Odisha news

ରାଜ୍ୟ ସହାୟତା କେନ୍ଦ୍ରର ପଞ୍ଚମ ସ୍ଥାପନା ଦିବସ 

0
ବେତନଟୀ :  ଅସହାୟ ମହିଳା ଏବଂ ବାଳିକା ମାନଙ୍କୁ ସୁରକ୍ଷା ଦେବା ତଥା ଥାଇଥାନ କରିବା ଉଦ୍ଦେଶ୍ୟରେ ପାଞ୍ଚ ବର୍ଷ ପୂର୍ବେ ଏହି ୱାନ ଷ୍ଟପ ସେଣ୍ଟର ସ୍ଥାପନ କରାଯାଇଥିଲା । ସେହିଦିନ ଠାରୁ ଏହି ସେଣ୍ଟର ର କର୍ମଚାରୀ ମାନେ ପୀଡାତା  ମାନଙ୍କୁ ସୁରକ୍ଷା ତଥା ସେବା ଶୁଶୃର୍ଷା  କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରିଆସୁଛନ୍ତି l ଏହି ପାଞ୍ଚ ବର୍ଷ ମଧ୍ୟରେ ୧୭୧୦ ଜଣ ହିଂସା ଜନିତ ପୀଡିତା ମହିଳାଙ୍କୁ ସେଣ୍ଟର ପକ୍ଷରୁ ସେବା ଯୋଗାଇ ଏକ ରେକର୍ଡ ସୃଷ୍ଟି କରିଛି | ଆଜି ୧୧ ଜୁନ ଏହାର ପ୍ରତିଷ୍ଠା ଦିବସରେ ମୂଖ୍ୟ ଅତିଥି ଭାବେ ଉମାକାନ୍ତ ମହାରଣା , ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଅଭୟ କୁମାର ଦାସ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନ୍ନପୂର୍ଣ୍ଣା ସିଂ , ଜ୍ୟୋତ୍ସ୍ନା ମହାନ୍ତି , ସୁଜାତା ପଟ୍ଟନାୟକ , ଅଞ୍ଜଳି ଦାସ , ବରିଷ୍ଠ ସମାଜସେବୀ ବିରଜା ଦେବୀ , ପ୍ରାକ୍ତନ ଅଧ୍ୟକ୍ଷା ବନଜା ମହାନ୍ତି, ଆଇନଜୀବୀ କାବେରୀ ମିଶ୍ର ଯୋଗ ଦେଇ ବର୍ତ୍ତମାନ ସମାଜରେ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଏବଂ ଏହାର ନିରାକରଣ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରତିଷ୍ଠା ଦିବସରେ ଅତିଥିଗଣ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବୃକ୍ଷ ରୋପଣ କରିଥିଲେ । କେନ୍ଦ୍ର ପ୍ରଶାସିକା ସ୍ମରଣିକା ସ୍ୱାଇଁ ଙ୍କ ସଯୋଜନା ରେ ପ୍ରିୟଦର୍ଶନୀ ସ୍ୱାଇଁ , ରୁକସାନା ଖାତୁନ , ମୋନାଲିସା ମହାରଣା , କୁନି ମହାନ୍ତି , ରଶ୍ମୀତା ମହାନ୍ତ , ମିଲି ମୁର୍ମୁ ଓ ଅମ୍ରିତା ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Ad2
Leave A Reply