ରାଜକନିକା ତା ୨/୦୪ : ଆଳି ନିର୍ବାଚନ ମଣ୍ଡଳୀ ବିଜେପି ପାଇଁ ବିଧାନ ସଭା ପ୍ରାର୍ଥୀ ଦଉଡ଼ରେ ଏକାଧିକ କର୍ମୀ ଓ ବରିଷ୍ଠ ନେତା ଥିବାବେଳେ ଦଳର ହାଇ କମାଣ୍ଡ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପ-ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଆଳି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି | ସବୁ କଳ୍ପନା ଜଳ୍ପନା ର ଅନ୍ତ ହୋଇଛି ଆଜି ଶ୍ରୀ ପଣ୍ଡାଙ୍କ ନାମ ଘୋଷଣା ହେବାପରେ ଆଳିର ଅନେକ ବିଜେପି କର୍ମୀ ଓ ବରିଷ୍ଠ ନେତୃ ମଣ୍ଡଳୀ ଶ୍ରୀ ପଣ୍ଡାଙ୍କ ଆଳି ସ୍ଥିତ ବାସ ଭଵନରେ ପହଁଚି ଶୁଭେଚ୍ଛା ଜଣାଇ ଥିବା ଦେଖିବାକୁ ମିକିଛି | ଆଳିର ଆରାଧ୍ୟ ପ୍ରଭୂ ଶ୍ରୀ ଲକ୍ଷ୍ମୀ ବରାହ ଜୀୟୁଙ୍କ ଆଶୀର୍ବାଦ ଓ ଦଳର ଅନେକ ବରିଷ୍ଠ ନେତୃ ମଣ୍ଡଳିଙ୍କ ଆଶୀର୍ବାଦ ନେଇ ଶ୍ରୀ ପଣ୍ଡା ତାଙ୍କର ନିର୍ବାଚନୀ ପ୍ରସ୍ତୁତି ଜୋରଦାର କରିଥିବା ଦେଖିବାକୁ ମିଳିଛି |