ରାଜନଗରରେ ରାଜନୀତି ଉଷ୍ମ : ମହିଳା ବିଜେଡି ପକ୍ଷରୁ ଅଂଶୁମାନଙ୍କ କୁଶପୁତଳିକା ଦାହ
ପ୍ରତିବାଦରେ କଂଗ୍ରେସ ପୋଡିଲା ବିଧାୟକଙ୍କ କୁଶପୁତଳିକା
ରାଜନଗର : ୨୨/୧ ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ପଟ୍ଟାମୁଣ୍ଡାଇ ଅଂଚଳର ଜଣେ ମହିଳାଙ୍କ ସହ ରାତ୍ରିଯାପନ କରିବା କଥାବିଭିନ୍ନ ମାଧ୍ୟମରେ ଚର୍ଚ୍ଚା ସଂପର୍କିତ ଖବର ସୋସିଆଲ ମିଡିଆରେ ନିଆଁ ଭଳି ଘୁରି ବୁଲୁଛି। ଏହି ଖବରକୁ ନେଇ ରାଜନଗର ନିର୍ବ।ଚନମଣ୍ଡଳୀର ମହିଳାଙ୍କ ମଧ୍ୟରେ ପତିକ୍ରିୟା ବୃଦ୍ଧି ପାଇବା ରେ ଲାଗିଛି। ମାଆ ଭଉଣୀଙ୍କ ପ୍ରତି ଅଂଶୁମାନଙ୍କ ଏପରି ବ୍ୟବହାର କୁ ନେଇ ଗତକାଲି ପଟ୍ଟାମୁଣ୍ଡାଇ ମହିଳା ବିଜେଡି ଅଂଶୁମାନଙ୍କ କୁଶପୁତଳିକା ପୋଡିଥିବା ବେଳେ ସୋମବାର ଏହି ନିଆଁ ରାଜନଗରକୁ ବ୍ୟାପିଛି। ଆଜି ରାଜନଗର ମହିଳା ବିଜେଡି ଅଂଶୁମାନଙ୍କ କୁଶପୁତଳିକା ଦାହ କରିବା ସହ ଗୋବ୍ୟାକ୍ ନାରା ଦେଇଛନ୍ତିଏବଂ କଂଗେସ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେବା ପାଇଁ ଦାବି କରିଛନ୍ତି। ବିଧାୟକ ଙ୍କ ପ୍ରତି ବିରୋଧୀ ଦଳ ର କାର୍ଯ୍ୟକୁ ନିନ୍ଦା କରିଛନ୍ତି ବିଜୁ ମହିଳା ଜନତା ଦଳର ନେତୃତ୍ୱ।ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିଧାୟକ ଧ୍ରୁବ ସାହୁଙ୍କ କୁଶପୁତଳିକା ପୋଡାଯାଇଛି । ସୂଚନାଯୋଗ୍ୟ ଆଜିତ୍ରିନାଥ ବଜାର ରେ କଂଗ୍ରେସ ପକ୍ଷରୁ ବିଧାୟକ ଙ୍କ କୁଶପୁତ୍ତଳିକାଦାହ କାର୍ଯ୍ୟକ୍ରମରେ ରାଜନଗର ବ୍ଲକର ହାତଗଣତି ମହିଳାଥିବାବେଳେ ପଟ୍ଟାମୁଣ୍ଡାଇ ଅଞ୍ଚଳ ର ମହିଳା ମାନେ ଆସିସାମିଲ ହୋଇଥିଲେ।ଅନ୍ୟ ବ୍ଲକର କିଛି ମହିଳାଙ୍କୁ ଆଣି କଂଗ୍ରେସ ବିଧାୟକଙ୍କ କୁଶପୁତଳିକା ପୋଡିଛି। ରାଜନଗର ରେ
ଆଜି ମହିଳା ବିଜେଡି ସଭାନେତ୍ରୀ ରଶ୍ମୀ ରଂଜିତା ସ୍ୱାଇଁଙ୍କ ନେତୃତ୍ବରେ ଶତାଧିକ ମହିଳା ତ୍ରିନାଥ ବଜାରରୁ ଏକ ଶୋଭାଯାତ୍ରାରେ ବାହାରି ଅଂଶୁମାନଙ୍କ ବିରୁଦ୍ଧରେ ନାରା ଦେଇ ରାଜନଗର ହଂସୁଆ ସେତୁ ନିକଟରେ ପହଁଚିସେଠାରେ କୁଶ ପୁତ୍ତଳିକା ଦାହ କରିଥଲେ। ସୋସିଆଲ ମିଡିଆରେ ଜିଲ୍ଲା କଂଗ୍ରେସ ସଭାପତି ପଟ୍ଟାମୁଣ୍ଡାଇ ଅଂଚଳର ଜଣେ ମହିଳାଙ୍କ ସହ ଥିବା ସଂପର୍କରେ ପ୍ରକାଶିତ ଖବର ରାଜନଗରର ସ୍ୱାଭିମାନ ପ୍ରତି ଆଂଚ ଆଣିଛି। ଜଣେ ମହିଳାଙ୍କ ସହ ଅଂଶୁମାନଙ୍କ ସଂପର୍କରେ ମହିଳାମାନେ ଗର୍ଜିବା ସହ ତାଙ୍କ କୁଶପୁତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ନାରୀନେତ୍ରୀ ପ୍ରତିମା ମହାନ୍ତି, ଲକ୍ଷ୍ମୀପ୍ରିୟା ଦାସ, ସ୍ୱର୍ଣ୍ଣଲତା ମହାନ୍ତି ,ମଂଜୁଲତା ବଳ, ଉର୍ମିଳା ସ୍ୱାଇଁ, ରୋଜାଲିନ ପାତ୍ର, ସରପଂଚ ବୀଣାପାଣି ପ୍ରଧାନ, ଇତିଶ୍ରୀ ମହାପାତ୍ର, ପୁଷ୍ପଲତା ପାତ୍ର, ସମିତିସଭ୍ୟା ଉତମା ସେଠୀ ପ୍ରମୁଖ ଅଂଶୁମାନଙ୍କ ଉପରେ ବର୍ଷିବା ସହ ତାଙ୍କୁ ଜିଲ୍ଲା ସଭାପତି ପଦରୁ ହଟାଇବାକୁ ଦାବୀ କରିଥିଲେ। ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ତ୍ରିନାଥବଜାର ଛକରେ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ କୁଶ ପୁତଳିକା ଦାହ କରାଯାଇଛି। ମାତ୍ର ଆମନେତାଙ୍କ ଚରିତ୍ର ନିଷ୍କଳଙ୍କ ବୋଲି ଦାବୀ କରି ଆଜି କଂଗ୍ରେସ ପକ୍ଷରୁ ବିଧାୟକଙ୍କ କୁଶପୁତଳିକା ଦାହ କରାଯାଇଛି। ଆମ ନେତାଙ୍କ ନାଁରେ ସୋସିଆଲ ମିଡିଆରେ ଯେଉ ଖବର ପ୍ରକାଶ ପାଇଛି ଏହି ଘଟଣାକୁ ନେଇ ଆମର ପିସିସି ସଭ୍ୟ ପ୍ରଦୀପ କୁମାର ପ୍ରଧାନ ଆଇନର ଆଶ୍ରୟ ନେଇଛନ୍ତି ବୋଲି ବ୍ଲକ କଂଗ୍ରେସ କମିଟି ସଭାପତି ଦେବେନ୍ଦ୍ର କୁମାର ଜେନା, ଯୁବ କଂଗ୍ରେସ ସଭାପତି ପ୍ରଭାତ କୁମାର ରାଉଳ, ଛାତ୍ର କଂଗ୍ରେସ ସଭାପତି ସତ୍ୟବ୍ରତ ପାଣି ପ୍ରମୁଖ ପ୍ରେସ ବିବୃତି ରେ ଜଣାଇଛନ୍ତି ।