Odisha news

ଭିତରକନିକାକୁ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଗଣ୍ଡଗୋଳ

0
ରାଜନଗର : ୩୦/୧୨   ଭିତରକନିକାକୁ  ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ଓ ଜଣେ ଆହତ ହେବା ଘଟଣା ଆଜି ଚର୍ଚ୍ଚ।ର ବିଷୟ ହୋଇଛି। ଗୋଟିଏ ଛୋଟ ଜାଗାରେ ଦୁଇଟି ଗ୍ରୁପ ରୋଷେଇ କରି ଖାଇବା ବେଳେ ଜାଗା ଅଭାବ ହେବାରୁ ପ୍ରଥମେ ଯୁକ୍ତିତର୍କ ଓ ପରେ ବୋତଲ ଭାଙ୍ଗି ବାଡିଆପିଟା ହୋଇଛନ୍ତି। ଉକ୍ତ ଘଟଣାରେ ୩ଜଣ ଆହତ ହୋଇଥିବା ବେଳେ ଏ ନେଇ କୌଣସି ଲିଖିତ ଅଭିଯୋଗ ଥାନାରେ ହୋଇନଥିବା ଜଣାପଡିଛି। ଶନିବାର ଭିତରକନିକା ଜାତୀୟ ଉଦ୍ୟାନ ବୁଲିବାକୁ ରାଜକନିକା ଓ ଜଗସିଂହପୁରର ୨ଟି ଗ୍ରୁପ ଆସିଥିଲେ। ଦୁଇଟି ଗ୍ରୁପର ପର୍ଯ୍ୟଟକମାନେ ଖୋଳା ନିକଟରେ ଏକ ଘରୋଇ ଜାଗାକୁ ଭଡା ନେଇ ରୋଷେଇ କରିଥିଲେ। ଦୁଇଟି ଗ୍ରୁପର ପ୍ରାୟ ୬୦ଜଣ ପର୍ଯ୍ୟଟକ ଭିତରକନିକା ବୁଲି ଆସିଥିଲେ। ବୋଟ ଯୋଗେ ଭିତରକନିକା ବୁଲି ସାରିବା ପରେ ଏକାସାଙ୍ଗରେ ରୋଷେଇ ହୋଇଥିବା ସ୍ଥାନରେ ପହଁଚିଥିଲେ। ଅଳ୍ପ ଜାଗାକୁ ୨ଟି ଗ୍ରୁପ ଭଡା ନେଇ ରୋଷେଇ କରିଥିବାରୁ ଗୋଟିଏ ଗ୍ରୁପ ବସି ଖାଇଥିବା ବେଳେ ଅନ୍ୟ ଏକ ଗ୍ରୁପ ଛିଡା ହୋଇ ଖାଇଥିଲେ। ଅଳ୍ପ ଜାଗା ହେତୁ ଛିଡା ହୋଇ ଖାଉଥିବା ଗ୍ରୁପର ଲୋକେ ବସି ଖାଉଥିବା ଲୋକଙ୍କ ଖାଦ୍ୟ ଉପରେ ଚଢି ଯାଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ପରେ ବାଡିଆପିଟା ହୋଇଥିଲା। ସ୍ଥିତି ଏପରି ହୋଇଥିଲା ବିଅର ବୋତଲ ଭାଙ୍ଗି ବାଡିଆପିଟା ହୋଇଥିଲେ। ଏହି ଘଟଣାରେ ୨ଜଣ ପର୍ଯ୍ୟଟକଙ୍କ ସମେତ ସ୍ଥାନୀୟ ଏକ ହୋଟେଲର ଯୁବକ ପ୍ରକାଶ ବେହେରା (୨୭ବର୍ଷ) ଆହତ ହୋଇଛନ୍ତି। ଖବରପାଇ ତାଳଚୁଆ ସାମୁଦ୍ରିକ ଥାନା ପୁଲିସ ଘଟଣା ସ୍ଥଳରେ ପହଁଛି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା। ଉଭୟ ପର୍ଯ୍ୟଟକଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା।
 ବ୍ରଜ ମିଶ୍ର ।
Leave A Reply