ପା ଞ୍ଚ ପୀଢ ,୧୧/୬୨୦୧୬ ମସିହାରୁ କରଞ୍ଜିଆ ଉପଖଣ୍ଡ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ଲକ୍ଷ୍ମଣ ମହାନ୍ତଙ୍କୁ ଆଜି ସକାଳୁ ଜମାଦାର ଗୁମନ ଜାମୁଦା ଜେଲ ପରିସରରେ ଥିବା ଆମ୍ବ ଗଛରୁ ଆମ୍ଵ ତୋଳିବାକୁ ନେଇଥିଲେ।ସେ ସେଠାରେ ଆମ୍ବ ତୋଳୁଥିବା ସମୟରେ ଗୁମନ ଜାମୁଦାଙ୍କୁ ଚକମା ଦେଇ ଫେରାର ହୋଇଯାଇଥିବା ବିଷୟରେ ଉପଖଣ୍ଡ ଜେଲର ପ୍ରଦୀପ କୁମାର ମହାଳିକଙ୍କ ଅନୁପସ୍ଥିତିରେ ଉପଖଣ୍ଡ ଭାରପ୍ରାପ୍ତ ଜେଲ ସୁପରିଟେଣ୍ଡେଣ୍ଟ ସୌମ୍ୟରଞ୍ଜନ ନାଏକ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କରଞ୍ଜିଆ ଥାନାରେ ଏବିଷୟରେ ୧୯୧/୨୪ ନମ୍ବର କେଶ୍ ରୁଜ୍ଜୁ କରାଯାଇଛି। କରଞ୍ଜିଆ ଥାନା ଭାରପ୍ରାପ୍ତ ଅଧିକାରୀ ନିରୋଦ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ ମତେ ତଦନ୍ତକାରୀ ଅଧିକାରୀ ସଵ୍ ଇନ୍ସପେକ୍ଟର ସୁଧାଂଶୁ ସେଠୀ ତଦନ୍ତ ଜାରି ରଖିଛନ୍ତି
