Odisha news

ଟ୍ରଲର ଜବତ: ୬ ମତ୍ସ୍ୟଜିବୀ ଗିରଫ କୋର୍ଟଚାଲାଣ।

0
ରାଜନଗର : ୫/୧୧ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ  ନିଶିଧାଞ୍ଚଳ ର ଅଗରନାଶି ଠାରୁ ୧୧.୫କି.ମି ନିକଟରେ ବେଆଇନ୍ ଭାବରେ ମାଛ ମାରୁଥିବା ସମୟରେ ସାଇଶଙ୍କର ନାମକ ଟ୍ରଲର କୁ ରବିବାର ଭୋର ୪ଟା ସମୟରେ ବନବିଭାଗ ଜବତ କରିଛି। ଟ୍ରଲର ରେ ଥିବା ୬ଜଣ ମତ୍ସ୍ୟଜିବୀ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଗିରଫ ମତ୍ସ୍ୟଜିବୀ ମାନେ ହେଲେ ରାଜେଶ କୁମାର୍ ମାଝି, ପୂର୍ଣ୍ଣଚନ୍ଦ୍ର ମାଝି, ଚନ୍ଦନ କୁମାର୍ ପରିଡ଼ା, ଆକାଶ ପରିଡ଼ା, ସନାତନ ମାଝି ଓ ବାଉରି ବନ୍ଧୁ ପରିଡ଼ା ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ମତ୍ସ୍ୟଜିବୀ ଙ୍କୁ ୧୯୭୨ବନ୍ୟପ୍ରାଣୀ ଆଇନ୍ ୨୭,୨୯, ୩୧ଧାରା ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ଙ୍କ ନିର୍ଦ୍ଧେଶ କ୍ରମେ ଗହୀରମଥା ବନାଞ୍ଚଳ ଅଧକାରୀ ପ୍ରଦୋଷ କୁମାର ମହାରଣା ଙ୍କ ନେତୃତ୍ଵ ରେ ପଇଁତରା ଟିମ୍ ଟ୍ରଲର କୁ ଜବତ କରିଥିଲେ। ଟ୍ରଲର ରୁ ୮କୁଇଣ୍ଟାଲ ମିଶାମିଶି ମାଛ ଜବତ କରାଯାଇଥିବା ସୂଚନା ମିଳିଛି।
Leave A Reply