Odisha news

ରାମାୟଣର ରୋଚକ କଥା : ମାତା ପାର୍ବତୀଙ୍କ ପାଇଁ ନିର୍ମାଣ ହୋଇଥିବା ସ୍ଵର୍ଣ୍ଣର ଲଙ୍କା କିପରି ହେଲା ରାବଣର

0

ରାମାୟଣ ରେ ରାବଣ ର ଚରିତ୍ର ସହିତ ତାର ସ୍ଵର୍ଣ ଲଙ୍କା ବିଷୟରେ ଅନେକ କଥା କୁହାଯାଇ ଥାଏ l  ମାନ୍ୟତା ଅନୁସାରେ ରାବଣ ର ଲଙ୍କା ସୁନାରେ ନିର୍ମିତ ହୋଇଥିଲା l ପୁରାଣ ର କଥା ଅନୁସାରେ ଯେତେବେଳେ ମହାବୀର ହନୁମାନ ମା ସୀତାଙ୍କୁ ଠାବ କରିବା ପାଇଁ ଲଙ୍କାପୁରୀ କୁ ଯାଇଥିଲେ, ଏହାପରେ ସେ ନିଜ ଲାଞ୍ଜ ରେ ରାକ୍ଷସ ମାନେ ରାବଣ ର ସଭାରେ ନିଆଁ ଲଗାଇବା କାରଣରୁ ହନୁମାନ ଲାଞ୍ଜ ର ଅଗ୍ନି ସଂଯୋଗ ରେ ଲଙ୍କାପୁରୀ କୁ ପୋଡି ନଷ୍ଟ କରିଥିଲେ l ଏହି ସମସ୍ତ ଘଟଣା ମଧ୍ୟରେ ବେଳେବେଳେ ପ୍ରଶ୍ନ ଉଠିଥାଏ ଯେ ଏହି ସ୍ଵର୍ଣ ଲଙ୍କା କୁ କିଏ ତିଆରି କରିଥିଲେ l  ସ୍ଵର୍ଣ ଲଙ୍କା କୁ ମାତା ପାର୍ବତୀ ଓ ମହାଦେବ ଙ୍କ ସହିତ ଯୋଡି ଦେଖାଯାଇ ଥାଏ l ରାମାୟଣ ରେ ଯେଉଁ ସ୍ଵର୍ଣ ଲଙ୍କା ବିଷୟରେ ବର୍ଣନା ମିଳିଥାଏ , ତାହା ରାବଣ ର ନୁହେଁ l  କୁହାଯାଏ ଯେ ଏହାର ନିର୍ମାଣ ଭଗବାନ ଶିବ ମାତା ପାର୍ବତୀ କହିବା ଅନୁସାରେ ତିଆରି କରିଥିଲେ l

ହିନ୍ଦୁ ଧାର୍ମିକ ମାନ୍ୟତା ଅନୁସାରେ କୁହାଯାଏ ଯେ ରାମାୟଣ ସମୟରେ ଅର୍ଥାତ ତ୍ରେତେୟା ଯୁଗରେ ସୁନାର ଲଙ୍କା ଥିଲା l  ଏହା ମଧ୍ୟ ମାନ୍ୟଟି ରହିଛି ଯେ ଏହି ସ୍ଵର୍ଣ ଲଙ୍କା କୁ ମହାଦେବ ମାତା ପାର୍ବତୀଙ୍କ ପାଇଁ ନିର୍ମାଣ କରିଥିଲେ l ମାତା ପାର୍ବତୀ ଓ ମହାଦେବ ଙ୍କ ନିବାସ ସ୍ଥଳୀ ହିମାଳୟ ଥିଲା, ସେମାନେ ଖୁବ ସାଧାରଣ ଜୀବନ ଅତିବାହିତ କରୁଥିଲେ l ସେମାନଙ୍କୁ କୌଣସି ରାଜକୀୟ ପ୍ରାସାଦ ର ଆବଶ୍ୟକତା ନଥିଲା l କିନ୍ତୁ ଏକଦା ମାତା ପାର୍ବତୀ ଭଗବାନ ମହାଦେବ ଙ୍କୁ ଗୋଟିଏ ମହଲ ତିଆରି କରିବା ପାଇଁ ଇଛା ପ୍ରକାଶ କରିଥିଲେ l ଏହାପରେ ମହାଦେବ ବିଶ୍ୱକର୍ମା ଓ କୁବେର ଙ୍କୁ ଡାକି ସମୁଦ୍ର ମଝିରେ ସୁନାର ମହଲ ତିଆରି କରିବାକୁ କହିଲେ ଓ ଏହା ସେହି ସୁନାର ଲଙ୍କା l

ମାନ୍ୟତା ଅନୁସାରେ ରାମାୟଣ ସମୟରେ ସୁନାର ଲଙ୍କା ବିଷୟରେ ଖୁବ ଆଲୋଚନା ହୋଇଥିଲା l  ଏକଦା ରାବଣ ସେହି ବାଟ ଦେଇ ଯାଉଥିଲା ଓ ସେ ସେହି ସ୍ଵର୍ଣ ନଗରୀ କୁ ଦେଖି ମୋହିତ ହୋଇଗଲା l ତା ମନରେ ଲୋଭ ଜାଗ୍ରତ ହେଲା, ଏହାପରେ ରାବଣ ଗୋଟିଏ ବ୍ରାହ୍ମଣ ର ବେଶ ଧାରଣ କରି ଭଗବାନ ଶିବ ଙ୍କ ନିକଟକୁ ଗଲା ଓ ଦାନରେ ସ୍ଵର୍ଣ୍ଣର ଲଙ୍କା ମାଗିଥିଲେ l ଭଗବାନ ଶିବ ତ ଭୋଳାନାଥ , ସେ ଦାନାରେ ରାବଣ କୁ ଲଙ୍କା ଦେଇଦେଲେ l ଏଭଳି ଭାବରେ ସ୍ଵର୍ଣ ଲଙ୍କା ରାବଣର ହୋଇଗଲା l ଏହା ମଧ୍ୟ ପୁରାଣ ରେ ବର୍ଣନା ରହିଛି ଯେ ଧନପତି କୁବେର ଙ୍କ ନିକଟ ରୁ ରାବଣ ବଳ ପୂର୍ବକ ଲଙ୍କା ଛଡାଇ ନେଇଥିଲା l

ପୁରାଣର ବର୍ଣନା ଅନୁସାରେ ଯେତେବେଳେ ମାତା ପାର୍ବତୀ ରାବଣ ଛଳନା କରି ଲଙ୍କା ନେଇ ଯାଇଥିବା ଖବର ଜାଣିଲେ , ସେତେବେଳେ ସେ କ୍ରୋଧ ରେ ଜର୍ଜରିତ ହୋଇ ଯାଇଥିଲେ l ଏହାପରେ ସେ ରାବଣକୁ ଅଭିଷାପ ଦେଇଥିଲେ ଯେ ‘ଯେଉଁ ଲଙ୍କା କୁ ତୁ ଛଳନା କରି ନେଇଛୁ ତାହା ଦିନେ ଅଗ୍ନି ରେ ଭଷ୍ମ ହୋଇଯିବ l ଏହାର କିଛି ବର୍ଷ ପରେ ଅଂଜନୀ ପୁତ୍ର ହନୁମାନ ମା ସୀତା ଙ୍କୁ ଠାବ କରିବାକୁ ଆସି ଲଙ୍କା ଦହନ କରିଥିଲେ l

Leave A Reply