Odisha news

ଶ୍ରୀ ଶ୍ରୀ ଗର୍ତଶ୍ୱେର ଶୈବ ପୀଠରେ ସରିଲା ଶିବ ବିବାହ : ଦେବ ଦେମ୍ପତୀଙ୍କ ବିବାହ ଶେଷ

0
ରାଜନଗର : ୧୧/୬   ରାଜନଗର ବ୍ଲକ ଗୋସିଗାଁସ୍ଥିତ ଉପକୂଳ ଓଡିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଗର୍ତଶ୍ୱେର ମହାଦେବଙ୍କ ପୀଠରେ ପବିତ୍ର ଶୀତଳଷଷ୍ଠୀ ଉତ୍ସବ ସୋମବାର ବିଳମ୍ବିତ ରାତ୍ରୀରେ ଉଦ୍‌ଯାପିତ ହୋଇଯାଇଛି। ୫ ଦିନ ଧରି ଚାଲିଥିବା ଏହି ପବିତ୍ର ଉତ୍ସବରେ କଳସ ଯାତ୍ରା, ସହସ୍ର କୁମ୍ଭାଭିଷେକ, ଗୀତା ଯଜ୍ଞ, ସୂର୍ଯ୍ୟପୂଜା ପରେ ବେଦମନ୍ତ୍ରରେ ଶୈବପୀଠଚଳଚଂଚଳ ହୋଇ ଉଠିଥିଲା। ଉପକୂଳର ଅନ୍ୟତମ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଗର୍ତଶ୍ୱେର ମହାଦେବଙ୍କର ଚଳନ୍ତି ପ୍ରତୀମାକୁ ସୁସଜ୍ଜିତ ପୁଷ୍ପକ ବିମାନରେ ଶ୍ରଦ୍ଧାଳୁ ଭକ୍ତମାନେ ଶଙ୍ଖଧ୍ୱନି, ହରିନାମ ସଂକିର୍ତନ ମଧ୍ୟରେ ପାଛୋଟି ନେଇଥିଲେ।  ନୁରୁଗାଁର ବରପିତା ସମୀର କୁମାର ସାହୁଙ୍କ ଘରେ ସକାଳେ ହରିନାମ ଓ ସଂକୀର୍ତନ ମଧ୍ୟରେ ଶ୍ରୀ ଶ୍ରୀ ମହାଦେବଙ୍କ ଚଳନ୍ତି ପ୍ରତିମା  ସେଠାରେ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ସେହିପରି ଗୋସିଗାଁର କନ୍ୟାପିତା ଶ୍ୟାମ ସୁନ୍ଦର ରାଉତଙ୍କ ଘରକୁ ମା’ ଆଦିଶକ୍ତିଙ୍କର ଚଳନ୍ତି ପ୍ରତୀମାକୁ ସୁସଜ୍ଜିତବିମାନରେ ଶୈବ ପୀଠରୁ ନିଆଯାଇ ସ୍ଥାପନ କରାଯାଇଥିଲା। ଶୈବ ପରମ୍ପରା ଅନୁଯାୟୀ କନ୍ୟାପିତାଙ୍କ ଘରୁ ବର ନିମନ୍ତ୍ରଣ ଯିବାପରେ ବରପିତା ସମୀର କୁମାର ସାହୁଙ୍କ ଘରୁ ପୂର୍ବରୁ ସ୍ଥାପିତ ହୋଇଥିବା ସକଳ ଶକ୍ତିର ଆଧାର ଶ୍ରୀଶ୍ରୀଗର୍ତଶ୍ୱେରମହାଦେବଙ୍କ ଚଳନ୍ତି ପ୍ରତୀମାକୁ ପାଲିଙ୍କିରେ ବସାଯାଇ ବର୍ଣ୍ଣ।ଢ୍ୟ ଶୋଭାଯାତ୍ରାରେ ଘଂଟ ପାଟୁଆ ଓ  ପାରମ୍ପାରିକ ବାଦ୍ୟ ଏବଂ ଲୋକ ନୃତ୍ୟ ସହ ସାନବଡଗୋପାଳପୁର, ବୀଣାପାଣି ବଜାର, ତ୍ରିନାଥ ବଜାର, ଗର୍ଜନ, ଜଗନ୍ନାଥପୁର, ବାଲିଝାରି, କୁନ୍ଦୁପୁର, ପ୍ରଭୃତି ଗ୍ରାମ ପରିକ୍ରମା କରି କନ୍ୟା ପିତା ଶ୍ୟାମ ସୁନ୍ଦର ରାଉତଙ୍କ ଘରକୁ ନିଆଯାଇଥିଲାସେଠାରୁଜଗତଜନନୀ ମାଆ ଆଦିଶକ୍ତିଙ୍କୁ ଧରି ମନ୍ଦିରରେ ପହଁଚି ଥିଲେ। ଠାକୁରଙ୍କ ପରିକ୍ରମା ସମୟରେ ଶ୍ରଦ୍ଧାଳୁ ଭକ୍ତଙ୍କ ଦ୍ୱାରା ଶିବ ଜଣାଣ, ବିଭିନ୍ନ ବାଦ୍ୟର ଝଙ୍କାର, ରଂଗ ବେରଂଗର ଆଲୋକ ମାଳା, ଆତଶ ବାଜିର ଶବ୍ଦରେ ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଠି କରିଥିଲା। ଏହି ପବିତ୍ର ବିବାହ ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସାମିଲ ହୋଇଥିଲେ। ଦେବ ଦମ୍ପତିଙ୍କ ବିବାହ ଉତ୍ସବ ପାଇଁ ସଂପୃକ୍ତ ଅଂଚଳରେ ଭକ୍ତମାନେ ନିଷ୍ଠାର ସହିତ ଏହାକୁ ପାଳନ କରିଥିଲେ। ଗ୍ରାମ ପରିକ୍ରମା ସମୟରେ ଗୃହିଣୀମାନେ ଦେବ ଦମ୍ପତିଙ୍କୁ ଧୂପ ଦ୍ୱୀପ ଏବଂ ନୈବେଦ୍ୟ ଅର୍ପଣ କରିଥିଲେ। ବରବେଶରେ ମହାଦେବଙ୍କ ସୁସଜ୍ଜିତ ପାଲିଙ୍କିକୁ ଶ୍ରଦ୍ଧାଳୁଙ୍କ ସହିତ ବିଧାୟକ ଧ୍ରୁବ ସାହୁ କାନ୍ଧେଇ ନେବା ସହ ଏହି ଦେବ ବିବାହକାର୍ଯ୍ୟରେସାମିଲହୋଇଥିଲେ। ବିଳମ୍ବିତ ରାତ୍ରିରେ ବର ଓ ବଧୂ ବେଶରେ ଦେବ ଦମ୍ପତି ମନ୍ଦିର ବେଢାରେ ପହଁଚିବା ପରେ ସେଠାରେ ଉପସ୍ଥିତ ଥିବା ପଣ୍ଡିତ ଶଙ୍କର୍ଷଣ ମିଶ୍ର, ପୂଜକ ଅକ୍ଷୟ ମିଶ୍ର, ଅଭୟ କୁମାର ମିଶ୍ର, ହର କୁମାର ମିଶ୍ର, ବୀର କିଶୋର ଦାଶ, ପ୍ରମୋଦ କୁମାର ପାଣି, ନିତ୍ୟାନନ୍ଦ ମିଶ୍ର ପ୍ରମୁଖ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ବୈଦୀକ ରୀତିନୀତି ଅନୁସାରେ ସମାପନ କରିଥିଲେ। ଏହାକୁ ଦେଖିବା ପାଇଁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଶୀତଳଷଷ୍ଠୀ ପୂଜାକମିଟି  ଓ ଗୋସିଗାଁ ଗ୍ରାମବାସୀ ଏହାକୁ ପରିଚାଳନା କରିଥିଲେ।   ଆଜି ଦେବଦମ୍ପତିଙ୍କୁ ସୁସଜ୍ଜିତ ଯାନରେ ନଗର ପରିକ୍ରମା କରାଯାଇଛି। ପାରମ୍ପାରିକ ବାଦ୍ୟ, ଘଂଟ,ବାଣରୋଷଣୀରେପଟ୍ଟାମୁଣ୍ଡାଇ, ମଦନପୁର, ଗୋପାଳପୁର, ଚମ୍ପାଦିଆ ପ୍ରଭୃତିଅଂଚଳପରିକ୍ରମା କରାଯାଇଥିଲା ।
Leave A Reply