କୁଳିଅଣା : କୁଳିଅଣା ଥାନା ଅନ୍ତର୍ଗତ ନବେଢି ଗ୍ରାମ ର ସାଗର ସିଂ (35) ଗତକାଲି ସୋମବାର ସମୟ ରେ ବାରିପଦା ରୁ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଅସନବନି ଅଜଣା ଗାଡି ଧୋକା ରେ ଗୁରୁତର ଅବସ୍ଥା ରେ ପୋଡିଯାଇଥିଲା l ସାଙ୍ଗେ ସାଙ୍ଗେ କୁଳିଅଣା ପୋଲିସ ଖବର ପାଇ ଘଟଣା ସ୍ଥଳ ରେ ପହଂଚି 108 ଗାଡି ରେ ତାଙ୍କୁ ଡାକ୍ତରଖାନା ପଠାଇଦେଇଥିଲେ l ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l କୁଳିଅଣା ଥାନା ରେ ଏ ସଂକ୍ରାନ୍ତ ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଛନ୍ତି l ସେ ରଙ୍ଗ ମିସ୍ତ୍ରୀ ଭାବରେ କାମ କରନ୍ତି ଓ ବିଜେପି କର୍ମୀ ହୋଇଥିବାରୁ ଆଜି ଅପରାହ୍ଣ ସମୟ ରେ ମୃତ ଦେହ ଡାକ୍ତରଖାନା ରୁ ଆସିବା ପରେ ସ୍ଥାନୀୟ ଅଞ୍ଚଳ ର ବହୁ ବିଜେପି କର୍ମୀ ତାଙ୍କ ଘରେ ଉପସ୍ଥିତ ହୋଇ ଶେଷ ଦର୍ଶନ କରିବା ସହ ପୁଷ୍ପମାଳ ଅର୍ପଣ କରିଥିଲେ l
