୀରାମ ଙ୍କୁ ଝୁରିଝୁରି ନିଜର ପ୍ରାଣ ତ୍ୟାଗ କରିଥିଲେ l ଶ୍ରୀରାମ ଙ୍କ ଅନୁପସ୍ଥିତି ରେ ଭରତ ଓ ଶତୃଘ୍ନ ନିଜ ପିତାଙ୍କର ସମସ୍ତ ସଂସ୍କାର କାର୍ଯ୍ୟ କରିଥିଲେ l ଏହି ବନବାସ ସମୟରେ ପ୍ରଭୁ ଶ୍ରୀରାମ ନିଜ ପିତାଙ୍କୁ ପିଣ୍ଡଦାନ କରିବା ପାଇଁ ମାତା ସୀତାଙ୍କ ସହିତ ଫାଲ୍ଗୁ ନଦୀ କୂଳକୁ ଯାଇଥିଲେ l

ଏହି ସମୟରେ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ପିଣ୍ଡଦାନ ନିମିତ୍ତ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବାକୁ ଚାଲି ଯାଇଥିଲେ l ସେହି ସମୟରେ ସେଠାରେ ମାତା ସୀତା ଏକାକୀ ରହି ଯାଇଥିଲେ ଓ ପ୍ରଭୁ ଶ୍ରୀରାମ ଏବଂ ଲକ୍ଷ୍ମଣ ଙ୍କ ଅପେକ୍ଷା କରିଥିଲେ l କିନ୍ତୁ ସମୟ ଗଡିବାକୁ ଲାଗିଥିଲା l ଏବଂ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣ ଙ୍କର ଆସିବା ଡେରି ହୋଇ ଯାଇଥିଲା l ଏହାପରେ ମାତା ସୀତା ସଠିକ ସମୟ କୁ ଦେଖି ସେଠାରେ ଉପସ୍ଥିତ ଥିବା ଗାଈ, କାଉ, ଫାଲ୍ଗୁ ନଦୀ ଏବଂ ପଣ୍ଡିତ ଙ୍କୁ ସାକ୍ଷୀ ରଖି ରାଜା ଦଶରଥ ଙ୍କୁ ପିଣ୍ଡ ଦାନ କରିଥିଲେ l

କିନ୍ତୁ ଭଗବାନ ଶ୍ରୀରାମ ଫେରିବା ପରେ ଏହାକୁ ବିଶ୍ୱାସ କରି ପାରି ନଥିଲେ l ଏହାପରେ ମାତା ସୀତା ସାକ୍ଷୀ ରଖି ପିଣ୍ଡଦାନ କରିଥିବା କଥା ପ୍ରଭୁ ଙ୍କୁ କହିଥିଲେ l କିନ୍ତୁ ପ୍ରଭୁ ଶ୍ରୀରାମ ଙ୍କ କ୍ରୋଧ କୁ ଦେଖି ସେଠାରେ ସାକ୍ଷୀ ରହିଥିବା ସମସ୍ତେ ମନାକରି ଦେଇଥିଲେ , କିନ୍ତୁ ସେଠାରେ ଥିବା ଗୋଟିଏ ବଟବୃକ୍ଷ ମା ସୀତା ଙ୍କ ପିଣ୍ଡଦାନ କରିଥିବା କଥାକୁ ପ୍ରଭୁ ରାମଚନ୍ଦ୍ର ଙ୍କ କହିଥିଲା l ଏହାପରେ ମାତା ସୀତା ଫାଲ୍ଗୁ ନଦୀ, ଗାଈ, କାଉ ଓ ପଣ୍ଡିତ ଙ୍କୁ ଅଭିଶାପ ଦେଇଥିଲେ l

ମାତା ସୀତା ଫାଲ୍ଗୁ ନଦୀ କୁ ଅଭିଶାପ ଦେଇଥିଲେ ଯେ ଗୋଟିଏ ନଦୀ ହୋଇ ମଧ୍ୟ ତୁ ସବୁବେଳେ ଶୁଖିଲା ରହିବୁ l ଆଉ କାଉକୁ ଅଭିଶାପ ଦେଇଥିଲେ ଯେ ଯେତେ ଖାଇଲେ ମଧ୍ୟ ତୋର କଦାପି ପେଟ ପୁରିବନି ଏବଂ ତୋର ଆକସ୍ମିକ ମୃତ୍ୟୁ ହେବ l

ଏହାପରେ ମାତା ସୀତା ପଣ୍ଡିତ ଙ୍କୁ ଅଭିଶାପ ଦେଇଥିଲେ ଯେ ଯେତେ ଦାନ ପାଇଲେ ମଧ୍ୟ ପଣ୍ଡିତ କଦାପି ସନ୍ତୁଷ୍ଟ ହେବେ ନାହିଁ ଓ ସେମାନଙ୍କ ଲୋଭ କଦାପି ସନ୍ତୁଷ୍ଟ ହେବନାହିଁ l ଏହାପରେ ମାତା ସୀତା ଗାଈ କୁ ମଧ୍ୟ ଅଭିଶାପ ଦେଇଥିଲେ ଓ କହିଥିଲେ ପୂଜନୀୟ ହେବା ସତ୍ୱେ ତୁ ସର୍ବଦା ସମସ୍ତଙ୍କ ଅଇଁଠା ଖାଇବୁ l ସେହିଦିନ ଠାରୁ ଗାଈ ବୁଲି ବୁଲି ସମସ୍ତଙ୍କ ଅଇଁଠା ଖାଇଥାଏ l

Nalco
Leave A Reply