Odisha news

ଆଳି ବିଧାନ ସଭା କ୍ଷେତ୍ର ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ ଡା. ଦେବସ୍ମିତା

0
ରାଜକନିକା ତା ୧୫/୦୪ : କଂଗ୍ରେସ ଦଳ ପକ୍ଷରୁ ଆଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ଡାକ୍ତର ଦେବସ୍ମିତା ଶର୍ମା ଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯାଇଛି | କଂଗ୍ରେସ ର ଟାଣୁଆ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଙ୍କ ଝିଅ ଡାକ୍ତର ଦେବସ୍ମିତା ଦଳୀୟ ପ୍ରାର୍ଥୀ ଘୋଷଣା ହେବା ପରେ ରାଜକନିକା ଓ ଆଳି ଅଞ୍ଚଳରେ ଖୁସି ପ୍ରକଟ ପାଇଛି | ଏଥିପାଇଁ ସେ କେନ୍ଦ୍ର ଓ ରାଜ୍ୟ ନେତୃ ମଣ୍ଡଳୀ ଙ୍କୁ କୃତଜ୍ଞତା ଜଣାଇବା ସହ ଆଳି ଓ ରାଜକନିକା ବାସୀ ଙ୍କ ସେବା କରିବା ପାଇଁ  ଡାକ୍ତରୀ ଚାକିରୀ ଛାଡ଼ି ନିର୍ବାଚନ ରଣାଙ୍ଗନ ରେ ଅବତୀର୍ଣ୍ଣ ହୋଇଥିବା କଥା କହିଛନ୍ତି | ଡାକ୍ତର ଦେବସ୍ମିତା କିଛି ଦିନ ହେବ ସରକାରୀ ଚାକିରୀ ଛାଡ଼ି ରାଜନୀତି ରେ ସକ୍ରିୟ ଭାବେ ପ୍ରବେଶ କରିଛନ୍ତି | ସେ ଆଳି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସରକାରୀ ଡାକ୍ତରଖାନା ରେ ରୋଗୀ ସେବା କରି ଜଣେ ଭଲ ଡାକ୍ତର ଭାବେ ପରିଚିତ | କେବଳ ସେତିକି ନୁହେଁ ତାଙ୍କର ବଡ଼ ପରିଚୟ ହେଲା ସେ ଆଳିର ସୁନାମଧନ୍ୟ ଡାକ୍ତର ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ଦିବାକର ଶର୍ମା ଙ୍କ ନାତୁଣୀ ଅଟନ୍ତି | କିଛି ଦିନ ହେବ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ଗାଁ ଗାଁ ବୁଲି ଜନସମ୍ପର୍କ କରି ଆସୁଛନ୍ତି | ସୂଚନା ଥାଉ କି ସେ ଯୁବ କଂଗ୍ରେସ ର ଜଣେ ସକ୍ରିୟା ସଦସ୍ୟା ଥାଇ ଗର୍ଜନ ସମାବେଶ ର ମଙ୍ଗ ଧରି ଚର୍ଚ୍ଚା କୁ ଆସିଥିଲେ | ପୂର୍ବ ଦୁଇ ନିର୍ବାଚନ ରେ ସେ ନିଜ ବାପା ଦେବେନ୍ଦ୍ର ଶର୍ମା ଙ୍କ ପାଇଁ ମଧ୍ୟ ପ୍ରଚାର ମଇଦାନ କୁ ଓଲ୍ହାଇ ଥିଲେ | ଉଲ୍ଲେଖ ଯୋଗ୍ୟ ପୂର୍ବରୁ ବିଜେଡ଼ି ଏଠାରୁ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଓ ବିଜେପି ଏଠାରୁ ଜିଲ୍ଲା ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କରି ସାରିଛି |
Leave A Reply