Odisha news

ବାଲେଶ୍ୱର ଉପନିର୍ବାଚନ : କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ‌ଧର୍ମେନ୍ଦ୍ର ପ୍ରଧାନ ବାଲେଶ୍ୱର‌େ , ଜିଲ୍ଲା ବିଜେପି ତରଫରୁ ତାଙ୍କୁ ସ୍ୱାଗତ

0

ବାଲେଶ୍ୱର : ବାଲେଶ୍ୱର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ପ୍ରଚାର ପାଇଁ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ‌ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ସଂଧ୍ୟାରେ ବାଲେଶ୍ୱର‌େର ପହଞ୍ଚିଛନ୍ତି। ସ୍ଥାନୀୟ ଷ୍ଟେସନଛକଠାରେ ଜିଲ୍ଲା ବିଜେପି ତରଫରୁ ତାଙ୍କୁ ସ୍ୱାଗତ କରାଯାଇଥିଲା।

ଶୁକ୍ରବାର ତାଙ୍କର ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି। ସକାଳ ୧୦ଟା ୧୫ ମିନିଟ୍‌ରେ ରୂପ୍‌ସା ସ୍ଥିତ ଦଲଦଲି ପଡ଼ିଆରେ ସାଧାରଣ ସଭାରେ ‌କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଯୋଗଦେବେ। ଏହାପରେ ୧୨ଟା ୧୫ମିନିଟ୍‌ ସାର୍ଥା ପଞ୍ଚମୀ ପଡ଼ିଆ‌ ସଭାରେ ଯୋଗ ଦେବାପରେ ଅପରାହ୍ନ ସାଢ଼େ ୩ଟାରେ ବାଲେଶ୍ୱର ପୌରାଞ୍ଚଳର ବାଣେଶ୍ୱର ମନ୍ଦିର ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସହ ଏହି ମାରାଥନ ପ୍ରଚାରରେ ବାଲେଶ୍ୱରର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ସୁକାନ୍ତ ନାୟକ, ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

IEC 2 years
Leave A Reply