Odisha news

ରାହୁଲ ଗାନ୍ଧି ବିହାର ବିଧାନସଭା ନିର୍ବା‌ଚନ ପାଇଁ ପ୍ରଥମ ରୢାଲି ଆରମ୍ଭ କଲେ

0

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ବିହାର ବିଧାନସଭା ନିର୍ବା‌ଚନ ପାଇଁ ପ୍ରଥମ ରୢାଲି କରିଛନ୍ତି। ରୢାଲିରେ ରାହୁଲ ଉଭୟ ଚୀନ୍‌ ଏବଂ ପ୍ରବାସୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡ଼ା ସମାଲୋନା କରିଛନ୍ତି। ବିରୋଧୀ ମେଣ୍ଟର ନେତା ରାହୁଲ ଗାନ୍ଧି ଏବଂ ତେଜସ୍ବୀ ଯାଦବ ଆଜି ନାୱଡ଼ାରେ ଏକ ମିଳିତ ରୢାଲି କରିଥିଲେ। ଆଜି ଗୋଟିଏ ଦିନରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧିଙ୍କ ରୢାଲି ନିର୍ବାଚନୀ ସରଗରମ ବଢ଼ାଇ ଦେଇଛି। ପ୍ରଧାନମନ୍ତ୍ରୀ ତାଙ୍କ ସାସାରାମ୍ ଭାଷଣରେ ବିହାର ମାଟିରୁ ସୀମାକୁ ଯାଇଥିବା ସୈନିକ ମାନଙ୍କୁ ପ୍ରଶଂସା କରିଛନ୍ତି ଏବଂ ଏହା ବିହାରର ଗୌରବ ବୋଲି କହିଥିବା ବେଳେ ଏହି ପ୍ରସଙ୍ଗରେ ରାହୁଲ ମୋଦୀଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ବିହାରର ଯବାନମାନେ ଯେତେବେଳେ ସହିଦ ହେଲେ ସେତେବେଳେ ପ୍ରଧାନମନ୍ତ୍ରୀ କ’ଣ କରୁଥିଲେ।

ଚୀନ୍‌ ଆମ ସୀମା ମଧ୍ୟକୁ ପଶିଆସିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାହୁଲ କହିଛନ୍ତି, ମୋଦୀଜୀ, ବିହାରୀଙ୍କୁ ମିଛ କୁହନ୍ତୁ ନାହିଁ। ବିହାରୀଙ୍କୁ ଚାକିରି ଦେଇଛନ୍ତି କି? ଗତ ନିର୍ବାଚନରେ ମୋଦୀ ୨ କୋଟି ଚାକିରିର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କେହି ବି ଚାକିରି ପାଇନାହାନ୍ତି। ରାହୁଲ କହିଥିଲେ, ସର୍ବସାଧାରଣରେ ମୋଦୀ କହୁଛନ୍ତିଯେ, ସେ ଯବାନ, କୃଷକ, ଶ୍ରମିକ ଏବଂ ବ୍ୟବସାୟୀଙ୍କ ନିକଟରେ ତାଙ୍କ ମଥାନତ କରିଛନ୍ତି। କିନ୍ତୁ ବାସ୍ତବରେ ସେ ଘରେ ପହଞ୍ଚିବାପରେ ପୁଂଜିପତିଙ୍କ ପାଇଁ କାମ କରୁଛନ୍ତି। ମୋଦୀ ଶ୍ରମିକଙ୍କ ପାଖରେ ମଥାନତ କରିଥିବା କହୁଛନ୍ତି। ବାସ୍ତବରେ ଶ୍ରମିକମାନେ ତାଙ୍କ ସହଯୋଗ ଚାହିବାବେଳେ ସେ କିଛି କରୁନାହାନ୍ତି ବୋଲି ରାହୁଲ କହିଥିଲେ। ବିହାରବାସୀ ଉଭୟ ନୀତୀଶ କୁମାର ଏବଂ ନରେନ୍ଦ୍ର ମୋଦୀଙ୍କୁ ଉଚିତ୍‌ ଜବାବ ଦେବେ ବୋଲି ସେ କହିଛନ୍ତି।

Leave A Reply