Odisha news

ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ବିଶେଷ ଟ୍ରେନକୁ ପାଞ୍ଚ ଦିନ ପାଇଁ ସତ୍ୟ ସାଇ ପ୍ରଶାନ୍ତି ନୀଲୟମ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ଏବଂ ସତ୍ୟ ସାଇ ପ୍ରଶାନ୍ତି ନୀଲୟମ ଠାରୁ ବାଙ୍ଗାଲୋର ମଧ୍ୟରେ ବାତିଲ କରାଯିବାକୁ ନିଷ୍ପତ୍ତି

0

ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ଥିବା ଦୋଡବଲ୍ଲାରପୁର ଷ୍ଟେସନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ବିଶେଷ ଟ୍ରେନ କୁ ପର୍ଯ୍ୟନ୍ତ ପାଞ୍ଚ ଦିନ ପାଇଁ  ସତ୍ୟ ସାଇ ପ୍ରଶାନ୍ତି ନୀଲୟମ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ଏବଂ ସତ୍ୟ ସାଇ ପ୍ରଶାନ୍ତି ନୀଲୟମ ଠାରୁ ବାଙ୍ଗାଲୋର ମଧ୍ୟରେ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଅଛି। ଏହି ସମୟ ମଧ୍ୟରେ ବାଙ୍ଗାଲୋର ଠାରୁ ଛାଡିବାକୁ ଥିବା ବିଶେଷ ଟ୍ରେନ ବାଙ୍ଗାଲୋର ପରିବର୍ତ୍ତେ ସତ୍ୟ ସାଇ ପ୍ରଶାନ୍ତି ନୀଲୟମ ରୁ ଭୁବନେଶ୍ୱରକୁ ଯାତ୍ରା ଆରମ୍ଭ କରିବ |

08463/08464 ଭୁବନେଶ୍ୱର-ବାଙ୍ଗାଲୋର-ଭୁବନେଶ୍ୱର ବିଶେଷ ଟ୍ରେନ ଅକ୍ଟୋବର ମାସ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରୁ ଏବଂ ଅକ୍ଟୋବର ମାସ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଓ ସତ୍ୟ ସାଇ ପ୍ରଶାନ୍ତି ନୀଲୟମ ମଧ୍ୟରେ ଚଳାଚଳ କରିବ ଏବଂ ସତ୍ୟ ସାଇ ପ୍ରଶାନ୍ତି ନୀଲୟମ ଓ ବାଙ୍ଗାଲୋର ମଧ୍ୟରେ ଉଭୟ ପାର୍ଶ୍ୱରୁ ବାତିଲ ରହିବ।

Leave A Reply