Odisha news

ଚଳିତ ବର୍ଷ କୋବିଡ଼ କଟକଣା ନିୟମ ରେ ପାଳିତ ହେବ ଦଶହରା

0
ବୋରିଗୁମ୍ମା (କେ.ସାକିଲି ଦୋରା)—- କରୋନା ଭାଇରସ ଯୋଗୁଁ ସାରା ବିଶ୍ୱ ବିଭିନ୍ନ କ୍ଷେତ୍ରରେ ପ୍ରଭାବିତ ହୋଇଛି। ଆମ ଦେଶରେ କରୋନା ଭାଇରସ ଦ୍ରୁତ ସଂକ୍ରମଣ ଯୋଗୁଁ ବହୁ ମାତ୍ରାରେ ପ୍ରଭାବିତ ହେବା ସହ ବିଭିନ୍ନ ଧର୍ମାବଲମ୍ବୀ ଲୋକ ଙ୍କ ଉତ୍ସବରେ ଫିକା ପଡିଛି। କହିବାକୁ ଗଲେ ସମସ୍ତ ଧର୍ମ ର ଧର୍ମାନୁଷ୍ଠାନ ସରକାର ବନ୍ଦ କରିଛନ୍ତି। ଚଳିତ ବର୍ଷ କୋବିଡ଼ କଟକଣା ଯୋଗୁଁ ଗଣେଷ ପୂଜା, ବିଶ୍ୱକର୍ମା ପୂଜା ରେ ଫିକା ପଡିବା ସହ ଅକ୍ଟୋବର ୨୫ ରେ ହେବାକୁ ଥିବା ଦଶହରା ପୁଜା ନିରାଡ଼ମ୍ବର ଭାବରେ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।ରାଜ୍ୟର ବିଭିନ୍ନ ପୂଜା ମଣ୍ଡପ ରେ ହେବାକୁ ଥିବା ଦୁର୍ଗାପୂଜା  କୋବିଡ଼ କଟକଣା ଅନୁଯାୟୀ ପୁଜା କରାଯିବ। ବୋରିଗୁମ୍ମା ସହରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଚାରୋଟି ପୁଜା ମଣ୍ଡପରେ  ମା ଙ୍କ ପୁଜା ଅନୁଷ୍ଠିତ ହେବ ।
ହାଟ ପଦା ଠାରେ ଥିବା ମା ମାନିକେଶ୍ୱରୀ ପୀଠ ରେ ନଅ ଦିନ ଧରି ପୁଜା କରାଯିବ। ଆସନ୍ତା ୧୭ ତାରିଖ ଠାରୁ ନବରାତ୍ର ପୁଜା ଆରମ୍ଭ ହେବ। ସରକାର ଙ୍କ କୋବିଡ଼ କଟକଣା ନିୟମ ରେ ଚାରୋଟି ମଣ୍ଡପ ରେ ପୂଜା ଅନୁଷ୍ଠିତ ହେବ। ମୂର୍ତ୍ତି ର ଉଚ୍ଚତା ଚାରି ଫୁଟ ରଖିବା ସହ ମଣ୍ଡପରେ ତିନି ଦ୍ୱାର ବନ୍ଦ ରହିବ।।ମଣ୍ଡପ ନିକଟରେ ଆୟୋଜକ ,ପୁରୋହିତ ସମେତ ମୋଟ ସାତ ଜଣ ରହି।ପୁଜା କରିପାରିବ।କୌଣସି ପ୍ରକାର ଡାକ ବାଜି ଯନ୍ତ୍ର ଓ ବାଜା ବଜାଇବା ଉପରେ କଟକଣା ରହିଛି।
ସାଧାରଣ ଲୋକ ନିମନ୍ତେ ଦର୍ଶନ ସମ୍ପୁର୍ଣ୍ଣ ଭାବେ ବନ୍ଦ ରଖିବାକୁ କୋବିଡ଼ ଗାଇଡ଼ଲାଇନ ରେ ଉଲ୍ଲେଖ ରହିଛି। ସେହିଭଳି ମଣ୍ଡପ ନିକଟରେ ଥିବା ଆୟୋଜକ ଓ ପୁରୋହିତ ମାନେ ମାସ୍କ ପରିଧାନ ସହ ସାମାଜିକ ଦୂରତା ରଖିବେ। ମଣ୍ଡପ ଚତୁର୍ପାଶ୍ୱରେ ସଫାସୁତୁରା ରଖିବା ସହ ସାନିଟାଇଜ କରିବେ। ସେହିଭଳି ମା ଙ୍କ ବିସର୍ଜନ ରେ କୌଣସି ଶୋଭାଯାତ୍ରା ନ କରିବାକୁ କଟକଣା ରହିଛି। ଚଳିତ ବର୍ଷ ମା ମାନିକେଶ୍ୱରୀ ପୀଠ ରେ ନବରାତ୍ର ପୂଜା ଏଗାର ବର୍ଷ ରେ ପହଁଚିଛି। ସେହିଭଳି ଭୂଦାନ କଲୋନୀ, ସୁଯ୍ୟଭାନୁ ପାଠାଗାର ଓ ନୂଆ ବସଷ୍ଟାଣ୍ଡ ଠାରେ ଚଳିତ ବର୍ଷ କୋବିଡ଼ ନିୟମ ମାନି ଦୁର୍ଗାପୂଜା ଅନୁଷ୍ଠିତ। କହିବାକୁ ଗଲେ ଚଳିତ ବର୍ଷ କୋବିଡ଼ କଟକଣା ଯୋଗୁଁ ଦୁର୍ଗାପୂଜା ଜମିବ ନାହିଁ ବୋଲି ଚର୍ଚ୍ଚା ହେଉଛି।
Nalco
Leave A Reply