ଭାରତୀୟ ରେଳ ଇଞ୍ଜିନିୟର୍ସ ସେବା (ଆଇଆରଏସଇ) ର ଅଧିକାରୀ ଶ୍ରୀ ମହେଶ କୁମାର ବେହେରା ପୂର୍ବ ତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଭାବରେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି | ଏହାପୂର୍ବରୁ ସେ ଭୁବନେଶ୍ୱରରେ ପୂର୍ବତଟ ରେଳପଥର ମୁଖ୍ୟ ଯୋଜନା ଏବଂ ଡିଜାଇନ ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଥିଲେ |
ଶ୍ରୀ ବେହେରା ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ ବୁର୍ଲା, ସମ୍ବଲପୁର ଠାରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ କରିବା ପରେ ସାମୁଦ୍ରିକ ଇଞ୍ଜିନିୟରିଂରେ ଆଇଆଇଟି ମାଡ୍ରାସରୁ ସ୍ନାତକତ୍ତୋର ଡିଗ୍ରୀ ହାସଲ କରି 1991 ରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ | ଶ୍ରୀ ବେହେରା ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀ ଯଥା ପୂର୍ବତଟ ରେଳପଥର ଚିଫ ବ୍ରିଜ ଇଂଜିନିୟର, ଚିଫ ଇଂଜିନିୟର (ବ୍ରିଜ୍ ପୁନର୍ବାସ); ଭୁବନେଶ୍ୱର ସ୍ଥିତ ରାଇଟ୍ସ ର ଗୃପ ଜେନେରାଲ୍ ମ୍ୟାନେଜର, ପାଟନା ଏବଂ ମୁଙ୍ଗେରରେ ପୂର୍ବ କେନ୍ଦ୍ରୀୟ ରେଳ ଅଧୀନରେ ଥିବା ଗଙ୍ଗା ବ୍ରିଜର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ସହିତ ସମ୍ବଲପୁର ଠାରେ ସିନିୟର ଡିଭିଜନାଲ ଇଞ୍ଜିନିୟର (କୋ-ଅର୍ଡିନେସନ୍), ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ଉପ ମୁଖ୍ୟ ଭିଜିଲାନ୍ସ ଅଧିକାରୀ ଏବଂ ଉତ୍ତର ସୀମାନ୍ତ ରେଳପଥର ମୁଖ୍ୟ ଇଞ୍ଜିନିୟର (ନିର୍ମାଣ) ଭାବରେ ସୁଚାରୁ ଭାବେ କାର୍ଯ୍ୟଭାର ତୁଲାଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି |