ରାଜକନିକା ତା ୨୭/୦୪ : ଆଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଜକନିକା ବ୍ଲକ ର କଂଗ୍ରେସ ଗଡ଼ ଭାବେ ଜଣାଶୁଣା ବରୁଣାଡ଼ିହା ପଞ୍ଚାୟତ ରେ ବିଜେଡ଼ି ଏକ ମହା ମିଶ୍ରଣ ପର୍ବ କରି ନିଜର ପରାକ୍ରମ ଦେଖାଇଛି | ପ୍ରାକ୍ତନ ସରପଞ୍ଚ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ୱ ଓ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକ ଙ୍କ ମଞ୍ଚ ପରିଚାଳନା ରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବ ରେ ମୁଖ୍ୟ ଅତିଥି ଭାବେ ଶକ୍ତି ଓ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଯୋଗଦେଇ କଂଗ୍ରେସ ରୁ ଆସିଥିବା ଯୁବ ନେତୃତ୍ୱ ସଂକଶ୍ରଣ ନାୟକଙ୍କ ସମେତ ୯୮ ରୁ ଉର୍ଦ୍ଧ୍ଵ ପରିବାର କୁ ବିଜେଡ଼ି ରେ ସାମିଲ କରାଇ ଥିଲେ | ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦେବ ନୂତନ କର୍ମୀ ମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ | ଯୁବ ସଂଗଠକ ଧୀରେନ୍ଦ୍ର କୁମାର ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ରାଉତ, ବିଧାୟକ ଙ୍କ ପ୍ରତିନିଧି ବିକାଶ ଚନ୍ଦ୍ର ଦାସ, ସାଂସଦ ଙ୍କ ପ୍ରତିନିଧି ପବିତ୍ର ରାଉତ, ବିଜେଡ଼ି ବ୍ଲକ ସଭାପତି ବିଦ୍ୟାଧର ବେହେରା, ସଭାନେତ୍ରୀ ସଂଯୁକ୍ତା ଶତପଥୀ, ପ୍ରାକ୍ତନ ସରପଞ୍ଚ ଉତ୍ତମ ସେନାପତି ଓ ପୁଷ୍ପଲତା ସେଠୀ, ସମିତି ସଭ୍ୟ ବିକାଶ ମଲ୍ଲିକ, ହରିଶ ମହାପାତ୍ର, ଅୟେସ ସାମଲ,ଶାନ୍ତି ଲତା ମହାନ୍ତି, କ୍ଷୀରୋଦ ବେହୁରିଆ,ବଳରାମ ବେହେରା, ପରମାନନ୍ଦ ବେହେରା ଓ ଅନନ୍ତ ଚରଣ ରାଉତ ପ୍ରମୁଖ ଯୋଗଦେଇ ଥିଲେ | ଆଶିକ ଧଳ, ମାନସ ବେହେରା, ପ୍ରଭାତ ବେହେରା, ପ୍ରଶାନ୍ତ ବେହେରା, ହୃଷିକେଶ ସାହୁ, ଅବକାଶ ଦାସ, ପ୍ରତାପ ନାୟକ, ହିମାଂଶୁ ବେହେରା, ବିପିନ ବେହେରାଙ୍କ ସମେତ ବରୁଣାଡ଼ିହା ବିଜୁ ଯୁବ ପରିବାରର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |