ଏଭଳି ଧାରଣା ରହିଥାଏ ଯେ ସକାରାତ୍ମକ ଧାରଣା ରଖିଥିବା ପିଲାମାନେ ହୋଇ ଥାଆନ୍ତି ଖୁଶ ମିଜାଜ l କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳିଥାଏ କିଛି ପିଲା ଛୋଟ ବେଳରୁ ନକାରାତ୍ମକ ମନୋଭାବ ର ହୋଇ ଥାଆନ୍ତି l ସେଥିପାଇଁ ପିଲା ମାନଙ୍କର ଏଭଳି ମନୋଭାବ ତାଙ୍କ ଭବିଷ୍ୟତ ଉପରେ ପଡିଥାଏ l ତେଣୁ ପିଲା ମାନଙ୍କର ଭବିଷ୍ୟତ ପାଇଁ ସକାରାତ୍ମକ ଭାବନା ନିହାତି ଆବଶ୍ୟକ l ତେଣୁ ପିଲାମାନଙ୍କ ନକାରାତ୍ମକ ଭାବନା ନିହାତି ପିତାମାତା ଦୂର କରିବା ଉଚିତ l
– ନକାରାତ୍ମକ ଓ ସକାରାତ୍ମକ ଭାବନା ମଧ୍ୟରେ ଅନ୍ତର ମଧ୍ୟରେ କଣ ଫରକ ରହିଛି ଏହା ବୁଝାଇବା ଜରୁରୀ l ଅନେକ ପିଲା ଏଭଳି ରହି ଥାଆନ୍ତି ଯିଏକି ନକାରାତ୍ମକ ଓ ସକାରାତ୍ମକ ଜିନିଷ ମଧ୍ୟରେ ଅନ୍ତର ଜାଣି ନଥାଆନ୍ତି l ଏଭଳି ସ୍ଥିତି ରେ ପିଲାମାନେ ଅଜାଣତ ରେ ନକାରାତ୍ମକ ସ୍ଥିତି ଆଡକୁ ଆକର୍ଷିତ ହୋଇ ଥାଆନ୍ତି l ଏପରି ସ୍ଥିତି ରେ ପିତାମାତା ମାନଙ୍କ ପାଇଁ ସବୁଠୁ ଜରୁରୀ ହୋଇଯାଏ ଯେ ପିଲା ମାନଙ୍କୁ ଖରାପ ଓ ଭଲ ମଧ୍ୟରେ ପାର୍ଥକ୍ୟ ଦେଖାଇବା l ଏହା କହିବା ଆବଶ୍ୟକ ଯେ ନକାରାତ୍ମକ ଭାବନା ରଖିବା ଦ୍ୱାରା ସମସ୍ୟାର ସମାଧାନ ହୋଇ ନଥାଏ l
– ଯଦି ପିତାମାତା ଚାହୁଁଛନ୍ତି ଟଙ୍କ ସନ୍ତାନ ନକାରାତ୍ମକ ଚିନ୍ତାର ଶିକାର ନହେଉ , ସେଥିପାଇଁ ପିତାମାତା ନିଜକୁ ପଜିଟିଭ ରଖିବା ଜରୁରୀ l କାହିଁକି ମା ଓ ବାପାଙ୍କ ନକାରାତ୍ମକ ଭାବନା ପିଲଟିକୁ ଭିତରୁ ଭାଙ୍ଗି ଦେଇଥାଏ l ସେଥିପାଇଁ ପିତାମାତା ପିଲାଟି ସମ୍ମୁଖରେ ପଜିଟିଭ ରହିବାକୁ ଚେଷ୍ଟା କରନ୍ତୁ ଏବଂ ନିଜ ପିଲାର ମନୋବଳ ବଢ଼ାନ୍ତୁ l
– ଅନେକ ପିଲା ଏଭଳି ହୋଇ ଥାଆନ୍ତି ମନରେ ଅନେକ ନକାରାତ୍ମକ ଭାବନା ଓ ଚିନ୍ତା ରଖି ଥାଆନ୍ତି l କଦାପି ନିଜର ମନର କଥା କାହା ନିକଟରେ ପ୍ରକାଶ କରିବାକୁ ପ୍ରସ୍ତୁତ ନଥାଆନ୍ତି l ଯଦି ଦେଖୁଛନ୍ତି ଆପଣଙ୍କ ପିଲା ଖୁବ ଅଧିକ ଚୁପ ଚାପ ରହୁଛି ତେବେ ତା ସହିତ ବନ୍ଧୁ ଭଳି ମିଶି ତାର ମନକୁ ବୁଝିବାକୁ ଚେଷ୍ଟା କରନ୍ତୁ l କାହିଁକି ନା ପିଲା ମାନଙ୍କର ଚିନ୍ତା କୁ ଜାଣିବା ପ୍ରତ୍ୟେକ ପିତାମାତା ଙ୍କ ଆବଶ୍ୟକ l
– ନିଜ ପିଲାକୁ ସବୁବେଳେ ମନୋବଳ ବଢାଇବା ପ୍ରତ୍ୟେକ ମାତାପିତା ଙ୍କ କର୍ତବ୍ୟ ଅଟେ l କାହିଁକି ନା ନକାରାତ୍ମକ ଭାବନା ରଖୁଥିବା ପିଲାମାନେ ଅନେକ ଜିନିଷ ରେ ଖରାପ ହିଁ ବାହାର କରି ଥାଆନ୍ତି l ତେଣୁ ପିଲାମାନଙ୍କ ଏହି ମନୋଭାବ ନିହାତି ବଦଳିବା ଜରୁରୀ l ତେଣୁ ସେମାନଙ୍କୁ ଆଧ୍ୟାତ୍ମିକ ଚିନ୍ତନ କରିବାକୁ କୁହନ୍ତୁ l