ରାଜନଗର ୩/୧୧ବିଶ୍ଵ ସୁନାମୀ ଦିବସ ପାଳନ ଉପଲକ୍ଷେ ରାଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଶୁକ୍ରବାର ପଞ୍ଚାୟତ ସମିତି ସଭଗୃହରେ ବିଡିଓ ନିଶାନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୫ତାରିଖ ଦିନ ପାଳିତ ହେବାକୁଥିବା ବିଶ୍ଵ ସୁନାମୀ ଦିବସ ଡେରା ଗ୍ରାମପଞ୍ଚାୟତ ର ଚିଞ୍ଚିରି ଓ ହାତୀନା ଗ୍ରାମପଞ୍ଚାୟତ ର କଇଥା ଗ୍ରାମରେ ସୁନାମୀ ମକଡ୍ରିଲ ହେବ। ସମୁଦ୍ର ଉପକୂଳ ବର୍ତ୍ତି ଗ୍ରାମଗୁଡିକ ସୁନାମୀ ପ୍ରବଣ ଗ୍ରାମ ଭାବରେ ରାଜ୍ୟ ସରକାର ଙ୍କ ପକ୍ଷରୁ ବିବେଚନା କରାଯାଉଥିବାରୁ ସେଠାରେ ଜନସଚେନତା ସୃଷ୍ଟି ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ଏହି କାର୍ଯକ୍ରମ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡିଛି। ବିପର୍ଯ୍ୟୟ ସମୟରେ ସୁନାମୀ ପ୍ରବଣ ଗ୍ରାମଗୁଡିକ ର ବ୍ୟାପକ କ୍ଷୟ କ୍ଷତି ହୋଇଥାଏ। ଏହାକୁ ଆଖିଆଗରେ ରଖି ରାଜ୍ୟସରକାର ଙ୍କ ଶୂନ୍ୟମୃତ୍ୟୁ ହାର ବାର୍ତ୍ତା କୁ ସଫଳ କରିବା ଓ ଧନଜୀବନ ରକ୍ଷା କରିବା ଏବଂବିପଦ ସମୟରେ କିଭଳି ବିପର୍ଯ୍ୟୟ କୁ ସାମ୍ନା କରିବାକୁ ପଡ଼ିବ ସେବିଷୟରେ ଲୋକମାନଙ୍କୁ ସଚେତନତା କରିବାଏହାର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଜନପ୍ରତିନିଧି, ସରକାରୀ କର୍ମଚାରୀ, ସରକାରୀ ପଦାଧିକାରୀ, ସେଚ୍ଛାସେବି ସଂଗଠନ ର କର୍ମକର୍ତ୍ତା ପ୍ରଭୃତି ମତବ୍ୟକ୍ତ କରିଥିଲେ।ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଧର୍ମେନ୍ଦ୍ର କୁମାର ଦାଶ ସ୍ଵାଗତ ଭାଷଣ ଓ ଧନ୍ୟବାଦ ଦେଇ ଥିବା ବେଳେ ଜିଲ୍ଲା ଜରୁରକାଳୀନ ପ୍ରକଳ୍ପ ଅଧିକାରୀ ଅଜୟ କୁମାର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। ସିଡିପିଓ ସୁଚିତ୍ରା ସାହୁ, ଡେରା ସରପଞ୍ଚ ନିରଂଜନ ରାଉତ, ପିଇଓ ଜ୍ୟୋତିରଂଜନ ସାମଲ ପ୍ରମୁଖ ଯୋଗଦେଇ ମତ ରଖିଥିଲେ।