Odisha news

ମୌଳିକ ସମସ୍ୟା ନେଇ ସାଂସଦଙ୍କୁ ଭେଟିଲେ ଗ୍ରାମବାସୀ

0

ରା,ଉଦୟଗିରି-:ଗଜପତି ରା,ଉଦୟଗିରି ବ୍ଲକର ଅନଘା ପଞ୍ଚାୟତ ଅଧିନସୁ ତୁବୁରୁସିଂ, ବାଲିଗୁମା ଓ ବେନୁସାହି ଗ୍ରାମବାସୀମାନେ ମୌଳିକ ସମସ୍ୟା ଯଥା ରାସ୍ତା, ପାଣି ନେଇ ସାଂସଦଙ୍କୁ ନିବେଦନ କରିଥିବା ଜଣାପଡିଛି । ଏହାର ତୁରନ୍ତ ସାମାଧାନ ନହେଲେ ଆଗାମୀ ଦିନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି । ବ୍ରହ୍ମପୁର ଚନ୍ଦ୍ରଶେଖର ସାହୁ ବିଜୁବାବୁଙ୍କ ଜନ୍ମ ଦିନରେ ରାମଗିରି ଗ୍ରସ୍ତ ବେଳେ ଗ୍ରାମବାସୀମାନେ ଲିଖିତ ପନ୍ଥ ମଧ୍ୟମରେ ସମସ୍ୟା ଗୁଡିକର ସମାଧାନ ନିମନ୍ତେ ନିବେଦନ କରିଛନ୍ତି ।

ସେମାନେ ଜଣାଇଛନ୍ତି ଯେ ଦୀର୍ଘବର୍ଷ ଧରି ତୁବୁରୁସିଂ , ବାଲିଗୁମା ଏବଂ ବେନୁସାହି ଗ୍ରାମାଞ୍ଚଳର ଲୋକେ ବିଭିନ୍ନ ମୌଳିକ ସମସ୍ୟାରେ ଜୁଝୁଥିବା ବେଳେ ଏହା ପ୍ରତିକାର ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହି ଅଞ୍ଚଳରେ ଯିବା ଆସିବା ନିମନ୍ତେ ରାସ୍ତା ନଥିବାରୁ ନାନାଦି ସମସ୍ୟା ଉପୁଜୁଛି । ଜାମଜୋଲ ଗ୍ରାମ ଠାରୁ ଭାୟା ବେନୁସାହି , ବଡଗାଁ ଦେଇ ପ୍ରଧାନମନ୍ତୀ ସଡକ ଯୋଜନାରେ ୭ କି.ମି ରାସ୍ତା ନିର୍ମାଣ କରାଗଲେ ଏହି ୩ଖଣ୍ଡ ଗ୍ରାମର ୩୦୦ରୁ ଉଦ୍ଧ୍ବ ଲୋକେ  ଉପକୃତ ହୋଇପାରନ୍ତେ ।

ଏହା ବ୍ୟତୀତ ଉକ୍ତ ୩ଖଣ୍ଡ ଗ୍ରାମର ଅଧିବାସୀ ଗ୍ରୀଷ୍ମ ରତୁରେ ଭୀଷଣ ପାନୀୟ ଜଳ କଷ୍ଟ ଭୋଗି ଆସୁଛନ୍ତି ବୋଲି ଜଣାଇଛନ୍ତି । ପାନୀୟଜଳ ସମସ୍ୟାର ସ୍ଥୟୀ ସମାଧାନ ହୋଇ ପାରୁନଥିବା ଯୋଗୁ ନାହିଁ  ନଥିବା ସମସ୍ୟା ଯୋଗୁ ଅଞ୍ଚଳରେ ଲୋକମାନଙ୍କ ଶିକ୍ଷା, ଗମନାଗମନ , ସ୍ବାସ୍ଥ୍ୟ ଅବସ୍ଥା ପ୍ରଭାବିତ ହେଉଛି । ଏହି ସମସ୍ୟାଗୁଡିକର ସମାଧାନ ନିମନ୍ତେ ସାଂସଦ , ବିଧାୟକ,ଜିଲ୍ଲାପାଳ ଓ ବ୍ଲକ ପ୍ରଶାସନର ଦ୍ବରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନାହିଁ ବୋଲି ଜଣାଇଥିଲେ । ସେମାନେ ସାଂସଦ ଶ୍ରୀ ସାହୁଙ୍କୁ ଅନୁରୋଧ  କରିଛନ୍ତି । ଯେ ଏହି ମୌଳିକ ସମସ୍ୟା ଗୁଡିକର ସମାଧାନ କରାନଗଲେ ଆମ୍ଭେ ୩ଖଣ୍ଡ ଗ୍ରାମବାସୀ ଆଗାମୀ ପଞ୍ଚୟତ ନିର୍ବାଚନ ସମୟରେ ଭୋଟ ବର୍ଜନ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଆମରଣ ଅନଶନ କରିବୁ ବୋଲି ଜଣାଇଥିଲେ । ମୌଳିକ ସମସ୍ୟା ସମ୍ପର୍କରେ ସାରଥି ଜାନୀ, କଶମ ମଣ୍ଡଳ, ମାସୁ ଜାନୀ ଓ ହିମା ମଣ୍ଡଳ ପ୍ରମୁଖଙ୍କ ସହିତ ତୁବୁରୁସିଂ ,

Leave A Reply