ରାଜନଗର : ଆସନ୍ତା ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍ଘାଟନ ହେବ। ମହାପ୍ରଭୁଙ୍କ ଏହି କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଯୋଡିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଶୁକ୍ରବାର ରାଜନଗର ପଂଚାୟତ ସମିତି ସଭାଗୃହରେ ବିଡିଓ ନିଶାନ ମିଶ୍ରଙ୍କ ପୌରହିତ୍ୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସରପଂଚ, ପଂଚାୟତ ସମିତି ସଭ୍ୟ, ପଂଚାୟତ ନିର୍ବ।ହୀ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ । ଚଳିତମାସ ୮ ତାରିଖ ରୁ ୧୫ ତାରିଖ ଯାଏଁ ୬ଟି ରଥ ପ୍ରତ୍ୟେକ ପଂଚାୟତ ଓ ପ୍ରତି ଗାଁରେ ବୁଲିବ। ଜନସାଧାରଣଙ୍କୁ ମୁକ୍ତ ହସ୍ତରେ ଅରୁଆ ଚାଉଳ ଓ ଗୁଆ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି। ୧୫ ତାରିଖ ସଂଧ୍ୟାରେ ସଂଗୃହୀତ ଅରୁଆ ଚାଉଳ ଓ ଗୁଆ ରାଜନଗରସ୍ଥିତ ଶ୍ରୀ ଦଧିବାମନଜୀଉଙ୍କ ମନ୍ଦିରରେ ପହଁଚିବ। ୧୭ ତାରିଖ ଦିନ ସମସ୍ତ ପଂଚାୟତର ଗୋଟିଏ ମନ୍ଦିରରେ ପୂଜାର୍ଚ୍ଚନା ଓ ସଂକୀର୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଲସିଡି ମାଧ୍ୟମରେ ଶ୍ରୀମନ୍ଦିର ପରିକ୍ରମା ଉଦ୍ଘାଟନ ଉତ୍ସବର ସିଧା ପ୍ରସାରଣ ସାଧାରଣ ଲୋକେ ଦେଖିବେ। ପଂଚାୟତ ସମିତି ପକ୍ଷରୁ ମହିଁଷାସୁର ପଡିଆରେ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବଡ ପରଦାରେ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ପରିକ୍ରମା ପାର୍ବଣର ସିଧା ପ୍ରସାରଣ ଭକ୍ତମାନେ ଦେଖିପାରିବେ। ପରବର୍ତୀ ଅବସ୍ଥାରେ ପର୍ଯ୍ୟ।ୟ କ୍ରମେ ଲୋକମାନଙ୍କୁ ପୁରୀ ନେବାର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯିବ ବୋଲି ବିଡିଓ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଏଥିସହ ପୁରା ରାଜନଗର ବ୍ଲକକୁ ଆନନ୍ଦ ଉତ୍ସାହର ସହିତ ମହାପ୍ରଭୁଙ୍କ ଦିବ୍ୟଲୀଳା କାର୍ଯ୍ୟକ୍ରମରେ ସମସ୍ତଙ୍କୁ ସାମିଲ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଉକ୍ତ ବୈଠକରେ ଜିପିଇଓ ଧର୍ମନ୍ଦ୍ରେ ଦାଶ, ପଂଚାୟତ ସମିତି ଉପାଧ୍ୟକ୍ଷ ଗଣେଷ ଚନ୍ଦ୍ର ଗୁଡିଆଙ୍କ ସମେତ କର୍ମଚାରୀମାନେ ଉପସ୍ଥିତ ଥିଲେ